Posted inଖେଳ

ଭାରତକୁ ହରାଇବାକୁ ସଜ ହେଲାଣି ଆଫଗାନିସ୍ତାନ

ଦୁବାଇ,୩।୧୧: ଆଫଗାନିସ୍ତାନର ନଜର ସେମିଫାଇନାଲରେ ଅଛି ବୋଲି କହିଛନ୍ତି ଦ୍ରୁତ ବୋଲର ହାମିଦ ହସନ। ଏହାଛଡ଼ା ଦଳ ବୁଧବାର ଟି୨୦ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ବିଜେତା ହେବା ପାଇଁ ଚେଷ୍ଟା କରିବେ ବୋଲି ସେ ମଧ୍ୟ କହିଛନ୍ତି।

ଆଫଗାନିସ୍ତାନ ଏବେ ଚାରି ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅପରପକ୍ଷେ ଭାରତ ଦୁଇଟି ମ୍ୟାଚ୍‌ ହାରିଥିବା ଯୋଗୁ ଲିଗ୍‌ରୁ ବାହାର ହୋଇଯିବାର ଡର ରହିଛି। ହସନ କହିଛନ୍ତି, ଆମର ଲକ୍ଷ୍ୟ ଏବେ ସେମିଫାଇନାଲରେ କ୍ୱାଲିଫାଏ କରିବା। ଭାରତ ବିପକ୍ଷରେ ଜିତିବାଲାଗି ଆମ ପାଖରେ ଭଲ ସୁଯୋଗ ରହିଛି। ଯଦି ଆମେ ଟସ୍‌ ଜିତି ଭଲ ସ୍କୋର କରିପାରୁ ତେବେ ଫିଲ୍ଡିଂ ଏବଂ ବୋଲିଂ ଭଲ କରି ଆମେ ତାଙ୍କୁ ହରାଇପାରିବୁ।

ଏହାଛଡ଼ା ଖରାପ ଫର୍ମ ଦେଇ ଗତି କରୁଥିବା ଭାରତର ଶୀର୍ଷକ୍ରମ ପାଇଁ କ’ଣ ଯୋଜନା ଅଛି ପ୍ରଶ୍ନରେ ସେ କହିଛନ୍ତି, ମଇଦାନ ଉପରେ ତାହା ନିର୍ଭର କରିବ। ଆମେ ଦେଖିବୁ ପିଚ୍‌ କେଉଁଭଳି ରହୁଛି। ତଦନୁଯାୟୀ ଆମର ଯୋଜନା କାମ କରିବୁ। ମ୍ୟାଚ୍‌ ପୂର୍ବରୁ କିଛି ବି କୁହାଯାଇ ପାରିବ ନାହିଁ। ହେଲେ ଆମେ ଶତ ପ୍ରତିଶତ ଦେବାକୁ ଚେଷ୍ଟା କରିବୁ। ବ୍ୟାଟିଂରେ ମଧ୍ୟ ଆମ ଦଳ ଭଲ କରିଆସୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri