ସମୁଦ୍ରକୁ ଯାଉଛି ଅଧା ପାଣି

ଭୁବନେଶ୍ୱର,୨୩ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ଓ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଅଧିକାଂଶ ନଦୀରେ ଜଳପ୍ରବାହ କ୍ରମଶଃ ହ୍ରାସ ପାଇଚାଲିଛି। ଓଡ଼ିଶାର ଅନେକ ନଦୀ ବର୍ଷାଦିନେ ଶୁଖିଲା ପଡୁଛି। ଜଳ ସଂରକ୍ଷଣ ନ କଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି। ରାଜ୍ୟରେ ଥିବା ପ୍ରମୁଖ ନଦୀ ଜଳକୁ ଅଟକା ଯାଇପାରୁ ନାହିଁ। ଅଧାରୁ ଅଧିକ ପାଣି ସମୁଦ୍ର ଗର୍ଭକୁ ଚାଲିଯାଉଛି। ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ପାନୀୟଜଳ ସଙ୍କଟ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ରାଜ୍ୟରେ ବଡ଼ ସମେତ ଶାଖା ଓ ଉପନଦୀକୁ ମିଶାଇ ପ୍ରାୟ ୩୩ ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ରାଜ୍ୟର ୧୧ ପ୍ରମୁଖ ନଦୀରୁ ସେହି ସବୁ ନଦୀ ଜଳପ୍ଳାବିତ ହୋଇଥାଆନ୍ତି। ତେବେ ପ୍ରମୁଖ ନଦୀଗୁଡ଼ିକରୁ ମିଳୁଥିବା ପାଣିକୁ ବିନିଯୋଗ ପାଇଁ ରୋକାଯାଇପାରୁନାହିଁ। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଏବଂ ସୁବର୍ଣ୍ଣରେଖା ନଦୀର ୯୫,୫୪୦ ନିୟୁତ କ୍ୟୁବିକ୍‌ ମିଟର ଜଳଧାରଣ କ୍ଷମତା ରହିଛି। ସେଥିରୁ ଚାଷ, ପାନୀୟ, ଦୈନନ୍ଦିନ ବ୍ୟବହାର ଏବଂ ପରିବେଶ ପାଇଁ ୪୪,୮୯୪.୦୯ ନିୟୁତ କ୍ୟୁବିକ୍‌ ମିଟର ଜଳ ଉପଯୋଗ ହେଉଛି। ଏ ସବୁ ସତ୍ତ୍ୱେ ନଦୀଗୁଡ଼ିକରେ ଆହୁରି ୫୦,୬୪୫.୯୧ ନିୟୁତ କ୍ୟୁବିକ୍‌ ମିଟର ଜଳ ବଳକା ରହୁଛି, ଯାହାକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହା ସିଧାସଳଖ ସମୁଦ୍ରକୁ ବୋହିଯାଉଛି।
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏବେଠୁ ଉତ୍କଟ ଜଳାଭାବ ଦେଖାଦେଲାଣି। ନଦୀଗୁଡ଼ିକ ଉପରେ ପାନୀୟଜଳ ଲାଗି ନିର୍ଭର କରୁଥିବା ସହରଗୁଡ଼ିକ ଆସନ୍ତା ୨୦ ବର୍ଷ ମଧ୍ୟରେ ଭୟଙ୍କର ଜଳସଙ୍କଟର ସମ୍ମୁଖୀନ ହେବେ ବୋଲି ପରିବେଶବିତ୍‌ ଆଶଙ୍କା କଲେଣି। ଜନସଂଖ୍ୟା ଯେପରି ବଢ଼ିଚାଲିଛି ଆଗକୁ କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ରାଉରକେଲା, ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସହରକୁ ପାନୀୟଜଳ ଯୋଗାଇବା କାଠିକର ପାଠ ହୋଇଯିବ। ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ୨୦୦୧ରେ ରାଜ୍ୟର ପ୍ରମୁଖ ନଦୀର ଜଳଧାରଣ କ୍ଷମତା ୧୨୦.୩୯୭ ନିୟୁତ କ୍ୟୁବିକ୍‌ ମିଟର (ବିସିଏମ୍‌) ଥିବା ବେଳେ ୨୦୫୧ ବେଳକୁ ଏହା ୧୦୮.୧୧୩ ବିସିଏମ୍‌କୁ ଖସିଆସିବ। ନଦୀଜଳ ପ୍ରବାହ ହ୍ରାସକୁ ନେଇ ସୁପ୍ରିମ୍‌କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରବାହିତ ଜଳକୁ ସଂରକ୍ଷଣ କରିବା ପାଇଁ ୪ଟି ବୃହତ୍‌ ବ୍ୟାରେଜ୍‌ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ରାହ୍ମଣୀ ନଦୀର ଦୁବୁଲାପାଲ, ନୂଆଘର, ସନ୍ତେଇଭଞ୍ଜ, କୋଏଲ ନଦୀର ଝାରବେତାଠାରେ ବ୍ୟାରେଜ୍‌ ନିର୍ମାଣ କରାଯିବ। ଏଗୁଡ଼ିକର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହାଛଡ଼ା ପ୍ରବାହିତ ଜଳକୁ ଅଟକାଇବା ଲାଗି ରାଜ୍ୟ ସରକାର ୨୦୨୦ ଫେବୃୟାରୀରେ ନଦୀଗର୍ଭ ଜଳାଶୟ(ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର) ଯୋଜନା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ନଦୀରେ ୪୬ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ଯାଉଛନ୍ତି। ୨୦୨୧-୨୨ରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଓ ୨୦୨୨-୨୩ ଦ୍ୱିତୀୟ ପର୍ଯ୍ୟାୟରେ ୧୬ଟି ନଦୀଗର୍ଭ ଜଳ ରୋକିବାକୁ ବନ୍ଧ ନିର୍ମାଣ କରିବେ। ପ୍ରଥମ ପର୍ଯ୍ୟାୟର ୩୦ଟିରୁ ୧୭ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରେ ରହିଛି ମହାନଦୀର ଜଗତ୍‌ସିଂହପୁର ଜିଲା ଚୌଧୁରୀଗଡ଼ା ନିକଟ ଏବଂ ପାଇକା ନଦୀର ଜଗତ୍‌ସିଂହପୁର ଜିଲା ତିକିରି ନିକଟ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର। ଆଉ ୧୩ଟି ଟେଣ୍ଡର ପର୍ଯ୍ୟାୟରେ ରହିଛି ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
ପରିବେଶବିତ୍‌ ରଞ୍ଜନ ପଣ୍ଡା କହିଛନ୍ତି, ନଦୀର ସ୍ରୋତକୁ ରୋକିବା ପାଇଁ ବଡ଼ ବଡ଼ ବ୍ୟାରେଜ ନିର୍ମାଣ ହେବା ଉଚିତ ନୁହେଁ। ମାତ୍ର ଜୈବବିବିିଧତାକୁ ସୁରକ୍ଷା ଦେଇ ନଦୀରୁ ସମୁଦ୍ରକୁ ବୋହିଯାଉଥିବା ଅଧିକ ବର୍ଷାପାଣିକୁ ଛୋଟ ଛୋଟ ଷ୍ଟ୍ରକ୍ଚର ମାଧ୍ୟମରେ ସଂରକ୍ଷଣ କରିବା ଦରକାର। ଏହାଦ୍ୱାରା ଭୂଗର୍ଭରେ ଜଳ ସଂରକ୍ଷଣ ହେବା ସହ ଜଳସଙ୍କଟ ଦୂର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri