‘ବାହୁବଳୀ’ ପରେ ପ୍ରଭାସଙ୍କ ନିକଟକୁ ଆସିଥିଲା ୬ ହଜାର ବିବାହ ପ୍ରସ୍ତାବ

ମୁମ୍ବାଇ: ଫିଲ୍ମ ‘ବାହୁବଳୀ’ରୁ ମନୋରଞ୍ଜନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ରବିବାର ଅର୍ଥାତ୍ ୨୩ ଅକ୍ଟୋବରରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ପ୍ରଭାସ ୪୩ ବର୍ଷରେ ପାଦ ରଖିଛନ୍ତି । ଏବେ ସେ ତାଙ୍କ ଅଭିନୟ ଯାଦୁରେ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି । ଏହି ଅଭିନେତାଙ୍କ ସମ୍ପର୍କରେ ଏମିତି କିଛି କଥା ଅଛି ଯାହା ଅନେକେ ଜାଣି ନ ଥିବେ ।
ପ୍ରଭାସଙ୍କ ପ୍ରଥମ ଫିଲ୍ମ ‘ବାହୁବଳୀ’ ନୁହେଁ ବରଂ ସେ ଅଜୟ ଦେବଗନଙ୍କ ଫିଲ୍ମ ‘ ଆକ୍ସନ ଜ୍ୟାକସନ’ର ଏକ ଗୀତରେ ନଜର ଆସିଥିଲେ । ପ୍ରଭାସ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ଷ୍ଟାର ଯାହାଙ୍କର ମହମ ପ୍ରତିମୂର୍ତ୍ତି ବ୍ୟାଙ୍କକର ମ୍ୟାଡମ ତୁସାଡରେ ଲାଗିଛି । ସେଠାରେ ତାଙ୍କୁ ଅରବିନ୍ଦ ବାହୁବଳୀ ଭାବେ ଦେଖିବାକୁ ମିଳିବ । ଅଭିନେତା ଭାବେ ବେଶ ନାଁ କରିଥିବା ପ୍ରଭାସ କିନ୍ତୁ ଯଦି ମନୋରଞ୍ଜନ ଦୁନିଆରେ ଏଣ୍ଟ୍ରି କରି ନ ଥାଆନ୍ତେ ତେବେ ସେ ହୋଟୋଲ ଇଣ୍ଡଷ୍ଟ୍ରିରେ କ୍ୟାରିୟକ କରିଥାଆନ୍ତେ ବୋଲି କୁହନ୍ତି । ପ୍ରଭାସ ଭାରି ଫୁଡି । ସେ ନୂଆ ଡିସେସ ଏକ୍ସପ୍ଲୋର କରିଥାଆନ୍ତି । ତାଙ୍କ ଫେବରେଟ ଡିସ୍ ମଧ୍ୟରୁ ଚିକେନ ବିରିୟାନି ଗୋଟିଏ ।
ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ ଜବରଦସ୍ତ ଫ୍ୟାନ ପ୍ରଭାସ ‘ମୁନ୍ନା ଭାଇ ଏମବିବିଏସ୍‌’ ଓ ‘ଥ୍ରୀ ଇଡିୟଟସ୍‌’ ପ୍ରାୟ ୨୦ ଥର ଦେଖିଛନ୍ତି । କୁହାଯାଏ ପ୍ରଭାସ ତାଙ୍କ ମୁଭି ‘ବାହୁବଳୀ’କୁ ନେଇ ଏତେ ଡେଡିକେଟେଡ ଥିଲେ ଯେ ସେ ୪ ବର୍ଷ ପର୍ଯ୍ୟନ୍ତ ଆଉ କୌଣସି ଫିଲ୍ମ ସାଇନ୍ କରି ନ ଥିଲେ । ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଶାହାରୁଖ ଖାଁ ଓ ସଲମାନ ଖାଁ ପ୍ରଭାସଙ୍କର ପସନ୍ଦର ଅଭିନେତା । ସେହିପରି ହଲିଉଡ ଇଣ୍ଡଷ୍ଟ୍ରିର ରବର୍ଟ ଡିନିରୋ ତାଙ୍କ ପସନ୍ଦର ଷ୍ଟାର । ସେମିତି ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ ପ୍ରଭାସଙ୍କର ପ୍ରଥମ ପସନ୍ଦ ନାୟିକା ।
ପ୍ରଭାସ ଏକ ସାକ୍ଷାତ୍‌କାରରେ କହିଥିଲେ ଫିଲ୍ମ ‘ବାହୁବଳୀ’ର ରିଲିଜ୍ ପରେ ତାଙ୍କ ନିକଟକୁ ପ୍ରାୟ ୬ ହଜାର ବିବାହ ପ୍ରସ୍ତାବ ଆସିଥିଲା ହେଲେ ସେ ସମସ୍ତଙ୍କୁ ମନା କରି ଦେଇଥିଲେ । ଏବେ ‘ଆଦିପୁରୁଷ’ରେ ପ୍ରଭାସଙ୍କ ଅଭିନୟକୁ ବି ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ପାଇଁ ପ୍ରଭାସ କୁଆଡେ ୧୦୦ କୋଟିରୁ ଅଧିକ ଟଙ୍କା ଫିଜ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri