ସୁଖୀ ହର୍‌ମୋନ

 

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକଙ୍କ ଠାରେ ଷ୍ଟ୍ରେସ୍‌ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖିବାକୁ ମିଳୁଛି। ଏସବୁ ସମସ୍ୟାକୁ ଦୂର କରି ଖୁସିପୂର୍ଣ୍ଣ ଜୀବନ ଜିଇଁବାକୁ ହେଲେ ଶରୀରରେ ହାପି ହର୍‌ମୋନ୍‌ର ପରିମାଣ ନିୟନ୍ତ୍ରଣରେ ରହିବା ଆବଶ୍ୟକ…

ପ୍ରତିଦିନ ଆମ ଦେହରେ ଅନେକ ହରମୋନ୍‌ ବା ଅନ୍ତଃସ୍ରାବୀ ରସ ଝରିଥାଏ ା ସବୁ ହରମୋନ୍‌ ସନ୍ତୁଳନ ରକ୍ଷାକରି ଶରୀର ଭିତରେ ନିଜ ନିଜ କାମ କରିଥାନ୍ତି। କିନ୍ତୁ ଯଦି ହରମୋନ୍‌ର ଭାଗମାପ ଅସନ୍ତୁଳନ ସୃଷ୍ଟି ହୁଏ, ତେବେ ମଣିଷ ରୋଗାକ୍ରାନ୍ତ ହୋଇଯାଏ। ହରମୋନ୍‌ଜନିତ ଦୁଇଟି ଜଣାଶୁଣା ରୋଗ ହେଉଛି ମଧୁମେହ ଓ ଥାଇରଏଡ୍‌, ଯାହା ଥରେ ହେଲେ ମଣିଷକୁ ସାରା ଜୀବନ ଔଷଧ ଖାଇବାକୁ ପଡ଼ିଥାଏ ା ତେବେ କେତେକ ହରମୋନ୍‌ ଅଛି, ଯାହା ବଢ଼ିଗଲେ ଶରୀରରେ ମାନସିକ ଚାପ ସୃଷ୍ଟି ହୋଇଥାଏ, ଯାହାକୁ ‘ଷ୍ଟ୍ରେସ ହରମୋନ୍‌’ କୁହନ୍ତି ା ଆଜିକାଲି ଚାକିରି ଓ କାର୍ଯ୍ୟ କ୍ଷେତ୍ରରେ ହେଉ ଅବା ଘରେ ବୈବାହିକ ତଥା ପାରିବାରିକ ଜୀବନରେ ଷ୍ଟ୍ରେସ୍‌ରେ ରହିବା କାରଣରୁ ଅନେକ ମହିଳାଙ୍କ ଶରୀରରେ କ୍ରମେ କ୍ରମେ ଷ୍ଟ୍ରେସ୍‌ ହରମୋନ୍‌ର ପରିମାଣ ବଢ଼ି ସୁଖୀ ହରମୋନର୍‌ ପରିମାଣ ଶରୀରରୁ କମୁଥିବା ଦେଖିବାକୁ ମିଳୁଛି। ଏହି ସୁଖୀ ହରମୋନ୍‌ ମସ୍ତିଷ୍କରୁ ଝରିଲେ ମନ ଖୁସି ହୋଇଯାଏ।
ଆସନ୍ତୁ ଦେଖିବା ଆମ ଦେହରେ କେଉଁ କେଉଁ ସୁଖୀ ହରମୋନ୍‌ ମାନ ଅଛନ୍ତି ଏବଂ ସେମାନେ କିପରି ମଣିଷକୁ ଖୁସି ଓ ସନ୍ତୁଷ୍ଟ ରଖିବାରେ ସାହାଯ୍ୟ କରୁଛନ୍ତି….
ସୁଖୀ ହରମୋନ୍‌ ମୁଖ୍ୟତଃ
ପାଞ୍ଚ ପ୍ରକାରର:
୧-ଡୋପାମିନ୍‌: ଏହା ସ୍ନାୟୁତନ୍ତ୍ରୀକୁ ପ୍ରଭାବିତ କରିଥାଏ ଏବଂ ମସ୍ତିଷ୍କର ପାରିତୋର୍ଷିକ ଯନ୍ତ୍ର କ୍ରିୟା ସହିତ ସଂଲଗ୍ନ ଥାଏ ା ନିଜ ସାଧନାକୁ ସ୍ବୀକୃତି ମିଳିଲେ ବା ନିଜ ଲକ୍ଷ୍ୟ ହାସଲ ହେଲେ ସଙ୍ଗେ ସଙ୍ଗେ ପ୍ରାକୃତିକ ଉପାୟରେ ମସ୍ତିଷ୍କରେ ଡୋପାମିନ୍‌ ବା ‘ହାପି ହରମୋନ୍‌’ର ପରିମାଣ ବଢ଼ିଯାଏ ା ଏହାଛଡ଼ା ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ସୁଖମୟ ଅନୁଭବ ଓ ମୁହୂର୍ତ୍ତ କଥା ଭାବିଲାମାତ୍ରେ ଏହି ନିଉରୋଟ୍ରାନ୍ସମିଟରର ମାତ୍ରା ବଢ଼ିଯାଏ ା
ହାପି ହରମୋନ୍‌ ବଢ଼ାଇବାର ଉପାୟ: ଆମ ଜୀବନରେ କେତେକ ସୁଖମୟ ଓ ସ୍ବାସ୍ଥ୍ୟପ୍ରଦ କାର୍ଯ୍ୟକ୍ରମ କରିବା ଦ୍ୱାରା ସକାରାମତ୍କ ମନୋଭାବ ସୃଷ୍ଟି ହୋଇ ଜୀବନ ଉପରେ ଭଲ ପ୍ରଭାବ ପକାଇଥାଏ ଏବଂ ହାପି ହରମୋନ୍‌ ବଢ଼ିଥାଏ ା ବେଶୀ ସମୟ ସୂର୍ଯ୍ୟକିରଣରେ ଚାଲିଲେ ତଥା ଦିନବେଳା କାମ କଲେ ସୂର୍ଯ୍ୟ କିରଣର ଉଜ୍ଜ୍ୱଳତା ଓ ଉତ୍ତାପରୁ ଡୋପାମିନ୍‌ ପାଇଁ ସଂବେଦନଶୀଳତା ବଢ଼ିଥାଏ ା ତା’ ଛଡା ଗଭୀର ନିଃଶ୍ୱାସ ପ୍ରଶ୍ୱାସ ନେବା ସହ ମେଡିଟେସନ ଓ ଯୋଗ କରିବା ସହ ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନେବା ଦ୍ୱାରା ଏହାର ହାପି ହର୍‌ମୋନ୍‌ ବଢ଼ିଥାଏ। ସେହିପରି ଏହାକୁ ବଢ଼ାଇବା ଲାଗି ଅଧିକ ପରିମାଣରେ ଚିନାବାଦାମ୍‌, ଛେନା ଓ ବିନ୍‌ ଖାଇବା ଭଲ।
୨. ସିରୋଟୋନିନ୍‌: ଏହି ହରମୋନ୍‌ଗୁଡିକ ମାନସିକ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ, କାରଣ ମସ୍ତିଷ୍କରେ ସିରୋଟୋନିନ୍‌ର ପରିମାଣ କମିଗଲେ ମଣିଷ ମାନସିକ ଅବସାଦରେ ବୁଡିଯାଏ।
ମସ୍ତିଷ୍କରେ ସିରୋଟୋନିନ୍‌ ପରିମାଣ ବଢ଼ିଗଲେ ନିଦ ହୋଇଯାଏ।
ଏହି ହରମୋନ ବଢ଼ାଇବାର ଉପାୟ : ଦୈନିକ ଯୋଗ, ବ୍ୟାୟାମ, ଖେଳକୁଦ କରନ୍ତୁ। ରାତିରେ ଶୋଇଲା ବେଳେ ବେଶୀ ପରିମାଣରେ ଟ୍ରିପ୍ଟୋଫାନ୍‌ ଥିବା ତଥା ଓମେଗା-୩ ଫ୍ୟାଟି ଏସିଡ୍‌ ଥିବା ଖାଦ୍ୟ ଖାଆନ୍ତୁ । ଏହାଛଡ଼ା ଶ୍ୱେତସାରଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ସିରୋଟୋନିନ୍‌ର ପରିମାଣ ବଢ଼ିଯାଏ। ା
୩. ଅକ୍ସିଟୋସିନ୍‌: ଏହାକୁ ପ୍ରେମ ହରମୋନ୍‌ ମଧ୍ୟ କୁହାଯାଇଥାଏ, କାରଣ ଏହି ହରମୋନ୍‌ ବେଶୀ ଝରିଲେ ଭାବପ୍ରବଣତାର ବନ୍ଧନ ଓ ପରସ୍ପର ମଧ୍ୟରେ ଭଲପାଇବା ବଢ଼ିଯାଏ।
କେମିତି ବଢ଼ାଇବେ ଏହି ହର୍‌ମୋନ୍‌: ଯୋଗ ଏବଂ ହାଲୁକା ବ୍ୟାୟାମ କରନ୍ତୁ। ଆପଣ ଆପଣଙ୍କ ପରିବାରର ସଦସ୍ୟ ତଥା ନିଜ ସନ୍ତାନ ସନ୍ତତିଙ୍କ ସହ ଏକାଠି ଭୋଜନ କରନ୍ତୁ, କାରଣ ସମସ୍ତଙ୍କ ସହ ସୌଜନ୍ୟମୂଳକ କଥାବାର୍ତ୍ତା, ନିଜନିଜ ଭିତରେ ବନ୍ଧନ ଦୃଢ଼ କରିଥାଏ। ଅନ୍ତତଃ ସପ୍ତାହକୁ ଥରଟିଏ ସାରା ଶରୀରକୁ ମାଲିସ୍‌ କରନ୍ତୁ। ଉତ୍ତମ ହବି ରଖିବାର ରୁଚି ରଖନ୍ତୁ ତଥା ନିଜ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପାଇଁ ସକାରାମତ୍କ ମନୋଭାବ ପୋଷଣ କରନ୍ତୁ।
୪. ଇଷ୍ଟ୍ରୋଜେନ୍‌: ଏହି ସୁଖୀ ହରମୋନ୍‌ ସିରୋଟୋନିନ୍‌ ତିଆରି କରିବାରେ ସାହାଯ୍ୟ କରେ ଏବଂ ମଣିଷକୁ ଚିଡ଼ିଚିଡାଭାବ, ମାନସିକ ଦୁଶ୍ଚିନ୍ତା ଓ ଉଦ୍‌ବେଗରୁ ରକ୍ଷାକରି ମନରେ ସ୍ଥିରତା ଆଣିଥାଏ।ମାସିକ ଋତୁସ୍ରାବର ବିରତି ପରେ ଇଷ୍ଟ୍ରୋଜେନ୍‌ କମ୍‌ ହୋଇଯାଏ। ଧୂମପାନ ଓ ମଦ୍ୟପାନ କଲେ ମଧ୍ୟ ସିରୋଟୋନିନ୍‌ର ପରିମାଣ କମିଯାଏ।
ତେବେ ମେନୋପଜ ପରେ ଏହାକୁ ବଢାଇବାର ସହଜ ଓ ସରଳ ଉପାୟ ହେଉଛି ଯୋଗ, ମେଡିଟେସନ୍‌ ତଥା ଉଷୁମ ଜଳରେ ସ୍ନାନ କରିବା।
୫. ପ୍ରୋଜେଷ୍ଟୋରେନ୍‌: ଏହି ହରମୋନ୍‌ ମାନସିକ ଉଦ୍‌ବେଗ କମାଇଦିଏ, ସେଥିପାଇଁ ରାତିରେ ଭଲ ନିଦ ହୋଇଥାଏ। ବେଳେବେଳେ ଏହା ଚିଡିଚିଡାପଣ ଓ ମୁଡସ୍ବିଙ୍ଗ୍‌ ମଧ୍ୟ ବଢ଼ାଇଦିଏ।
ମହିଳାମାନଙ୍କର ବୟସ ୩୦ରୁ ୪୦ ବର୍ଷ ହେଲେ ଏବଂ ପ୍ରିମେନୋପଜ୍‌ ସମୟରେ ଏହା କମିଯାଏ।
ଜଙ୍କଫୁଡ୍‌ ଓ ତେଲିଆ ଖାଦ୍ୟ ଖାଇଲେ ତଥା ଅତ୍ୟଧିକ ଶାରୀରିକ ଓ ମାନସିକ ଚାପ ବଢ଼ିଲେ ଏହି ହରମୋନ୍‌ କମିଯାଏ।
କିପରି ବଢ଼ାଇବେ –
ଏଥିପାଇଁ ସୁଷମ ଖାଦ୍ୟ ଖାଇବା ସହ ତେଲ ଓ ମିଠାଜାତୀୟ ଦ୍ରବ୍ୟ ଖାଆନ୍ତୁ ନାହିଁ।
ମାନସିକ ଚିନ୍ତା କମାଇ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ନିୟମିତ ଭାବରେ ବ୍ୟାୟାମ କରନ୍ତୁ ବା ଚାଲନ୍ତୁ , ଦେଖିବେ ଏସବୁର ମିଳିତ ପ୍ରଭାବରେ ଶରୀରରେ ‘ହାପି ହରମୋନ୍‌’ର ପରିମାଣ ବଢ଼ିଯିବ ଏବଂ ଜୀବନ ସହଜ, ସରଳ ଓ ସୁଖମୟ ହୋଇଉଠିବ।
ଡା. ସରୋଜିନୀ ଷଡ଼ଙ୍ଗୀ

– ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri