ହମାସ୍‌ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ

ଜେରୁଜେଲମ୍‌,୪ା୧୦: ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ ସରକାର ମୁଖ୍ୟ ରାଓ୍ବହି ମୁଶ୍‌ତାହା ନିହତ ହୋଇଛନ୍ତି। ୩ ମାସ ପୂର୍ବେ ଗାଜାର ଏକ ଭୂତଳ ପରିସରକୁ ଟାର୍ଗେଟ କରି କରାଯାଇଥିବା ଏହି ଆକ୍ରମଣରେ ତାଙ୍କ ସହ ଆଶ୍ରୟ ନେଇଥିବା ହମାସ୍‌ ଜେନେରାଲ ସିକ୍ୟୁରିଟି ମେକାନିଜମ୍‌ କମାଣ୍ଡର ସାମି ଓଉଦେହ ଏବଂ ପଲିଟିକାଲ ବ୍ୟୁରୋ ସୁରକ୍ଷା ସଦସ୍ୟ ସମେହ ଅଲ୍‌-ସିରାଜ ମଧ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲୀ ସେନା ଗୁରୁବାର ଏନେଇ ସୂଚନା ଦେଇଛି।
ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ପକ୍ଷରୁ ମିଳିଥିବା ସୂଚନାନୁସାରେ ରାଓ୍ବହି ଗାଜା ଷ୍ଟ୍ରିପ୍‌ରେ ହମାସ୍‌ ସରକାର ଚଳାଉଥିଲେ। ସେ ସଙ୍ଗଠନର ଅନ୍ୟତମ ବରିଷ୍ଠ ଅପରେଟିଭ୍‌ ଥିବାବେଳେ ହମାସ୍‌ ଫାଇଟର୍ସଙ୍କ ମୁତୟନ ସମ୍ପର୍କିତ ନିଷ୍ପତ୍ତି ନେବାରେ ତାଙ୍କର ପ୍ରତ୍ୟକ୍ଷ ପ୍ରଭାବ ରହିଥିଲା। ତାଙ୍କୁ ହମାସ୍‌ର ଶୀର୍ଷ ନେତା ୟାହୟା ସିନ୍‌ଓ୍ବାରଙ୍କ ‘ଡାହାଣ ହାତ’ କୁହାଯାଉଥିଲା। ୨୦୧୫ରେ ଆମେରିକା ରାଓ୍ବହିଙ୍କୁ ‘ବୈଶ୍ୱିକ ଆତଙ୍କବାଦୀ’ ମାନ୍ୟତା ଦେଇଥିଲା। ବୈଦେଶିକ ସମ୍ପର୍କ ସମ୍ବନ୍ଧୀୟ ୟୁରୋପୀୟ ପରିଷଦ (ଆଇସିଏଫ୍‌ଆର୍‌) ତାଙ୍କୁ ହମାସ୍‌ର ଆର୍ଥିକ ବ୍ୟାପାର ବୁଝୁଥିବା ଗାଜା ପଲିଟ୍‌ବ୍ୟୁରୋ ସଦସ୍ୟ ଆଖ୍ୟା ଦେଇଥିଲା। ସେହିପରି ସିରାଜ ଜଣେ ପଲିଟ୍‌ବ୍ୟୁରୋ ସଦସ୍ୟ ହୋଇଥିବାବେଳେ ଓ ଉଦେହ ହମାସ୍‌ର ଆଭ୍ୟନ୍ତରୀଣ ସୁରକ୍ଷା ନେତା ଥିଲେ। ହମାସ୍‌କୁ ସମୂଳେ ନାଶ କରିବା ପାଇଁ ଇସ୍ରାଏଲ୍‌ ଚଳାଇଥିବା ଅଭିଯାନ ଏହି ସଙ୍ଗଠନକୁ ବହୁମାତ୍ରାରେ ଦୁର୍ବଳ କରିଦେଇଛି। ଏହାର ବହୁ ନେତା ଓ ଅନେକ ହଜାର ଫାଇଟର ନିହତ ହେଲେଣି।
ଅକ୍ଟୋବରରେ ହମାସ୍‌ର ଶତାଧିକ ରକେଟମାଡ଼ରେ ୧,୨୦୫ ଇସ୍ରାଏଲୀ ନିହତ ହୋଇଥିବାବେଳେ ଆତଙ୍କବାଦୀମାନେ ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇଥିଲେ। ପଣବନ୍ଦୀଙ୍କ ମଧ୍ୟରୁ ୧୦୦ ଜଣ ଏବେ ମଧ୍ୟ ହମାସ୍‌ କବଳରେ ରହିଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ୍‌ର ଗାଜା ଆକ୍ରମଣରେ ୪୧,୭୮୮ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଅନେକ ଲକ୍ଷ ଲୋକ ବିସ୍ଥାପିତ ହୋଇ ଇଜିପ୍ଟ ସମେତ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକରେ ଆଶ୍ରୟ ନେଇଛନ୍ତି।

ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରୁଲ୍ଲାଙ୍କ ପରେ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଏୟାରଷ୍ଟ୍ରାଇକ୍‌ରେ ହତ୍ୟା କରିବା ପାଇଁ ଇସ୍ରାଏଲ୍‌ ଯୋଜନା କରୁଥିବାବେଳେ ପ୍ରତିଶୋଧ ନିଅଁାରେ ଜଳୁଥିବା ତେହରାନ ମଧ୍ୟ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ମାରିଦେବା ପାଇଁ ଉଦ୍ୟମ ଚଳାଇଛି। ଇରାନ ପକ୍ଷରୁ ଗୁରୁବାର ଏକ୍ସ’ରେ ଏକ ‘ଏକ୍‌ଜିକ୍ୟୁଶନ୍‌ ଲିଷ୍ଟ’ ଜାରି କରାଯାଇଛି। ଏଥିରେ ‘ଇସ୍ରାଏଲୀ ଆତଙ୍କବାଦୀଙ୍କ’ ନାମ ରହିଛି। ତାଲିକାରେ ନେତାନ୍ୟାହୁ ଓ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟଙ୍କ ସମେତ ଇସ୍ରାଏଲୀ ସ୍ଥଳସେନା, ନୌସେନା ଓ ବାୟୁସେନା କମାଣ୍ଡରମାନଙ୍କ ନାମ ଉଲ୍ଲେଖ କରାଯାଇଛି। ଏହି ତାଲିକାକୁ ବିଶ୍ୱାସ କରାଗଲେ ଇରାନର ହିଟ୍‌ଲିଷ୍ଟରେ ନେତାନ୍ୟାହୁ ରହିଥିବା ବୁଝାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri