Posted inଖେଳ

ଡେବ୍ୟୁ ମ୍ୟାଚ୍‌ରେ ‘ଶୂନ’: କିନ୍ତୁ କ୍ରିକେଟରେ ରଚିଥିଲେ ଇତିହାସ

ଭାରତୀୟ କ୍ରିକେଟରେ ପୂର୍ବତନ ଭାରତ କ୍ରିକେଟର ସୁରେଶ ରାଇନାଙ୍କ ସ୍ବତନ୍ତ୍ର ଅବଦାନ ରହିଛି। ଏକଦିବସୀୟ ଏବଂ ଟି -୨୦ କ୍ରିକେଟରେ ସୁରେଶ ରାଇନା ନିଜର ପରିଚୟ ସୃଷ୍ଟି କରିଥିଲେ। ରାଇନା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ନଭେମ୍ବର ୨୭ ୧୯୮୬ରେ ଗାଜିଆବାଦରେ ଜନ୍ମଗ୍ରହଣ କରିଥିବା ରାଇନା ଭାରତ ପାଇଁ ୨୨୬ଟି ଏକଦିବସୀୟ, ୭୮ଟି-୨୦ ଏବଂ ୧୮ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ସୁରେଶ ରାଇନା ଶ୍ରୀଲଙ୍କା ବିପକ୍ଷରେ ଜୁଲାଇ ୩୦, ୨୦୦୫ରେ ଡେବ୍ୟୁ କରିଥିଲେ। ତେବେ ରାଇନାଙ୍କ ପ୍ରଥମ ମ୍ୟାଚ ବହୁତ ଖରାପ ଥିଲା। ପ୍ରଥମ ବଲରେ ରାଇନା ନିଜର ଉଇକେଟ ହରାଇଥିଲେ, ତାଙ୍କୁ ମୁରଲୀଧରନ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ତେବେ, ରାଇନା ଏହା ପରେ ଆଉ ପଛକୁ ଚାହିଁ ନ ଥିଲେ। ସୁରେଶ ରାଇନା ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱ ଟି -୨୦ ମ୍ୟାଚରେ ରାଇନା ଏକ ଶତକ ହାସଲ କରିଥିଲେ। ସେତେବେଳେ ଟେଷ୍ଟ, ଏକଦିବସୀୟ ଏବଂ ଟି -୨୦ ରେ ଶତକ ହାସଲ କରିଥିବା ରାଇନା ଭାରତର ପ୍ରଥମ କ୍ରିକେଟର ହୋଇଥିଲେ। ଏହା ବ୍ୟତୀତ ସେ ହେଉଛନ୍ତି ଏକମାତ୍ର ଆଇପିଏଲ ଖେଳାଳି ଯିଏ କ୍ରମାଗତ ୭ଟି ସିଜିନରେରେ ୪୦୦ରୁ ଅଧିକ ରନ ସ୍କୋର କରିଛନ୍ତି। ୧୫ ଅଗଷ୍ଟ ୨୦୨୦ରେ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ନା ନେତାନ୍ୟାହୁ, କାହାପାଇଁ ହେଲା ଯୁଦ୍ଧ, ଜାଣନ୍ତୁ କ’ଣ କହୁଛନ୍ତି ଆମେରିକା-ଇସ୍ରାଏଲ

ଓ୍ବାଶିଂଟନ,୩।୩: ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ମଙ୍ଗଳବାର ଆକ୍ରମଣର ଚତୁର୍ଥ ଦିନ। ଇସ୍ରାଏଲ ଏବଂ ଇରାନ ଶନିବାର ମିଳିତ ଭାବରେ ଇରାନ…

ସେଦିନ କଳା ରାତିରେ କ’ଣ ଘଟିଥିଲା, ସାମ୍ନାକୁ ଆସି ଚାଞ୍ଚଲ୍ୟକର ବୟାନ ଦେଲେ ରାହୁଲଙ୍କ ସାଙ୍ଗ ଶିବା

ଭୁବନେଶ୍ୱର,୩।୩: ଜିଜିପି କଲୋନୀ ରାହୁଲ ମହାରଣାଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲେ ସାଙ୍ଗ ଶିବା। କଳା ରାତିର କଳା କାହାଣୀ କହିଲା ବେଳେ ପୁଣି ତଦନ୍ତକୁ ନେଇ…

ଭାଜପାର ମିଶ୍ରଣ ପର୍ବ କଂଗ୍ରେସ, ବିଜେଡିର ୩ ଶହରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ:) କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ…

ବିବାହ ପରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ କଲେ ବଡ଼ ଘୋଷଣା

ମୁମ୍ବାଇ,୩।୩: ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବର୍ତ୍ତମାନ ସେମାନଙ୍କ ବିବାହ ପାଇଁ ଖବରରେ ଅଛନ୍ତି। ସେମାନଙ୍କ ବିବାହ ଉତ୍ସବ ମଧ୍ୟରେ, ଏହି ଦମ୍ପତି…

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ସୁରକ୍ଷିତ ଘରକୁ ଫେରିଛନ୍ତି ପିଭି ସିନ୍ଧୁ, ଏକ ଭାବପ୍ରବଣ ପୋଷ୍ଟରେ ଦେଲେ ସୂଚନା

ବେଙ୍ଗାଲୁରୁ,୩।୩: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବିଦେଶରେ ଥିବା ବ୍ୟାଟମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନେଇ ଆସିଛି ଏକ ଖୁସି ଖବର। ଦୁବଇରେ ଫସି ରହିଥିବା ଏହି ସଟଲର…

ଶୋଇଥିଲେ ସ୍ବାମୀ-ସ୍ତ୍ରୀ: ଘରେ ପଶିଲେ ୫ ମୁଖା ପିନ୍ଧା ଯୁବକ, ଆଉ ତା’ପରେ…

ଲଇକେରା,୩।୩(ରଞ୍ଜନ କୁମାର ମେହେର): ଲଇକେରା ଥାନା ତାଳମୁଣ୍ଡାଠାରେ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କର ଗୋଡ ହାତ ବାନ୍ଧି ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ୧୫ ଭରି…

ଶକ୍ତିଶାଳୀ ଭୂକମ୍ପ: ଲୋକେ ଆତଙ୍କିତ

ଜାକର୍ତ୍ତା,୩।୩: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୧ ଥିଲା। ଏହାର କେନ୍ଦ୍ରସ୍ଥଳ ସୁମାତ୍ରାର…

ସଭିଙ୍କ ଦୃଷ୍ଟି ଆକର୍ଷଣ କଲା ମୋଦିଙ୍କ YouTube ଉପସ୍ଥିତି: ସବସ୍କ୍ରାଇବର ସଂଖ୍ୟା ୩୦ ନିୟୁତ, ଟ୍ରମ୍ପଙ୍କ ଅପେକ୍ଷା ସାତ ଗୁଣ ଅଧିକ ଫଲୋଅର୍ସ

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଉ ଏକ ସଫଳତା ହାସଲ କରିଛନ୍ତି। ସେ YouTube ରେ ୩୦ ନିୟୁତ ସବସ୍କ୍ରାଇବର ସଂଖ୍ୟା ଅତିକ୍ରମ କରି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri