Posted inଖେଳ

ଘରେ ଶୌଚାଳୟ ନ ଥିଲା, ବିସ୍ଫୋରକ ବ୍ୟାଟିଂରେ ରଚିଥିଲେ ଇତିହାସ

ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ୟୁସୁଫ ପଠାନଙ୍କ ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଗୁଜରାଟର ଭଡୋଦରାରେ ଜନ୍ମ ହୋଇଥିବା ଏହି ଖେଳାଳି ନିଜ ପ୍ରତିଭା ଦେଖିବାରେ ସମର୍ଥ ହୋଇଛନ୍ତି। ୟୁସୁଫ ପଠାନଙ୍କ କ୍ୟାରିଅର୍‌ ଅଧିକ ସମୟ ତିଷ୍ଠି ନ ଥିଲା କିନ୍ତୁ ତାଙ୍କ ସ୍ବଳ୍ପ କ୍ୟାରିୟରରେ ସେ ୨ଟି ବିଶ୍ୱକପ ଜିତିଥିଲେ। ୟୁସୁଫ ପଠାନ ୨୦୦୭ରେ ଟି -୨୦ ବିଶ୍ୱକପ ଏବଂ ୨୦୧୧ ବିଶ୍ୱକପ ବିଜେତା ଦଳର ଏକ ଅଂଶ ହୋଇଥିଲେ। ୟୁସୁଫ ପଠାନ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଦାରିଦ୍ର୍ୟ ଏପରି ଥିଲା ଯେ ତାଙ୍କ ଘରେ ଶୌଚାଳୟ ମଧ୍ୟ ନ ଥିଲା। ଏହି ଦାରିଦ୍ର୍ୟତା ୟୁସୁଫ ଏବଂ ତାଙ୍କ ସାନଭାଇ ଇରଫାନଙ୍କ ପ୍ରତିଭାକୁ ରୋକି ପାରି ନ ଥିଲା। ୟୁସୁଫ ପଠାନ ମସଜିଦ ପ୍ରାଙ୍ଗଣରେ ତାଙ୍କ ଭାଇ ଇରଫାନଙ୍କ ସହ କ୍ରିକେଟ ଖେଳୁଥିଲେ। ଉଭୟ ଭାଇଙ୍କୁ ଦେଖି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ। ୟୁସୁଫ ପଠାନ ଭାରତୀୟ କ୍ରିକେଟ ର ସବୁଠାରୁ ବଡ ହିଟର୍‌ ଭାବରେ ପରିଗଣିତ ହୋଇଥିଲେ। ଆଇପିଏଲର ପ୍ରଥମ ସିଜିନରେ ୟୁସୁଫ ପଠାନ ମାତ୍ର ୩୭ ବଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶତକ ମାରିଥିଲେ। ୟୁସୁଫ ପଠାନଙ୍କ ଟି -୨୦ ଡେବ୍ୟୁ ଆଶ୍ଚର୍ଯ୍ୟଜନକ ଥିଲା। ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ବରୁ ବୀରେନ୍ଦ୍ର ସେହ୍ବାଗ ଆହତ ହୋଇଥିଲେ ଏବଂ ଏମଏସ ଧୋନୀ ୟୁସୁଫ ପଠାନଙ୍କୁ ଏକ ସୁଯୋଗ ଦେଇଥିଲେ। ୟୁସୁଫ ପଠାନ ତାଙ୍କ କ୍ୟାରିୟରରେ ୪୧ଟି ଏକଦିବସୀୟରେ ୮୧୦ ରନ ସ୍କୋର କରିଥିଲେ। ଏଥିରେ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ଅଛି। ୟୁସୁଫ ପଠାନ ମଧ୍ୟ ୧୮ଟି ଟି -୨୦ ଇନିଂସରେ ୨୩୬ ରନ ସଂଗ୍ରହ କରିଥିଲେ। ତାଙ୍କ ଆଭରେଜ୍‌ ଥିଲା ୧୪୬.୫୮। ଏହା ବ୍ୟତୀତ ୟୁସୁଫ ଏକଦିବସୀୟରେ ୩୩ ଉଇକେଟ ଏବଂ ଟି-୨୦ରେ ୧୩ ଉଇକେଟ ନେଇଥିଲେ। ୟୁସୁଫ ପଠାନ ୨୦୧୪ରେ ଭାଇ ଇରଫାନ ପଠାନଙ୍କ ସହ କ୍ରିକେଟ ଏକାଡେମୀ ଅଫ ପଠାନ ଖୋଲିଥିଲେ। ଗ୍ରେଗ ଚାପେଲ ଏହି ଏକାଡେମୀର କୋଚ। ୨୦୧୩ ମସିହାରେ, ୟୁସୁଫ ପଠାନ ଫିଜିଓଥେରାପିଷ୍ଟ ଆଫ୍ରିନଙ୍କ ବିବାହ କରିଥିଲେ।ୟୁସୁଫ ପଠାନଙ୍କର ଆୟାନ ନାମକ ଏକ ପୁତ୍ର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri