Advertisement

‘ବାହୁବଳୀ’ ପରେ ପ୍ରଭାସଙ୍କ ନିକଟକୁ ଆସିଥିଲା ୬ ହଜାର ବିବାହ ପ୍ରସ୍ତାବ

ମୁମ୍ବାଇ: ଫିଲ୍ମ ‘ବାହୁବଳୀ’ରୁ ମନୋରଞ୍ଜନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ରବିବାର ଅର୍ଥାତ୍ ୨୩ ଅକ୍ଟୋବରରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ପ୍ରଭାସ ୪୩ ବର୍ଷରେ ପାଦ ରଖିଛନ୍ତି । ଏବେ ସେ ତାଙ୍କ ଅଭିନୟ ଯାଦୁରେ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି । ଏହି ଅଭିନେତାଙ୍କ ସମ୍ପର୍କରେ ଏମିତି କିଛି କଥା ଅଛି ଯାହା ଅନେକେ ଜାଣି ନ ଥିବେ ।
ପ୍ରଭାସଙ୍କ ପ୍ରଥମ ଫିଲ୍ମ ‘ବାହୁବଳୀ’ ନୁହେଁ ବରଂ ସେ ଅଜୟ ଦେବଗନଙ୍କ ଫିଲ୍ମ ‘ ଆକ୍ସନ ଜ୍ୟାକସନ’ର ଏକ ଗୀତରେ ନଜର ଆସିଥିଲେ । ପ୍ରଭାସ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ଷ୍ଟାର ଯାହାଙ୍କର ମହମ ପ୍ରତିମୂର୍ତ୍ତି ବ୍ୟାଙ୍କକର ମ୍ୟାଡମ ତୁସାଡରେ ଲାଗିଛି । ସେଠାରେ ତାଙ୍କୁ ଅରବିନ୍ଦ ବାହୁବଳୀ ଭାବେ ଦେଖିବାକୁ ମିଳିବ । ଅଭିନେତା ଭାବେ ବେଶ ନାଁ କରିଥିବା ପ୍ରଭାସ କିନ୍ତୁ ଯଦି ମନୋରଞ୍ଜନ ଦୁନିଆରେ ଏଣ୍ଟ୍ରି କରି ନ ଥାଆନ୍ତେ ତେବେ ସେ ହୋଟୋଲ ଇଣ୍ଡଷ୍ଟ୍ରିରେ କ୍ୟାରିୟକ କରିଥାଆନ୍ତେ ବୋଲି କୁହନ୍ତି । ପ୍ରଭାସ ଭାରି ଫୁଡି । ସେ ନୂଆ ଡିସେସ ଏକ୍ସପ୍ଲୋର କରିଥାଆନ୍ତି । ତାଙ୍କ ଫେବରେଟ ଡିସ୍ ମଧ୍ୟରୁ ଚିକେନ ବିରିୟାନି ଗୋଟିଏ ।
ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ ଜବରଦସ୍ତ ଫ୍ୟାନ ପ୍ରଭାସ ‘ମୁନ୍ନା ଭାଇ ଏମବିବିଏସ୍‌’ ଓ ‘ଥ୍ରୀ ଇଡିୟଟସ୍‌’ ପ୍ରାୟ ୨୦ ଥର ଦେଖିଛନ୍ତି । କୁହାଯାଏ ପ୍ରଭାସ ତାଙ୍କ ମୁଭି ‘ବାହୁବଳୀ’କୁ ନେଇ ଏତେ ଡେଡିକେଟେଡ ଥିଲେ ଯେ ସେ ୪ ବର୍ଷ ପର୍ଯ୍ୟନ୍ତ ଆଉ କୌଣସି ଫିଲ୍ମ ସାଇନ୍ କରି ନ ଥିଲେ । ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଶାହାରୁଖ ଖାଁ ଓ ସଲମାନ ଖାଁ ପ୍ରଭାସଙ୍କର ପସନ୍ଦର ଅଭିନେତା । ସେହିପରି ହଲିଉଡ ଇଣ୍ଡଷ୍ଟ୍ରିର ରବର୍ଟ ଡିନିରୋ ତାଙ୍କ ପସନ୍ଦର ଷ୍ଟାର । ସେମିତି ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ ପ୍ରଭାସଙ୍କର ପ୍ରଥମ ପସନ୍ଦ ନାୟିକା ।
ପ୍ରଭାସ ଏକ ସାକ୍ଷାତ୍‌କାରରେ କହିଥିଲେ ଫିଲ୍ମ ‘ବାହୁବଳୀ’ର ରିଲିଜ୍ ପରେ ତାଙ୍କ ନିକଟକୁ ପ୍ରାୟ ୬ ହଜାର ବିବାହ ପ୍ରସ୍ତାବ ଆସିଥିଲା ହେଲେ ସେ ସମସ୍ତଙ୍କୁ ମନା କରି ଦେଇଥିଲେ । ଏବେ ‘ଆଦିପୁରୁଷ’ରେ ପ୍ରଭାସଙ୍କ ଅଭିନୟକୁ ବି ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ପାଇଁ ପ୍ରଭାସ କୁଆଡେ ୧୦୦ କୋଟିରୁ ଅଧିକ ଟଙ୍କା ଫିଜ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତୀକଙ୍କୁ ମିଳିଲା ବଡ଼ ସୁଯୋଗ, ‘ନାଗିନ୍‌-୬’ରେ କରିବେ ଏଣ୍ଟ୍ରି

ବମ୍ବେ: ବିଗ୍‌ ବସ୍‌ ଫେମ୍‌ ପ୍ରତୀକ ଶେହଜପାଲଙ୍କୁ ମିଳିଛି ବଡ଼ ବ୍ରେକ୍‌। ଲୋକପ୍ରିୟ ଟେଲି ଧାରବାହିକ ‘ନାଗିନ-୬’ରେ ସେ ନଜର ଆସିବେ। ଏନେଇ ସେ ସୋସିଆଲ...

ଭଲ ବ୍ୟବସାୟ କରୁଛି ‘ଜଜ୍‌ମେଣ୍ଟାଲ ହେ କ୍ୟା’: ଗୋଟିଏ ସପ୍ତାହରେ କମାଇଲା ୩୧କୋଟି

ମୁମ୍ବାଇ: ଗତ ଶୁକ୍ରବାର ପରଦାକୁ ଆସିଛି ବାଲାଜି ମୋଶନ୍‌ ପିକ୍ଚର୍ସର ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’। ତେବେ ରିଲିଜର ଏକ ସପ୍ତାହରେ ଏହା ୩୧ କୋଟି...

ପର୍ସ ଚୋରି କରି ଗିରଫ ହେଲେ ଅଭିନେତ୍ରୀ

ବଙ୍ଗଳା ଫିଲ୍ମ ଅଭିନେତ୍ରୀ ରୂପା ଦତ୍ତଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି। କୋଲକାତାର ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ସେ ଚୋରି କରୁଥିବାବେଳେ ଧରାପଡିଥିଲେ। ବିଦ୍ଧନଗର...

ଏମ୍‌ବିଏ ପରେ ବ୍ୟବସାୟ କରିବାକୁ ଚାହୁଁଥିଲେ, ହେଲେ କମେଡିଆନ୍‌; ଜାଣନ୍ତୁ କ’ଣ କରନ୍ତି ସେହି ‘ବଚ୍ଚା ଯାଦବ’ଙ୍କ ସ୍ତ୍ରୀ

ବମ୍ବେ: କିକୁ ଶାରଦା। କମେଡି ଦୁନିଆର ଜଣେ ପରିଚିତ ନାମ। ଗତ କିଛି ବର୍ଷ ଧରି ସେ ଦର୍ଶକଙ୍କୁ ହସାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।...

ଚିହ୍ନିଲେ ଅଭିନେତ୍ରୀ ଜଣଙ୍କ କିଏ…

ମୁମ୍ବାଇ: ବଲିଉଡ୍‌ରେ ଅଭିନେତ୍ରୀମାନେ ଅନେକ ସମୟରେ ନିଜର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି। ଅନିଲ କପୁରଙ୍କ ଅଲିଅଳି କନ୍ୟା ତଥା...

ଅନ୍ତରଙ୍ଗ ଫଟୋ ଭାଇରାଲ ପରେ, ଏହି ଅଭିନେତ୍ରୀଙ୍କ ପୂର୍ବତନ ପ୍ରେମିକ ଆସିଥିଲେ ସନ୍ଦେହ ଘେରକୁ…

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି।...

ଶ୍ୱଶୁରଙ୍କ ମୃତ୍ୟୁ ପରେ କାଜଲଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି

ଅଜୟ ଦେବଗନ ଏବଂ କାଜଲଙ୍କ ପରିବାରରେ ଖରାପ ସମୟ ପଡ଼ିଛି। ଶ୍ୱଶୁର ବୀରୁ ଦେବଗନଙ୍କ ମୃତ୍ୟୁକୁ ୩ ଦିନ ନ ପୂରୁଣୁ କାଜଲଙ୍କ ମାଆ ଏବେ...

ଶେଷରେ ମାନିଲେ କିଆରା

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ନିଜର ଆଶା ପୂରଣ ହେବା ପରେ କିଆରା କେମିତି ଖୁସିରେ ଉଛୁଳୁଛନ୍ତି।...

Advertisement
Archives

Model This Week