ଛୋଟ ନବାବଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡ୍‌ର ଛୋଟ ନବାବ ତଥା କରୀନା କପୁର ଖାନ୍‌ଙ୍କ ପୁଅ ତୈମୁରଙ୍କ ଆଜି ହେଉଛି ଜନ୍ମଦିନ। ସେ ଆଜି ୪ ବର୍ଷରେ ପଦାର୍ପଣ କରିଛନ୍ତି। ସବୁଠାରୁ ଲୋକପ୍ରିୟ ଷ୍ଟାର କିଡ୍‌ସଙ୍କ ମଧ୍ୟରୁ ତୈମୁର ଅନ୍ୟତମ। ଛୋଟ ହେଲେ ମଧ୍ୟ ତୈମୁର କୌଣସି ବଡ଼ ପିଲାଙ୍କଠାରୁ କମ୍‌ ନୁହନ୍ତି। ଏତେ କମ୍‌ ବୟସରେ ତାଙ୍କର ମଧ୍ୟ ଅନେକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ୨୦୧୬ ଡିସେମ୍ବର ୨୦ରେ କରୀନା ଏବଂ ସୈଫ୍‌ଙ୍କ କୋଳ ମଣ୍ଡନ କରିଥିଲେ ତୈମୁର। ଜନ୍ମ ହେବା ଦିନଠାରୁ ହିଁ ସେ ଚର୍ଚ୍ଚାରେ ରହି ଆସୁଛନ୍ତି।


ଆଜିର ଏହି ଜନ୍ମଦିନ ଅବସରରେ ତାଙ୍କ ମାଉସୀ ଏବଂ କରୀନାଙ୍କ ସମ୍ପର୍କୀୟ ରିଦ୍ଧିମା କପୁର ସାହନୀ ଏକ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ତୈମୁର ରଣବୀରଙ୍କ କୋଳରେ ବସିଛନ୍ତି। ଫଟୋ ଏବଂ ଜନ୍ମଦିନର ଶୁଭେଚ୍ଛା ପାଇଁ କରୀନା ରିଦ୍ଧିମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।


ଫ୍ୟାନ୍‌ମାନେ ଭାବନ୍ତି ତୈମୁର ବଡ଼ ହେଲେ ଫିଲ୍ମ ଷ୍ଟାର ହେବେ। ମାତ୍ର କରୀନା ଏକ ସାକ୍ଷାତକାରରେ କହିଥିଲେ, ମଣିଷ ଭାଗ୍ୟରେ ଯାହା ଥାଏ ସେ ସେଇଠି ପହଞ୍ଚିଥାଏ। ତୈମୁର ଦେଶର ସବୁଠାରୁ ଅଧିକ ଫଟୋ ପୋଜ୍‌ ଦେଉଥିବା ଷ୍ଟାର୍‌ କିଡ୍‌ସ। ତୈମୁର ଭବିଷ୍ୟତରେ ଯାହା ଚାହିଁବେ ତାହା ହେବେ। ରେଷେୟା ହୁଅନ୍ତୁ କି ପାଇଲଟ୍‌ ହୁଅନ୍ତୁ। ମାତାପିତା ସେତେବେଳେ ସଫଳ ହୁଅନ୍ତି ଯେତେବେଳେ ତାଙ୍କ ପିଲା ଜଣେ ଭଲ ମଣିଷ ହୋଇ ସମାଜରେ ନାଁ କରନ୍ତି। ତୈମୁରଙ୍କ ଜନ୍ମଦିନ ଅବସରରେ ବଲିଉଡ୍‌ ଷ୍ଟାରମାନଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri