ବିବାହ ପାଇଁ ପ୍ରଥମେ ଅରବାଜଙ୍କୁ ପ୍ରପୋଜ କରିଥିଲେ ମଲାଇକା

ମୁମ୍ବାଇ: ବଲିଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିବା ଅଭିନେତ୍ରୀ ମଲାଇକା ଆରୋରା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ୨୩ ଅକ୍ଟୋବର ମଲାଇକାଙ୍କ ଜନ୍ମଦିନ ହୋଇଥିବା ବେଳେ ଏବେ ସେ ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଏବେବି ମଲାଇକାଙ୍କୁ ଦେଖିଲେ ଲାଗିବ ନାହିଁ ତାଙ୍କୁ ୪୯ ବର୍ଷ ହେଲାଣି ବୋଲି । ୟଙ୍ଗଷ୍ଟରଙ୍କୁ ବି ମାତ୍ ଦିଅନ୍ତି ଏହି ନାୟିକା । ମଲାଇକା ତାଙ୍କ ପ୍ରଫେସନାଲ ଲାଇଫକୁ ନେଇ ଯେତିକି ଚର୍ଚ୍ଚାରେ ରହିନାହାନ୍ତି ତାଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ।
ମଲାଇକା ପ୍ରଥମେ ଅରବାଜ ଖାଁଙ୍କୁ ବିବାହ କରିଥିଲେ । ତେବେ ୫-୬ ବର୍ଷର ରିଲେସନଶିପ ପରେ ଏହି ଯୋଡି ବିବାହ କରିଥିଲେ । ଆଉ ବିବାହର ୧୯ ବର୍ଷ ପରେ ଏମାନେ ଅଲଗା ହୋଇଯାଇଥିଲେ । ଅର୍ଥାତ୍ ପ୍ରାୟ ୨୫ ବର୍ଷ ଏମାନେ ଏକାଠି ଜୀବନ କାଟିଛନ୍ତି । କୁହାଯାଏ ଅରବାଜଙ୍କ ପ୍ରପୋଜକୁ ଅପେକ୍ଷା ନ କରି ମଲାଇକା କୁଆଡେ ତାଙ୍କୁ ବିବାହ କରିବାକୁ ପ୍ରଥମେ ପ୍ରପୋଜ କରିଦେଇଥିଲେ ।
ତେବେ ୧୯ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ଅରବାଜଙ୍କଠାରୁ ଅଲଗା ହୋଇ ଯାଇଥିଲେ ମଲାଇକା । ଏହି ବିଚ୍ଛେଦକୁ ନେଇ ଅରବାଜ କୁହନ୍ତି, ପରଫେକ୍ଟ ରିଲେସନ କ’ଣ ତାହା ମୁଁ ଜାଣିନି । ହେଲେ ମୁଁ ମୋ ସମ୍ପର୍କକୁ ବଞ୍ଚାଇବାକୁ ୧୯ ବର୍ଷ ଧରି ଚେଷ୍ଟା କରିଛି । ହେଲେ ସେଥିରେ ମୁଁ ସଫଳ ହୋଇନି । କିନ୍ତୁ ମଲାଇକା କୁହନ୍ତି ଅରବାଜଙ୍କଠାରୁ ଯେବେ ଅଲଗା ହେଲେ ତାର ଠିକ୍ ପୂର୍ବ ରାତିରେ ଅରବାଜଙ୍କ ପରିବାରର ସମସ୍ତ ସଦସ୍ୟ ବସି ତାଙ୍କୁ କହିଥିଲେ ସତରେ କ’ଣ ଏହା ତାଙ୍କର ଶେଷ ନିଷ୍ପତ୍ତି । କାରଣ ଅରବାଜଙ୍କ ପରିବାରର ସମସ୍ତେ ମୋ କଥା ଚିନ୍ତା କରୁଥିଲେ ।
କୁହାଯାଏ ମଲାଇକା ଅରବାଜଙ୍କଠାରୁ ଅଲଗା ହେବା ପରେ ୧୦ କୋଟି ଟଙ୍କା ଦାବି କରିଥିଲେ । ଏହାତଳକୁ ସେ ସାଲିସ କରିବାକୁ ଚାହୁଁ ନ ଥିଲେ । ଏହାକୁ ଦେଖି ଅରବାଜ ମଲାଇକାଙ୍କ ଏଲୁମନି ଆକାଉଣ୍ଟ ଭାବେ ୧୫ କୋଟି ଟଙ୍କା ଦେଇଥିଲେ । ଏବେ ମଲାଇକା ଅରବାଜଙ୍କଠାରୁ ଅଲଗା ହୋଇ ନାୟକ ଅର୍ଜୁନ କପୁରଙ୍କ ସହ ରିଲେସନଶିପରେ ଥିବା ବେଳେ ସେପଟେ ଅରବାଜ ବିଦେଶୀ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କ ସହ ଲିଭ ଇନରେ ରହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri