ବିଜ୍ଞାପନରୁ କ୍ୟାରିୟର ଆରମ୍ଭ କରି ଗୋଟିଏ ବର୍ଷରେ ସାଇନ୍ କରିଥିଲେ ୪୦ ଫିଲ୍ମ

ମୁମ୍ବାଇ: ହିରୋ ନମ୍ବର ୱାନ, କୁଲି ନମ୍ବର ୱାନ । ଏହି ନମ୍ବର ୱାନ ନାୟକ ଜଣକ ହେଉଛନ୍ତି ବଲିଉଡର ବହୁ ପରିଚିତ ନାୟକ ଗୋବିନ୍ଦା । ଯାହା ଅଣ୍ଟା ହଲିଗଲେ ଦୋହଲିଯାଏ ଷ୍ଟେଜ । ଗୋବିନ୍ଦା ୫୮ ବର୍ଷରେ ପଦାର୍ପଣ କରିଥିଲେ ବି ଆଜିବି ସେ ସେମିତି ହିରୋ ନମ୍ବର ୱାନ୍ । ଲକ୍ଷେ ଦିଲର ଧଡକନ ଗୋବିନ୍ଦା ୨୧ ଡିସେମ୍ବର ୧୯୬୩ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଅରୁଣ କୁମାର ଆହୁଜା ଜଣେ ଅଭିନେତା ଓ ଫିଲ୍ମ ମେକର ଥିବାବେଳେ ମା’ ନିର୍ମଳା ଆହୁଜା ଜଣେ ଅଭିନେତ୍ରୀ ତଥା ଗାୟିକା ଥିଲେ । କଳାକାର ପରିବାରର ୬ ଭଉଣୀଭାଇଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ ଗୋବିନ୍ଦା । ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଚିଚି ବୋଲି ଡାକୁଥିଲେ । ତେବେ ପିତାଙ୍କ ପରାମର୍ଶ କ୍ରମେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଗୋବିନ୍ଦା । ଆଉ ସଫଳ ବି ହୋଇଥିଲେ । ଅଭିନୟ ସାଙ୍ଗକୁ ଡ୍ୟାନ୍ସରେ ସେ ହୋଇଯାଇଥିଲେ ନମ୍ବର ୱାନ୍ । ପ୍ରଥମେ ସେ ଏକ ଖାଦ୍ୟ ବିଜ୍ଞାପନରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ତାଙ୍କ ଅଙ୍କଲଙ୍କ ନିର୍ଦ୍ଦେଶିତ ଫିଲ୍ମରେ ସେ ଅଭିନୟ କରିଥିଲେ । ଏହାପରେ ୧୯୮୫ ଜୁନ ମାସରେ ସେ ବଲିଉଡ ମୁଭି ଲଭ ୮୬ର ଶୁଟିଂ ଆରମ୍ଭ କରିଥିଲେ । ଆଉ ଜୁଲାଇ ମଧ୍ୟ ଭାଗ ସୁଦ୍ଧା ସେ ୪୦ଟି ଫିଲ୍ମ ସାଇନ୍ କରିଥିବା କୁହାଯାଏ । ଏପର୍ଯ୍ୟନ୍ତ ଏହି ନାୟକ ୧୨ଥର ଫିଲ୍ମଫେୟାର ପାଇଁ ମନୋନୀତ ହୋଇଛନ୍ତି । ଅନେକଙ୍କୁ ଜଣା ନ ଥିବ ଗୋବିନ୍ଦା ଶୁଟିଂ ସେଟରେ ହିଁ ଶୋଇଯାଆନ୍ତି । ଯେଉଁଥିପାଇଁ ନିର୍ମାତା ନିର୍ଦ୍ଦେଶକଙ୍କୁ ବହୁ ଅସୁବିଧା ହୋଇଥାଏ । ଗୋବିନ୍ଦା ନିର୍ଦ୍ଦେଶକ ଡେଭିଡ ଧୱନଙ୍କ ସହ ବହୁ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ କୌଣସି କାରଣ ବଶତଃ ଏବେ ଡେଭିଡ ଓ ଗୋବିନ୍ଦାଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri