ଦୁର୍ଗାପୁରରେ ନିର୍ମାଣ ହେବ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ, ଶକ୍ତି କ୍ଷେତ୍ରରେ ୧୧,୯୦୦ କୋଟି ନିବେଶ…

କୋଲକାତା,୪।୧୨ : ପଶ୍ଚିମବଙ୍ଗ ସରକାର ଦୁର୍ଗାପୁରରେ ଗ୍ରାନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ ଗ୍ରୀନ୍‌ ହାଇଡ୍ରୋଜେନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଏକ ସମ୍ଭାବ୍ୟ କ୍ଷେତ୍ର ଭାବରେ ଦେଖୁଛନ୍ତି। ଏକ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଶ୍ୱାସ କହିଛନ୍ତି ଯେ କେନ୍ଦ୍ରର ରିଭ୍ୟାମ୍ପେଡ ବିତରଣ ସେକ୍ଟର ସ୍କିମ (ଆରଡିଏସଏସ) ଅଧୀନରେ ବିଦ୍ୟୁତ କ୍ଷେତ୍ର ପାଇଁ ପ୍ରାୟ ୧୧,୯୦୦ କୋଟି ଟଙ୍କା ନିବୋ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ଗ୍ରୀନ୍‌ ହାଇଡ୍ରୋଜେନ ଏବଂ ଏମୋନିଆ ଉତ୍ପାଦନ ପାଇଁ ଏକ ସମ୍ଭାବ୍ୟ ରାଜ୍ୟ ଭାବରେ ଚିହ୍ନଟ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ବିଦ୍ୟୁତ ବିକାଶ ନିଗମ ଲିମିଟେଡ (ଡବ୍ଲୁବିପିଡିସିଏଲ) ପାଇଲଟ ପ୍ରକଳ୍ପ ଭାବରେ ଦୁର୍ଗାପୁରରେ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛି।

ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ ଖୁବ ଶୀଘ୍ର ରାଜ୍ୟ ସରକାର କୋଲାଘାଟ ଏବଂ ବନ୍ଦେଲ ତାପଜ ବିଦ୍ୟୁତ କେନ୍ଦ୍ରର ନବୀକରଣ କାର୍ଯ୍ୟ ଆରମ୍ଭ କରିବେ। ସେ କହିଛନ୍ତି ଯେ ଆରଡିଏସଏସ ଯୋଜନା ଶକ୍ତି ପରିବର୍ତ୍ତନ ଦିଗରେ ପ୍ରୟାସକୁ ଏକ ପ୍ରୋତ୍ସାହନ ଦେଇଛି। ଯେଉଁଥିରେ କ୍ଷତି ହ୍ରାସ, ସ୍ମାର୍ଟ ମିଟର ସ୍ଥାପନ ଏବଂ ସିଷ୍ଟମ ଆଧୁନିକୀକରଣ ପାଇଁ ୧୧,୮୯୫ କୋଟି ଟଙ୍କା ବିନିଯୋଗ ହେବ ଯାହାଦ୍ୱାରା ଏହି ସେକ୍ଟର ନିରନ୍ତର ଉନ୍ନତି ପଥରେ ଗତି କରିବାର ଆଶା ରହିବ।

ମନ୍ତ୍ରୀ କହିଛନ୍ତି ଯେ ମୁର୍ସିଦାବାଦ ଜିଲାର ସାଗରଦିଘିଠାରେ ୬୬୦ ମେଗାୱାଟ ସୁପରକିଟିକାଲ ଥର୍ମାଲ ପାୱାର ଷ୍ଟେଶନ ନିର୍ମାଣ ଚାଲିଛି। ଏଥିସହ ପଶ୍ଚିମବଙ୍ଗ ସରକାର ବକରେଶ୍ୱର ଡ୍ୟାମରେ ୫୦୦ ମେଗାୱାଟର ଭାସମାନ ସୌର ପ୍ଳାଣ୍ଟ ସ୍ଥାପନକୁ ଅନୁମୋଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri