ବାପାଙ୍କୁ ଘୃଣା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ଜାଭେଦ ଜାଫରୀ ନିଜର ବଳିଷ୍ଠ ଅଭିନୟ ସାଙ୍ଗକୁ କମେଡିକୁ ନେଇ ପ୍ରଶଂସକଙ୍କ ଗହଣରେ ଜଣାଶୁଣା। ୧୯୮୫ରେ ରିଲିଜ ହୋଇଥିବା ‘ମେରି ଜଙ୍ଗ’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଆଜି ଅର୍ଥାତ ଡିସେମ୍ବର ୪ରେ ଏହି ଅଭିନେତାଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଫିଲ୍ମରେ କ୍ୟାରିୟର ଦେଖିଲେ ଜାଭେଦ ‘ତହଲକା’, ‘ଧମାଲ’, ‘ଜଜନ୍ତରମ ମମନ୍ତରମ୍‌’, ‘ଥ୍ରି ଇଡିଅଟ୍ସ’ ଏବଂ ‘ଟୋଟାଲ ଧମାଲ’ ଭଳି ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ବ୍ୟତିତ ସେ ବିଭିନ୍ନ ନୃତ୍ୟଭିତ୍ତିକ ଶୋ’ରେ ବିଚାରପତି ଏବଂ ହୋଷ୍ଟ ଆଦି ଭୂମିକା ମଧ୍ୟ ତୁଲାଇଛନ୍ତି। ଏବେ ବି ସେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି। ଚଳିତ ବର୍ଷ ତାଙ୍କ ଫିଲ୍ମ ‘ଜାଦୁଗର’ ରିଲିଜ ହୋଇଥିଲା। ଫିଲ୍ମରେ ତାଙ୍କ କାମକୁ ପସନ୍ଦ କରାଯାଇଥିଲା।

ବ୍ୟକ୍ତିଗତ ଜୀବନ ଦେଖିଲେ ପିତାଙ୍କୁ ଘୃଣା କରିବାକୁ ନେଇ ଜାଭେଦ ଚର୍ଚ୍ଚାରେ ଥିଲେ। ତାଙ୍କ ବାପା ଜଗଦୀପ ଜଣେ ଭଲ କମେଡିଆନ୍‌ ଥିଲେ। ପ୍ରଶଂସକମାନେ ତାଙ୍କ ଅଭିନୟକୁ ପସନ୍ଦ କରୁଥିଲେ। ହେଲେ ପୁଅ ଜାଭେଦ କିନ୍ତୁ ତାଙ୍କୁ କରୁଥିଲେ ଘୃଣା। ଏହା ପଛରେ ବଡ଼ କାରଣ ବି ଥିଲା। ଜଗଦୀପ ଅତ୍ୟଧିକ ନିଶାଗ୍ରସ୍ତ ରହୁଥିବା ବେଳେ ମଦ ଏବଂ ଜୁଆ ଭଳି କୁଶିକ୍ଷା ଜାଲରେ ଫସି ଯାଇଥିଲେ। ଏହାକୁ ନେଇ ଜାଭେଦ ବାପାଙ୍କୁ ପସନ୍ଦ କରୁ ନ ଥିଲେ। ଏପରିକି ଦୀର୍ଘ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖି ନ ଥିଲେ। ପରେ ବାପା ନିଜର ଖରାପ ଅଭ୍ୟାସକୁ ଛାଡ଼ିବା ପରେ ବାପା-ପୁଅ ସମ୍ପର୍କ ପୁଣିଥରେ ଠିକ୍‌ ହୋଇଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri