Posted inଖେଳ

ହାମିଲଟନ କୋଭିଡ୍‌ ପଜିଟିଭ୍‌

ସାଖୀର (ବାହାରିନ୍‌), ୨ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ୭ଥର ବିଶ୍ୱଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କର ପଜିଟିଭ୍‌ ଆସିଛି। ମର୍ସିଡିଜ୍‌ ଏଏମ୍‌ଜି ପେଟ୍ରୋନାସ୍‌ ଫର୍ମୁଲା ଓ୍ବାନ ଟିମ୍‌ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଫଳରେ ଆସନ୍ତା ରବିବାର ହେବାକୁଥିବା ସାଖୀର ଗ୍ରାଁ ପ୍ରିରେ ସେ ଭାଗ ନେଇପାରିବେ ନାହିଁ। ଗତ ସପ୍ତାହରେ ହାମିଲଟନଙ୍କର ୩ଥର ଟେଷ୍ଟ ହୋଇଥିଲା। ତାଙ୍କର ପ୍ରତିଟି ଥର ନେଗେଟିଭ୍‌ ଆସିଥିଲା। ଗତ ରବିବାର ଅପରାହ୍ନରେ ବାହାରିନ୍‌ ଇଣ୍ଟରନ୍ୟାଶନାଲ ସର୍କିଟରେ ତାଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା, ଯେଉଁଠାରେ ସେ ଗ୍ରାଁ ପ୍ରି ଜିତିଥିଲେ। କିନ୍ତୁ ସୋମବାର ସକାଳେ ଶଯ୍ୟାତ୍ୟାଗ ପରେ ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା। ବାହାରିନ୍‌ରେ ପହଞ୍ଚତ୍ବା ପୂର୍ବରୁ ହାମିଲ୍‌ଟନ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କର ଟେଷ୍ଟ ହେବାରୁ ସେ ପଜିଟିଭ ବୋଲି ଜଣାପଡ଼ିଥିଲେ। ଫଳରେ ହାମିଲଟନଙ୍କର ଆଉଥରେ ଟେଷ୍ଟ କରାଯାଇଥିଲା ଏବଂ ତାଙ୍କର ପଜିଟିଭ ଆସିଥିଲା। ବାହାରିନ୍‌ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ବର୍ତ୍ତମାନ ହାମିଲଟନ ଆଇସାଲେଶନରେ ଅଛନ୍ତି। ଫର୍ମୁଲା ଓ୍ବାନ ଡ୍ରାଇଭରଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ଏବଂ ସେ ଫିଟ୍‌ ଅଛନ୍ତି। ବାହାରିନ୍‌ରେ ଆଉ ଏକ ରେସ୍‌ ଆସନ୍ତା ରବିବାର ସାଖୀର ଶର୍ଟର ସର୍କିଟରେ ହେବ। ଆବୁଧାବିରେ ୧୭ତମ ରେସ୍‌ ସହ ସିଜନ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri