ବସ୍ତାନି ବଦଳରେ ହାତରେ ଥାଳ

ମହାକାଳପଡ଼ା,୧୧।୬ (ଡି.ଏନ.ଏ.): ଦାରିଦ୍ର୍ୟ ଜୀବନକୁ ବାଟବଣା କରେ। ପେଟ ଚାଖଣ୍ଡକ ପାଇଁ ଥାଳ ଧରି ଡହଡହ ଟାଣ ଖରାରେ ବାରଦୁଆର ବୁଲି ଭାତ ମୁଠେ ପାଇଁ ସଂଗ୍ରାମ କରୁଥିବା କୁନି ପିଲାଟିର ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥାଏ କ୍ଷୁଧା। ସମୟ ପାଖାପାଖି ମଧ୍ୟାହ୍ନ ଯେତେବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜନଜୀବନ ଅସ୍ତବ୍ୟସ୍ତ କରି ବିଶ୍ରାମ ଖୋଜୁଥାଏ ଠିକ୍‌ ସେତିକି ବେଳେ ନିଜର ବାପା ସହ କବାଟ ପାଖରେ ଡାକ ଦିଏ ବାବୁ ଆମକୁ କିଛି ଦିଅ। ଏହି କୁନିପିଲାର ଡାକ ଶୁଣି ଯିଏ ଯାହା ଯଥା, ଭାତ ତରକାରିଠୁ ଆରମ୍ଭକରି ଚାଉଳ, ଟଙ୍କା ପଇସା ପର୍ଯ୍ୟନ୍ତ ଦେଇଥାନ୍ତି। ଯାହା ମିଳିଥାଏ ତାକୁ ଖାଇ ଟିକେ ବିଶ୍ରାମ ନେଇ ପୁଣି ଅପରାହ୍ନରେ ଘରକୁ ଘର ବୁଲିବାକୁ ପଡ଼େ। ରାତି ହେଲେ ଗଁା ବିଦ୍ୟାଳୟ ବାରଣ୍ଡା, ବାତ୍ୟା ଆଶ୍ରୟସ୍ଥଳ ପିଣ୍ଡାରେ ରାତ୍ରିଯାପନ କରିଥାନ୍ତି। ଯେଉଁ ବୟସରେ କୁନି ପିଲାଟି କାନ୍ଧରେ ବସ୍ତାନି ପକାଇ ବିଦ୍ୟାଳୟ ଯିବା କଥା, ସେହି ବୟସରେ ପେଟର ଭୋକ ପାଇଁ ହାତରେ ଥାଳ ଧରି ବାରଦୁଆର ବୁଲୁଥିବା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗଁାରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ନାରା ସତେଯେମିତି ଉପାନ୍ତ ଅଞ୍ଚଳରେ ହୋଇଛି ବାଟବଣା। ବିଦ୍ୟାଳୟଗୁଡ଼ିକରେ ମାଗଣାରେ ନାମଲେଖାଠାରୁ ଆରମ୍ଭକରି ମଧ୍ୟାହ୍ନଭୋଜନ ଯୋଗାଣ, ପୋଷାକ, ପୁସ୍ତକ, ସାଇକେଲ, ଷ୍ଟାଇପେଣ୍ଡ, ଭିଟାମିନ ଔଷଧ ଆଦି ମାଗଣାରେ ଯୋଗାଇ ଦିଆଯାଉଛ। ଏସବୁ ସତ୍ତ୍ୱେ ମଧ୍ୟ ପିଲାମାନେ ବିଦ୍ୟାଳୟ ପ୍ରତି ବିମୁଖ ହେଉଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ଦୁଃଖ ପ୍ରକାଶ ପାଇଛି। ଶିକ୍ଷା ବିଭାଗର କେଉଁଠି ରହୁଛି ତ୍ରୁଟି, ସଚେତନତା ଅଭାବ ପାଇଁ ଏଭଳି ଅନେକ ପିଲା ଦାରିଦ୍ର୍ୟ ବାଧକ ଯୋଗୁ ମା’ବାପାଙ୍କ ସହିତ ଇଟାଭାଟିରେ କାମ କରୁଥିବା ବେଳେ ଆଉ କିଏ ପର ଘରେ ଘୁଷୁରି ଚରାଇବା, କିଏ କଙ୍କଡ଼ା ମାଛ ଧରିବାରେ ଶୈଶବ କାଟୁଛନ୍ତି। ପିଢ଼ି ପରେ ପିଢ଼ି ମା’ବାପାଙ୍କ କାର୍ଯ୍ୟକୁ ଅନୁସରଣ କରି ନିଜର ସନ୍ତାନମାନେ ସେହି ପ୍ରଥାକୁ ଆପଣେଇ ନେଉଛନ୍ତି ବୋଲି ଦେଖିବାକୁ ମିଳୁଛି। ତେବେ ଏଠାରେ ପ୍ରଶ୍ନ ଉଠେ ଏମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ହେଲେ ସରକାରଙ୍କ ଜନ କଲ୍ୟାଣ ଯୋଜନାଗୁଡ଼ିକରେ ସାମିଲ କରାଗଲେ ଅନ୍ତତଃ ପକ୍ଷେ ସାର୍ବଜନିନ ଶିକ୍ଷାରୁ ବଞ୍ଚତ୍ତ ହେବେ ନାହିଁ। ଏହି ଶିଶୁମାନଙ୍କୁ ଚିହ୍ନଟ କରି ଶିକ୍ଷାବର୍ଷ ଆରମ୍ଭରୁ ଜିଲା ଶିକ୍ଷା ବିଭାଗ ଏମାନଙ୍କ ଥଇଥାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ କରିବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ଏହି ଶିଶୁମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଅନୁସନ୍ଧାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri