Posted inଖେଳ

ଦିନଥିଲା ଟ୍ରେନ୍‌ ଟଏଲେଟ୍‌ ପାଖରେ ବସି ଯାତ୍ରା କରୁଥିଲେ ଧୋନୀ, ଆଜି ଭାରତର ଶ୍ରେଷ୍ଠ ଅଧିନାୟକ

ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମାହି ବିଶ୍ୱ କ୍ରିକେଟରେ ରାଜ କରିଛନ୍ତି। ଭାରତୀୟ ରେଳବାଇରେ ଟିକେଟ ସଂଗ୍ରହକାରୀ ଭଳି ସରକାରୀ ଚାକିରି ପାଇବା ସତ୍ତ୍ୱେ ଧୋନୀ ଏଥିରେ ସନ୍ତୁଷ୍ଟ ନ ଥିଲେ। ଚାକିରି ଛାଡିବା ପରେ ତାଙ୍କୁ ପିତାଙ୍କ ଗାଳି ମଧ୍ୟ ସହିବାକୁ ପଡିଲା, କିନ୍ତୁ ଏହାଠାରୁ ବଡ କିଛି ତାଙ୍କ ଭାଗ୍ୟରେ ଲେଖା ହୋଇଥିଲା।

ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ସେ ବିଦ୍ୟାଳୟ ସ୍ତରରେ ଫୁଟବଲ ଦଳର ଗୋଲକିପର ଥିଲେ ଏବଂ ଏହି କ୍ଷେତ୍ରରେ ଆଗକୁ ବଢିବାକୁ ଚାହୁଁଥିଲେ। ଧୋନୀ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ସ୍କୁଲ କ୍ରିକେଟ ଦଳରେ ହଠାତ୍‌ ଜଣେ ଉଇକେଟ କିପର ଆବଶ୍ୟକ ପଡିଲା। ସେତେବେଳେ କ୍ରିକେଟ ପ୍ରଶିକ୍ଷକ ତାଙ୍କ ଗୋଲକିପିଂ ଦେଖିଲେ, ଧୋନୀଙ୍କ ଉପରେ ସେ ବହୁତ ପ୍ରଭାବିତ ହୋଇଥିଲେ।ସେ ହିଁ ଉଇକେଟ କିପିଂ ଦାୟିତ୍ୱ ତୁଲାଇ ପାରିବେ ଭାବି ତାଙ୍କୁ ସେହି ଦାୟିତ୍ୱ ଦେଇଥିଲେ। ଆଗ୍ରହ ନ ଥିଲେ ମଧ୍ୟ ଧୋନୀ କିପିଂ ଶିଖି ମ୍ୟାଚ୍‌ ଖେଲି ସଫଳ ମଧ୍ୟ ହୋଇଥିଲେ। ସେବେଠେୁ ଆରମ୍ଭ ହୋଇଥିଲା ଧୋନୀଙ୍କ କ୍ରିକେଟ ଜୀବନ। ଏହାପରେ କ୍ରିକେଟ ଟ୍ରେନିଂ ପାଇଁ ଅନେକ ସଂଘର୍ଷ କରିଥିଲେ। ବେଳେବେଳେ କ୍ରିକେଟ ଟ୍ରେନିଂ ନେବା ପାଇଁ ଟ୍ରେନ୍‌ ଟଏଲେଟ୍‌ ପାଖରେ ବସି ଯିବାକୁ ପଡୁଥିଲା।
୧୮ ବର୍ଷ ହେବା ବେଳକୁ ଧୋନୀ ନିଜ ସହରରେ ବେଶ ପ୍ରସିଦ୍ଧ ହୋଇଥିଲେ। ଅଳ୍ପ ବୟସରେ ସେ ବିହାର ପାଇଁ ରଣଜୀ ଖେଳିବାର ସୁଯୋଗ ମଧ୍ୟ ପାଇଥିଲେ। ତା’ପରେ ସେ ରେଳବାଇ ପକ୍ଷରୁ ଖେଳିଥିଲେ। ରେଳବିଭାଗ ପକ୍ଷରୁ ତାଙ୍କ ଟିଟି ଚାକିରି ମଧ୍ୟ ମିଳିଥିଲା। ସ୍ବଳ୍ପ ମଧ୍ୟବିତ୍ତ ପରିବାରର ପୁଅ ସ୍‌ଅଳ୍ପ ବୟସରେ ସରକାରୀ ଚାକିରି ପାଇବା ପରିବାର ପାଇଁ ଏକ ବଡ଼ସ୍ବପ୍ନ ପୂରଣ କରିବା ପରି ଥିଲା। ଘରେ ଖୁସିର ଲହରୀ ଖେଳିଗଲା।

ପରିବାରର ଖୁସି ପାଇଁ ଧୋନୀ ମଧ୍ୟ ଏହି ଚାକିରିରେ ଯୋଗ ଦେଇଥିଲେ। କିନ୍ତୁ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି କାମ କରିପାରି ନ ଥିଲେ। ଶେଷରେ ଦିନେ ସେ ଚାକିରି ଛାଡି ଘରକୁ ଫେରି କ୍ରିକେଟ ପଡ଼ିଆରେ ଅଭ୍ୟାସ ଆରମ୍ଭ କଲେ। ଏହି କାର୍ଯ୍ୟ ପରେ ମାହିଙ୍କୁ ମଧ୍ୟ ପିତାଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଥିଲା।

ଦାଦା ଧୋନିଙ୍କ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ ହୋଇଥିଲେ

୨୦୦୪ରେ ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି ମହେନ୍ଦ୍ର ସିଂ ଧୋନିଙ୍କୁ ଟିମ ଇଣ୍ଡିଆରେ ପ୍ରଥମ ସୁଯୋଗ ଦେଇଥିଲେ। ୨୦୦୩ରେ ଜିମ୍ବାୱେ ଏବଂ କେନିଆ ଗସ୍ତରେ ଧୋନି ଇଣ୍ଡିଆ ଏ ଦଳରେ ସ୍ଥାନ ପାଇଥିଲେ। ମାହି ଏହି ସୁଯୋଗର ହରାତଛଡା ନ କରି ୭ଟି ମ୍ୟାଚରେ ୩୬୨ ରନ ସଂଗ୍ରହ କରିଥିଲେ। ଏହି ସମୟରେ ସେ ୭ଟି କ୍ୟାଚ ଏବଂ ଚାରିଟି ଷ୍ଟମ୍ପିଂ ମଧ୍ୟ କରିଥିଲେ। ଥରେ ଧୋନୀ ସିନିୟର ଦଳରେ ପାଦ ଦେବା ପରେ ସେ ପଛକୁ ଚାହିଁ ନଥିଲେ।

ପ୍ରଥମ ଚାରିଟି ମ୍ୟାଚରେ ଫ୍ଲପ
ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ବାଂଲାଦେଶ ବିପକ୍ଷରେ ଏକଦିବସୀୟ ଡେବ୍ୟୁ କରିଥିଲେ। ସେ ଏହି ପୁରା ସିରିଜରେ ଫ୍ଲପ ହୋଇଥିଲେ। ତିନି ମ୍ୟାଚରେ ମାତ୍ର ୧୯ ରନ ଅର୍ଜନ କରିଥିଲା। ୨୦୦୫ ମସିହା ପ୍ରାରମ୍ଭରେ ପାକିସ୍ତାନ ଦଳ ଭାରତ ଗସ୍ତ କରିଥିଲା। ପ୍ରଥମ ମ୍ୟାଚରେ ସେ ମାତ୍ର ତିନି ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ଧୋନି ବିଶାଖାପାଟନମରେ ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ଧୋନୀ ଏହି ମ୍ୟାଚରେ ୧୨୩ ବଲରେ ୧୪୮ ରନ ସଂଗ୍ରହ କରିଥିଲେ। ମାହି ଏହାପରଠାରୁ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ।

ମାହି ଆଇସିସି ଟୁର୍ନାମେଣ୍ଟରେ ରାଜ୍‌ କରିଥିଲେ

ଭାରତୀୟ କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ଏମିତି ରେକର୍ଡ ଅଛି ଯାହା ଅନ୍ୟ କୌଣସି ଅଧିନାୟକଙ୍କ ନାମରେ ନାହିଁ। ଧୋନୀ ୩ଟି ଆଇସିସି ଟୁର୍ନାମେଣ୍ଟରେ ଭାରତକୁ ଚାମ୍ପିୟନ କରିଛନ୍ତି। ପ୍ରଥମ ଟି -୨୦ ବିଶ୍ୱକପ, ୨୦୧୧ ମସିହାରେ ଭାରତକୁ ୫୦ ଓଭର ବିଶ୍ୱକପ ଦେଇଥିଲେ ମାହି। ଧୋନୀଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ପରେ ଭାରତ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri