ନିଜଠାରୁ ୩୦ ବର୍ଷ ବଡ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ କୋରିଓଗ୍ରାଫର୍‌

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ନଭେମ୍ବର ୨୨ ଅର୍ଥାତ୍‌ ଆଜି ଜନ୍ମଗ୍ରହଣ କରିଥିଲେ। ସେ ୨୦୦୦ରୁ ଅଧିକ ଗୀତ କୋରିଓଗ୍ରାଫି କରିଥିଲେ। ମାଧୁରୀ ଦୀକ୍ଷିତ, ଶ୍ରୀଦେବୀ, କରୀନା କପୁରଙ୍କ ପରି କିମ୍ବଦନ୍ତୀ ଅଭିନେତ୍ରୀଙ୍କ ନୃତ୍ୟ ଗୁରୁ ଥିଲେ ସରୋଜ। ଚଳିତ ବର୍ଷ ଜୁଲାଇ ୩ରେ ତାଙ୍କର ଦେହାନ୍ତ ହୋଇଥିଲା। ମାତ୍ର ୩ ବର୍ଷ ବୟସରେ ସେ ଚଳଚ୍ଚିତ୍ର ନଜରନାରେ ଶ୍ୟାମା ନାମକ ଜଣେ ଝିଅ ଭୂମିକାରେ ଅଭିନୟ କରିଥିଲେ। ସେ କୋରିଓଗ୍ରାଫର ବି.ଭି. ସୋହନଲାଲଙ୍କ ଠାରୁ ତାଲିମ ନେଇଥିଲେ। କୋରିଓଗ୍ରାଫର ଭାବରେ ସରୋଜ ଖାନଙ୍କ ମୁଖ୍ୟ ଚଳଚ୍ଚିତ୍ର ହେଉଛି ଚାନ୍ଦନୀ, ତେଜାବ, ମିଷ୍ଟର ଇଣ୍ଡିଆ।
ମାତ୍ର ୧୩ ବର୍ଷ ସେ ତାଙ୍କ ଗୁରୁ ସୋହନଲାଲଙ୍କୁ ବିବାହ କରିଥିଲେ। ଉଭୟଙ୍କ ବୟସରେ ୩୦ ବର୍ଷର ପାର୍ଥକ୍ୟ ଥିଲା। ବିବାହବେଳେ ସୋହନଙ୍କୁ ୪୩ବର୍ଷ ବୟସ ହୋଇଥିଲା। ଏହା ସୋହନଲାଲଙ୍କ ଦ୍ୱିତୀୟ ବିବାହ ଥିଲା। ସରୋଜ ଖାନ ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ ସ୍କୁଲରେ ପଢୁଥିବା ସମୟରେ, ମୋର ନୃତ୍ୟ ଗୁରୁ ସୋହନଲାଲ ବେକରେ ଏକ କଳା ସୂତା ବାନ୍ଧି ମୋତେ ବିବାହ କରିଥିଲେ। ବିବାହ କରିବା ସମୟରେ ସୋହନଲାଲ ତାଙ୍କର ପ୍ରଥମ ବିବାହ ବିଷୟରେ ଉଲ୍ଲେଖ କରି ନ ଥିଲେ। ଦେଶ ବିଭାଜନ ପରେ ସରୋଜ ଖାନଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ। ତାଙ୍କର ପ୍ରକୃତ ନାମ ନିର୍ମଳା ନାଗପାଲ, ପିତାଙ୍କ ନାମ କିଶନଚାନ୍ଦ ସାଧୁ ସିଂ ଏବଂ ମାତାଙ୍କ ନାମ ନୋନି ସାଧୁ ସିଂ। ୧୯୬୩ ମସିହା ସରୋଜ ଖାନଙ୍କ ପୁଅ ହମିଦ ଜନ୍ମ ହୋଇଥିଲେ। ପ୍ରଥମ ପୁଅର ଜନ୍ମ ପରେ ସରୋଜ ସ୍ବାମୀଙ୍କ ପ୍ରଥମ ବିବାହ ବିଷୟରେ ଜାଣିବାକୁ ପାଇଲେ। ସୋହନଲାଲ ସରୋଜ ଖାନଙ୍କ ଉଭୟ ସନ୍ତାନଙ୍କୁ ତାଙ୍କ ନାମ ଦେବାକୁ ମନା କରିଦେଇଥିଲେ। ଏହା ପରେ ସରୋଜ ଖାନ ଏବଂ ସୋହାନଲଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଲା। ସରୋଜ ତାଙ୍କ ଦୁଇ ପିଲାଙ୍କୁ ଏକାକୀ ବଢାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri