ହଂସପାଳ ପୁରୀ କେନାଲ ବନ୍ଧ ରାସ୍ତାରୁୁ ଉଚ୍ଛେଦ

ଭୁବନେଶ୍ୱର,୪।୧୧ (ବ୍ୟୁରୋ): ଜାତୀୟ ରାଜପଥ ନଂ.୧୬ରୁ ହଂସପାଳ ନିକଟରୁ ବାହାରିଥିବା ପୁରୀ କେନାଲ ବନ୍ଧ ରାସ୍ତାର ଅଣ୍ଡିଲୋ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଲାଗି ରହିଛି। ସରକାରୀ ରାସ୍ତା ଉପରେ ବହୁ ଦୋକାନ ଗଢ଼ି ଉଠିଥିବାରୁ ଗାଡ଼ି ମୋଟର ଯାତାୟାତରେ ସମସ୍ୟା ଉପୁଜୁଛି। ଫଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ରେ ଲୋକମାନେ ଫସି ରହୁଥିବା ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଗୁରୁବାର ବେଆଇନ ଉଚ୍ଛେଦ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗର ଅନୁମୋଦନକ୍ରମେ ଗୁରୁବାର ହଂସପାଳ ନିକଟ ପୁରୀ କେନାଲ ବନ୍ଧ ରାସ୍ତାରୁ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ଏଥିରେ ୧୩ଟି ବାଉଁଶ ଓ ପଲିଥିନ ନିର୍ମିତ ଦୋକାନ, ୭ କ୍ୟାବିନ, ୩ ଲୁହା ପାଚେରି ଏବଂ ଗୋଟିଏ ୫୦ ଫୁଟ ଲମ୍ବର ପାଚେରି ଭଙ୍ଗାଯାଇଥିଲା। ଆଇନଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ସମୟରେ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏ ସହକାରୀ ନିର୍ଦ୍ଦେଶକ(ଏନ୍‌ଫୋର୍ସମେଣ୍ଟ) ଅମୀୟ ଦାସ ଓ ପାହାଳ ଥାନା ଆଇଆଇସି ସୁଚିତ୍ରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର,୯।୨: ବିଧାୟକ ବାବୁ ସିଂଙ୍କ ଆବେଦନ ହାଇକୋର୍ଟରେ ଖାରଜ କରାଯାଇଛି। ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ କରାଯାଇଛି। ବିନା ଶୁଣାଣିରେ ମାମଲା ଖାରଜ କରିବାକୁ…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପ୍ରେମ ସପ୍ତାହରେ ପ୍ରେମିକଙ୍କୁ ହତ୍ୟା: ଗାଁରୁ ଆସିଥିବା ଟ୍ୟାକ୍ସି ଡ୍ରାଇଭର ପ୍ରେମିକଙ୍କୁ ହତ୍ୟାକଲେ ପାଲରେ କାମ କରୁଥିବା ପ୍ରେମିକା

ଭୁବନେଶ୍ୱର,୯।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଏବେ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ତଣ୍ଟି କାଟି ହତ୍ୟା କରିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri