ଜଙ୍ଗଲରୁ ମହିଳା କ୍ରିକେଟରଙ୍କ ଝୁଲନ୍ତା ମୃତଦେହ ଜବତ

କଟକ ଅଫିସ/ଖୁଣ୍ଟୁଣୀ (ଡି.ଏନ.ଏ.),୧୪ା୧: ଦୁଇ ଦିନ ହେବ ନିଖୋଜ ଥିବା ସିନିୟର ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ(୨୬)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରୁ ପୋଲିସ ଜବତ କରିଛି। ମୃତଦେହ ଝୁଲୁଥିବା ସ୍ଥାନଠାରୁ କିଛି ଦୂରରେ ରାଜଶ୍ରୀ ବ୍ୟବହାର କରୁଥିବା ଏକ ସ୍କୁଟି ଓ ସ୍କୁଟି ଡିକିରୁ ଡାଇରି ମିଳିଛି। ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ମଙ୍ଗଳାବାଗ ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଗୁରୁଡ଼ିଝାଟିଆ ପୋଲିସ ସହାୟତାରେ ଘଟଣାର ତଦନ୍ତ ଚଳାଇଛି। ଏସ୍‌ସିବି ମେଡିକାଲରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ମୁହଁରେ କ୍ଷତଚିହ୍ନ ରହିଛି। ତାଙ୍କ ବାମ ଗୋଡ ଚପଲ ଗଛରେ ଲାଗିଥିବାବେଳେ ଡାହାଣ ଗୋଡ ଭୂଇଁରେ ଲାଗିଥିବା ଓ ଚପଲଟି ତଳେ ପଡିଥିବା ଦେଖିବାକୁ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ପୁରୀ ଜିଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଗାଁର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ ତାଙ୍କ କୋଚ୍‌ଙ୍କ ମାଧ୍ୟମରେ କଟକଠାରେ କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଥିଲେ। ଆସନ୍ତା ୧୫ରେ ପଣ୍ଡିଚେରୀଠାରେ ହେବାକୁ ଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ୩ଟି ମ୍ୟାଚ୍‌ ପାଇଁ କଟକ ବଜ୍ରକବାଟି ରୋଡ଼ଠାରେ ୨୫ ଜଣ ଖେଳାଳିଙ୍କୁ ନେଇ ଏକ ଶିବିର ଚାଲିଥିଲା। ଗତ ୧୦ ତାରିଖରେ ଓଡ଼ିଶା ଦଳର ନାମ ତାଲିକା ଘୋଷଣା ହୋଇଥିଲା। ହେଲେ ରାଜଶ୍ରୀଙ୍କ ନାମ ସେଥିରେ ନ ଥିଲା। ଏହା ଜାଣିବା ପରେ ସେ ହତୋତ୍ସାହିତ ହୋଇ ପଡ଼ିଥିଲେ। ୧୧ ତାରିଖ ସକାଳେ ତାଙ୍କୁ ଅଭ୍ୟାସ ପାଇଁ ଟାଙ୍ଗୀସ୍ଥିତ ଡ୍ରିମ୍ସକୁ ଯିବାକୁ କହିବାରେ ସେ ଘରକୁ ଯାଉଛନ୍ତି କହି ପଳାଇ ଆସିଥିଲେ। ତା’ପରଠାରୁ ସେ ନ ଫେରିବାରୁ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ ତାଙ୍କ ଘର ସହ ଯୋଗାଯୋଗ କରିଥିଲେ। ହେଲେ ସେ ନିଜ ଘରେ କିମ୍ବା କଟକ ସିଡିଏସ୍ଥିତ ଭଡାଘରେ ନ ଥିବା କୋଚ୍‌ ଜାଣିବାକୁ ପାଇଥିଲେ। ଏହାପରେ ସେ ରାଜଶ୍ରୀଙ୍କ ନିଖୋଜ ନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ରାଜଶ୍ରୀ ମୋବାଇଲର ଲୋକେସନ ଠାବ କରିବାକୁ ପୋଲିସ ଉଦ୍ୟମ କରିଥିଲା। ଖୁଣ୍ଟୁଣୀ ବନାଞ୍ଚଳର ଜଣେ ହାତୀ ଟ୍ରାକର ୧୨ ତାରିଖ ସକାଳୁ ବ୍ରାହ୍ମଣବସ୍ତ ଜଙ୍ଗଲ ମଧ୍ୟରେ ସନ୍ଦେହଜନକ ଭାବେ ଏକ ସ୍କୁଟି ଥୁଆ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଏନେଇ ମଙ୍ଗଳାବାଗ ପୋଲିସକୁ ଜଣାଇଥିଲେ। ସାରେ ଉଭୟ ପୋଲିସ ଜଙ୍ଗଲରେ ସ୍କୁଟି ଦେଖି ବହୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପାଇ ନ ଥିଲେ। ହାତୀଙ୍କ ଚଳାଚଳ ସମୟ ହୋଇଥିବାରୁ ପୋଲିସ ଫେରିଆସିଥିଲା। ପୁଣି ଶୁକ୍ରବାର ସକାଳୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟି ଥିବା ସ୍ଥାନରୁ ପ୍ରାୟ ୩୦୦ ଶହ ମିଟର ଦୂର ଏକ ଗଛରେ ରାଜଶ୍ରୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲା। ମଧ୍ୟାହ୍ନରେ ସାଇଣ୍ଟିଫିକ ଟିମ୍‌ ଓ ମାଜିଷ୍ଟ୍ରେଟଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଗୁରୁଡ଼ିଝାଟିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ରଞ୍ଜନ କୁମାର ପ୍ରଧାନ କହିଛନ୍ତି। ଅପରପକ୍ଷରେ ମଙ୍ଗଳାବାଗ ଥାନାଧିକାରୀ ସୁଧାଂଶୁ ଜେନା କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହା ଆତ୍ମହତ୍ୟା କି ନୁହେଁ ସ୍ପଷ୍ଟ ହେବ।
ଅପରପକ୍ଷରେ ରାଜଶ୍ରୀଙ୍କୁ ମାରି ଝୁଲାଇ ଦିଆଯାଇଥିବା ଓ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା କହିଛନ୍ତି, ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ। ବର୍ତ୍ତମାନର ପ୍ରଦର୍ଶନ, ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଏ। ରାଜଶ୍ରୀ ୨୫ ଜଣଙ୍କ ଭିତରେ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ୧୬ ଜଣଙ୍କ ଭିତରେ ସେ ନ ଥିଲେ। ପ୍ରଥମ ୩ଟି ମ୍ୟାଚ ପାଇଁ ୧୬ ଜଣିଆ ଟିମ ଚୟନ କରାଯାଇଥିଲା। ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ଆମେ ମର୍ମାହତ। ଓସିଏର ଜଣେ ପଞ୍ଜୀକୃତ ଖେଳାଳିଙ୍କୁ ଆମେ ହରାଇଲୁ। କୌଣସି ଖେଳାଳି ଏପରି ଚରମ ପଦକ୍ଷେପ ନ ନେବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri