Posted inଫୁରସତ

ହେଲିକପ୍ଟରରେ ଝୁଲି ଦୀର୍ଘ ପୁଶ୍‌-ଅପ୍‌ ମାରିଲେ ଏହି ଦୁଇ ୟୁଟ୍ୟୁବର, ଭାଙ୍ଗିଲେ ଗିନିଜ୍‌ ରେକର୍ଡ, ଭିଡିଓ ଦେଖିଲେ…

ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ କଠିନ ପରିଶ୍ରମ, ଦୃଢ଼ ମନୋବଳ ଏବଂ ଦୀର୍ଘ ଅଭ୍ୟାସ ଦରକାର। ସେତେବେଳେ ଜଣେ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିପାରିବ। ସବୁକିଛି ଭୁଲି ଜଣେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ ବୟସ ବାଧା ଦେବ ନାହିଁ। ଦୁଇ ୟୁଟ୍ୟୁବର ଯାହା କରିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ନେଦରଲ୍ୟାଣ୍ଡର ଦୁଇ ୟୁଟ୍ୟୁବର ଷ୍ଟାନ ବ୍ରୁଇଙ୍କ ଏବଂ ଆର୍ଜେନ ଆଲବର୍ସ ହେଲିକପ୍ଟରରେ ଝୁଲି ଅଧିକ ଥର ପୁଶ୍‌-ଅପ୍‌ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କ ଫିଟନେସ୍‌ର ଏକ ଜବରଦସ୍ତ ଉଦାହରଣ ସୃଷ୍ଟି କରିଛନ୍ତି। ୟୁଟ୍ୟୁବ୍‌ରେ ଉଭୟଙ୍କର ଜଣେ ଲକ୍ଷାଧିକ ପ୍ରଶଂସକ ଅଛନ୍ତି। ୨୦୨୨ ଜୁଲାଇ ୬ରେ ବେଲ୍‌ଜିୟମର ଆଣ୍ଟଓ୍ବେର୍ପର ହୋଭେନେନ ଏୟାରଫିଲ୍ଡରେ ଏକ ନୂତନ ରେକର୍ଡ କରିଥିଲେ।

ହେଲିକପ୍ଟରରେ ଝୁଲି ୨୪ ପୁଶ୍‌-ଅପ୍‌ କରି ଆର୍ଜେନ ଆଲବର୍ସ ଇତିହାସ ସୃଷ୍ଟି କରିଛନ୍ତି। ଏହି ନୂତନ ରେକର୍ଡ ସୃଷ୍ଟି କରିବା ସହିତ ସେ ପୁରାତନ ରେକର୍ଡ ମଧ୍ୟ ଭାଙ୍ଗିଥିଲେ ଯେଉଁଥିରେ ପୁଶ୍‌-ଅପ୍‌ ସଂଖ୍ୟା ୨୩ ଥିଲା। ଏହାକୁ ରୋମାନ ସାହରାଦିଆନ କରିଥିଲେ। ଅବଶ୍ୟ ପରେ ଷ୍ଟାନ ବ୍ରୁଇଙ୍କ ପୁଶ୍‌-ଅପ୍‌ ଚେଷ୍ଟା କରି ୨୪ ରେକର୍ଡକୁ ଭଙ୍ଗ କରି ୨୫ ପୁଶ୍‌-ଅପ୍‌ ମାରିଥିଲେ। ଏପରି ରେକର୍ଡ କରିବା ଏହି ଦୁଇ ୟୁଟ୍ୟୁବର ପ୍ରାୟ ଦୁଇ ସପ୍ତାହ ଧରି ହେଲିକପ୍ଟରରେ ଅଭ୍ୟାସ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri