ଖୁସିର ପର୍ବ ଦୀପାବଳି

ଭୁବନେଶ୍ୱର,୨୦।୧୦: ଆଲୋକର ପର୍ବ ଦୀପାବଳି। ଅସତ୍ୟ ଉପରେ ସତ୍ୟର ବିଜୟ ବହନ କରିଥାଏ ଦୀପାବଳି ପର୍ବ। ହିନ୍ଦୁମାନଙ୍କର ଏହି ମହାନ ପର୍ବରେ ପୂର୍ବପୁରୁଷଙ୍କୁ ମନେପକାଇବା ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡୁଆ ଡାକିଥାଉ।

ପିତୃପୁରୁଷଙ୍କ ଆଶୀର୍ବାଦ ଜୀବନର ଅନ୍ଧକାରକୁ ଦୂରୀଭୂତ କରି ଆଲୋକର ଶିଖା ପ୍ରଜ୍ୱଳିତ ହୋଇଥାଏ। ତେବେ ଧୀରେ ଧୀରେ ଆଲୋକର ପର୍ବ ଆତସବାଜିର ପର୍ବ ଭାବେ ପରିଗଣିତ ହେବାରେ ଲାଗିଲାଣି। ଫଳରେ ମାଟି ଦୀପ ଜାଳିବା ବଦଳରେ ଲୋକେ ରଙ୍ଗବେରଙ୍ଗର ଲିଚୁ ଲାଇଟ୍‌, କ୍ୟାଣ୍ଡେଲ ଓ ଆତସବାଜିରେ ଦୀପାବଳି ପାଳନ କରୁଛନ୍ତି।

ପରିବେଶ ପ୍ରଦୂଷଣ ହେବା ସହ ପ୍ରକୃତ ପରମ୍ପରା ହଜିଯିବାକୁ ବସିଲାଣି। ‘ଦୀପାବଳି’ ଶବ୍ଦର ପ୍ରକୃତ ଅର୍ଥ ବାଣ ଫୁଟାଇବା ନୁହେଁ, ବରଂ ଦୀପ ଜାଳି ନିଜ ଭିତରେ ସତ୍ୟ, ଧର୍ମ, ନ୍ୟାୟକୁ ଜାଗ୍ରତ କରିବା।

ଦୀପାବଳି ସହ ବହୁ ପୁରାଣ କଥା ଯୋଡି ହୋଇ ରହିଛି। କୁହାଯାଏ ରାମଚନ୍ଦ୍ର ୧୦ବର୍ଷ ବନବାସ ଯାଇଥିଲେ। ଲଙ୍କାପତି ରାବଣଙ୍କୁ ସଂହାର କରି ସୀତା ଓ ଭାଇ ଲକ୍ଷ୍ମଣ ସହିତ ଅଯୋଧ୍ୟା ଫେରିବା ପରେ ଅଯୋଧ୍ୟାବାସୀ ଖୁସିରେ ତାଙ୍କୁ ଦୀପ ଜାଳି ସ୍ବାଗତ କରିଥିଲେ।

ସେହିପରି ଭଗବାନ୍‌ ଶ୍ରୀକୃଷ୍ଣ ପତ୍ନୀ ସତ୍ୟଭାମାଙ୍କ ସାହାଯ୍ୟରେ ନରକାସୁରକୁ ବଧ କରିିଥିଲେ। ନରକାସୁରର ଆତଙ୍କ ଓ ଅତ୍ୟାଚାରରୁ ମୁକ୍ତି ମିଳିବା ଖୁସିରେ ଲୋକମାନେ ଦୀପ ଜଳାଇ ଖୁସି ପାଳିଥିଲେ। ତେଣୁ ଖୁସିର ଉତ୍ସବ ଦୀପାବଳିକୁ ଅନ୍ୟାୟ ଉପରେ ନ୍ୟାୟର ବିଜୟ ପର୍ବ ଭାବେ ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri