ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ୩୮ ବର୍ଷୀୟ ମାନସ କୁମାର ବେହୁରା ବୋଲି ଜଣାପଡ଼ିଛି।
ସ୍ଥାନୀୟ ଲୋକେ ମନ୍ଦିର ପରିସରରେ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ କୋରାପୁଟ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ସମସ୍ତ ଦିଗକୁ ନେଇ ଖୋଳତାଡ଼ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Share