Posted inଫୁରସତ

ହେଲିକପ୍ଟରରେ ଝୁଲି ଦୀର୍ଘ ପୁଶ୍‌-ଅପ୍‌ ମାରିଲେ ଏହି ଦୁଇ ୟୁଟ୍ୟୁବର, ଭାଙ୍ଗିଲେ ଗିନିଜ୍‌ ରେକର୍ଡ, ଭିଡିଓ ଦେଖିଲେ…

ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ କଠିନ ପରିଶ୍ରମ, ଦୃଢ଼ ମନୋବଳ ଏବଂ ଦୀର୍ଘ ଅଭ୍ୟାସ ଦରକାର। ସେତେବେଳେ ଜଣେ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିପାରିବ। ସବୁକିଛି ଭୁଲି ଜଣେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ ବୟସ ବାଧା ଦେବ ନାହିଁ। ଦୁଇ ୟୁଟ୍ୟୁବର ଯାହା କରିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ନେଦରଲ୍ୟାଣ୍ଡର ଦୁଇ ୟୁଟ୍ୟୁବର ଷ୍ଟାନ ବ୍ରୁଇଙ୍କ ଏବଂ ଆର୍ଜେନ ଆଲବର୍ସ ହେଲିକପ୍ଟରରେ ଝୁଲି ଅଧିକ ଥର ପୁଶ୍‌-ଅପ୍‌ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କ ଫିଟନେସ୍‌ର ଏକ ଜବରଦସ୍ତ ଉଦାହରଣ ସୃଷ୍ଟି କରିଛନ୍ତି। ୟୁଟ୍ୟୁବ୍‌ରେ ଉଭୟଙ୍କର ଜଣେ ଲକ୍ଷାଧିକ ପ୍ରଶଂସକ ଅଛନ୍ତି। ୨୦୨୨ ଜୁଲାଇ ୬ରେ ବେଲ୍‌ଜିୟମର ଆଣ୍ଟଓ୍ବେର୍ପର ହୋଭେନେନ ଏୟାରଫିଲ୍ଡରେ ଏକ ନୂତନ ରେକର୍ଡ କରିଥିଲେ।

ହେଲିକପ୍ଟରରେ ଝୁଲି ୨୪ ପୁଶ୍‌-ଅପ୍‌ କରି ଆର୍ଜେନ ଆଲବର୍ସ ଇତିହାସ ସୃଷ୍ଟି କରିଛନ୍ତି। ଏହି ନୂତନ ରେକର୍ଡ ସୃଷ୍ଟି କରିବା ସହିତ ସେ ପୁରାତନ ରେକର୍ଡ ମଧ୍ୟ ଭାଙ୍ଗିଥିଲେ ଯେଉଁଥିରେ ପୁଶ୍‌-ଅପ୍‌ ସଂଖ୍ୟା ୨୩ ଥିଲା। ଏହାକୁ ରୋମାନ ସାହରାଦିଆନ କରିଥିଲେ। ଅବଶ୍ୟ ପରେ ଷ୍ଟାନ ବ୍ରୁଇଙ୍କ ପୁଶ୍‌-ଅପ୍‌ ଚେଷ୍ଟା କରି ୨୪ ରେକର୍ଡକୁ ଭଙ୍ଗ କରି ୨୫ ପୁଶ୍‌-ଅପ୍‌ ମାରିଥିଲେ। ଏପରି ରେକର୍ଡ କରିବା ଏହି ଦୁଇ ୟୁଟ୍ୟୁବର ପ୍ରାୟ ଦୁଇ ସପ୍ତାହ ଧରି ହେଲିକପ୍ଟରରେ ଅଭ୍ୟାସ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri