ବିଶ୍ୱର ସବୁଠୁ ଖୁସିର ଦେଶ ଫିନଲାଣ୍ଡ: ଭାରତକୁ ପଛରେ ପକାଇଲା ପାକିସ୍ତାନ

ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ବିଶେଷ କରି ୨୦୨୦ ଚିନ୍ତା, ଉଦାସୀନତା, ଏକାକୀ, ଅସୁସ୍ଥତା ଏବଂ ମୃତ୍ୟୁର ବର୍ଷ ଥିଲା କହିଲେ କିଛି ଭୁଲ ହେବ ନାହିଁ। ଏହାରି ମଧ୍ୟରେ ୧୪୯ ଦେଶକୁ ନେଇ ହୋଇଥିବା ‘ଓ୍ବାଲ୍ଡ ହାପିନେସ୍‌ ରିପୋର୍ଟ-୨୦୨୧’ ର ରିପୋର୍ଟ ଶୁକ୍ରବାର ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, କରୋନା ମଧ୍ୟ ଲେକଙ୍କ ଖୁସିର ଜୀବନରେ ସେତେଟା ପ୍ରଭାବ ପକାଇପାରି ନାହିଁ।
ୟୁନିୟନ ସଷ୍ଟେନେବୁଲ ଡେଭ୍‌ଲପ୍‌ମେଣ୍ଟ ଏବଂ ସଲ୍ୟୁଶନ ନେଟ୍‌ଓ୍ବାର୍କ ଦ୍ୱାରା ପ୍ରଯୋଜିତ ୧୪୯ ଦେଶକୁ ନେଇ ପ୍ରସ୍ତୁତ ଏହା ହେଉଛି ବାର୍ଷିକ ରିପୋର୍ଟ । ମୁଣ୍ଡପିଛା ଜିଡିପି, ସୁସ୍ଥ ଜୀବନ ଏବଂ ନାଗରିକଙ୍କ ମତ ଉପରେ ଏହା ଆଧାରିତ। ଏହି ସର୍ଭେରେ ଲୋକଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। ଏହି ଆଧାରରେ ୟୁରୋପୀୟ ଦେଶଗୁଡିକ ଦୁନିଆର ସବୁଠାରୁ ଖୁସି ଦେଶ ତାଲିକାରେ ପ୍ରଥମ ୯ଟି ସ୍ଥାନରେ ରହିଛି। ଏହି ତାଲିକାରେ ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ଖୁସିର ଦେଶ ବୋଲି ବିବେଚିତ ହୋଇଛି। ସେହିପରି ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ସ୍ବିଜରଲାଣ୍ଡ, ଚତୁର୍ଥରେ ଆଇସଲ୍ୟାଣ୍ଡ, ପଞ୍ଚମରେ ନେଦରଲାଣ୍ଡ, ଷଷ୍ଠରେ ଆଇସଲ୍ୟାଣ୍ଡ, ସପ୍ତମରେ ନରଓ୍ବେ, ଅଷ୍ଟମରେ ସ୍ବିଡେନ ଏବଂ ନବମରେ ଲଗଜମବର୍ଗ ରହିଛି। ନ୍ୟୁଜଲାଣ୍ଡ ଏକମାତ୍ର ଅଣୟୁରୋପୀୟ ଦେଶ ଯିଏକି ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସ୍ଥାନ ପାଇଛି।
ଓ୍ବାଲ୍ଡ ହାପିନେସ୍‌ ରିପୋର୍ଟରେ ଫିନଲାଣ୍ଡ କ୍ରମାଗତ ୪ଥର ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ୧୪୯ ଦେଶର ଏହି ତାଲିକାରେ ଭାରତ ୧୩୯ତମ ସ୍ଥାରେ ରହିଛି। ଗତ ବର୍ଷ ଭାରତ ଏହି ତାଲିକାରେ ୧୪୦ତମ ସ୍ଥାନ ଅଧିକାର କରିଥିଲା। ସେହିପରି ଭାରତର ପଡୋଶୀ ଦେଶ ପାକିସ୍ତାନ ଏହି ତାଲିକାରେ ୧୦୫ତମ ସ୍ଥାନରେ ରହିଛି। ଭାରତଠାରୁ ପାକିସ୍ତାନ ୩୪ ସ୍ଥାନ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri