ହମାସ୍‌ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ

ଜେରୁଜେଲମ୍‌,୪ା୧୦: ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ ସରକାର ମୁଖ୍ୟ ରାଓ୍ବହି ମୁଶ୍‌ତାହା ନିହତ ହୋଇଛନ୍ତି। ୩ ମାସ ପୂର୍ବେ ଗାଜାର ଏକ ଭୂତଳ ପରିସରକୁ ଟାର୍ଗେଟ କରି କରାଯାଇଥିବା ଏହି ଆକ୍ରମଣରେ ତାଙ୍କ ସହ ଆଶ୍ରୟ ନେଇଥିବା ହମାସ୍‌ ଜେନେରାଲ ସିକ୍ୟୁରିଟି ମେକାନିଜମ୍‌ କମାଣ୍ଡର ସାମି ଓଉଦେହ ଏବଂ ପଲିଟିକାଲ ବ୍ୟୁରୋ ସୁରକ୍ଷା ସଦସ୍ୟ ସମେହ ଅଲ୍‌-ସିରାଜ ମଧ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲୀ ସେନା ଗୁରୁବାର ଏନେଇ ସୂଚନା ଦେଇଛି।
ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ପକ୍ଷରୁ ମିଳିଥିବା ସୂଚନାନୁସାରେ ରାଓ୍ବହି ଗାଜା ଷ୍ଟ୍ରିପ୍‌ରେ ହମାସ୍‌ ସରକାର ଚଳାଉଥିଲେ। ସେ ସଙ୍ଗଠନର ଅନ୍ୟତମ ବରିଷ୍ଠ ଅପରେଟିଭ୍‌ ଥିବାବେଳେ ହମାସ୍‌ ଫାଇଟର୍ସଙ୍କ ମୁତୟନ ସମ୍ପର୍କିତ ନିଷ୍ପତ୍ତି ନେବାରେ ତାଙ୍କର ପ୍ରତ୍ୟକ୍ଷ ପ୍ରଭାବ ରହିଥିଲା। ତାଙ୍କୁ ହମାସ୍‌ର ଶୀର୍ଷ ନେତା ୟାହୟା ସିନ୍‌ଓ୍ବାରଙ୍କ ‘ଡାହାଣ ହାତ’ କୁହାଯାଉଥିଲା। ୨୦୧୫ରେ ଆମେରିକା ରାଓ୍ବହିଙ୍କୁ ‘ବୈଶ୍ୱିକ ଆତଙ୍କବାଦୀ’ ମାନ୍ୟତା ଦେଇଥିଲା। ବୈଦେଶିକ ସମ୍ପର୍କ ସମ୍ବନ୍ଧୀୟ ୟୁରୋପୀୟ ପରିଷଦ (ଆଇସିଏଫ୍‌ଆର୍‌) ତାଙ୍କୁ ହମାସ୍‌ର ଆର୍ଥିକ ବ୍ୟାପାର ବୁଝୁଥିବା ଗାଜା ପଲିଟ୍‌ବ୍ୟୁରୋ ସଦସ୍ୟ ଆଖ୍ୟା ଦେଇଥିଲା। ସେହିପରି ସିରାଜ ଜଣେ ପଲିଟ୍‌ବ୍ୟୁରୋ ସଦସ୍ୟ ହୋଇଥିବାବେଳେ ଓ ଉଦେହ ହମାସ୍‌ର ଆଭ୍ୟନ୍ତରୀଣ ସୁରକ୍ଷା ନେତା ଥିଲେ। ହମାସ୍‌କୁ ସମୂଳେ ନାଶ କରିବା ପାଇଁ ଇସ୍ରାଏଲ୍‌ ଚଳାଇଥିବା ଅଭିଯାନ ଏହି ସଙ୍ଗଠନକୁ ବହୁମାତ୍ରାରେ ଦୁର୍ବଳ କରିଦେଇଛି। ଏହାର ବହୁ ନେତା ଓ ଅନେକ ହଜାର ଫାଇଟର ନିହତ ହେଲେଣି।
ଅକ୍ଟୋବରରେ ହମାସ୍‌ର ଶତାଧିକ ରକେଟମାଡ଼ରେ ୧,୨୦୫ ଇସ୍ରାଏଲୀ ନିହତ ହୋଇଥିବାବେଳେ ଆତଙ୍କବାଦୀମାନେ ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇଥିଲେ। ପଣବନ୍ଦୀଙ୍କ ମଧ୍ୟରୁ ୧୦୦ ଜଣ ଏବେ ମଧ୍ୟ ହମାସ୍‌ କବଳରେ ରହିଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ୍‌ର ଗାଜା ଆକ୍ରମଣରେ ୪୧,୭୮୮ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଅନେକ ଲକ୍ଷ ଲୋକ ବିସ୍ଥାପିତ ହୋଇ ଇଜିପ୍ଟ ସମେତ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକରେ ଆଶ୍ରୟ ନେଇଛନ୍ତି।

ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରୁଲ୍ଲାଙ୍କ ପରେ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଏୟାରଷ୍ଟ୍ରାଇକ୍‌ରେ ହତ୍ୟା କରିବା ପାଇଁ ଇସ୍ରାଏଲ୍‌ ଯୋଜନା କରୁଥିବାବେଳେ ପ୍ରତିଶୋଧ ନିଅଁାରେ ଜଳୁଥିବା ତେହରାନ ମଧ୍ୟ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ମାରିଦେବା ପାଇଁ ଉଦ୍ୟମ ଚଳାଇଛି। ଇରାନ ପକ୍ଷରୁ ଗୁରୁବାର ଏକ୍ସ’ରେ ଏକ ‘ଏକ୍‌ଜିକ୍ୟୁଶନ୍‌ ଲିଷ୍ଟ’ ଜାରି କରାଯାଇଛି। ଏଥିରେ ‘ଇସ୍ରାଏଲୀ ଆତଙ୍କବାଦୀଙ୍କ’ ନାମ ରହିଛି। ତାଲିକାରେ ନେତାନ୍ୟାହୁ ଓ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟଙ୍କ ସମେତ ଇସ୍ରାଏଲୀ ସ୍ଥଳସେନା, ନୌସେନା ଓ ବାୟୁସେନା କମାଣ୍ଡରମାନଙ୍କ ନାମ ଉଲ୍ଲେଖ କରାଯାଇଛି। ଏହି ତାଲିକାକୁ ବିଶ୍ୱାସ କରାଗଲେ ଇରାନର ହିଟ୍‌ଲିଷ୍ଟରେ ନେତାନ୍ୟାହୁ ରହିଥିବା ବୁଝାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri