ଅଧା ହିତାଧିକାରୀ ଅଯୋଗ୍ୟ

ଅନୁଗୋଳ ଅଫିସ, ୫।୨: ଆବାସ ତାଲିକାରୁ କଟିଗଲା ପ୍ରାୟ ଅଧା ହିତାଧିକାରୀଙ୍କ ନାମ। ଅନୁଗୋଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସମ୍ପର୍କିତ ସୂଚନା ସାଧାରଣରେ ପ୍ରକାଶ କରାଯିବା ପରେ ଜିଲାରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ୩୪ ହଜାର ୬୭୧ ଜଣଙ୍କ ନାମ ତାଲିକାଭୁକ୍ତ କରାଯାଇଥିବା ବେଳେ ଯାଞ୍ଚ ପରେ ଆବାସ ଯୋଜନାରୁ ୧୬ ହଜାର ୬୪୨ ଜଣଙ୍କୁ ଅଯୋଗ୍ୟ ବିବେଚନା କରାଯାଇ ବାଦ୍‌ ଦିଆଯାଇଛି। ଫଳରେ ଜିଲାର ୧୮ ହଜାର ୨୯ ଜଣ ଆବାସ ପାଇଁ ଯୋଗ୍ୟ ବୋଲି ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ପ୍ରଶାସନର ସୂଚନା ଅନୁଯାୟୀ, ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଆବାସ ତାଲିକାରେ ଅନୁଗୋଳ ଜିଲାର ୩୪ ହଜାର ୬୭୧ ହିତାଧିକାରୀଙ୍କ ନାମ ଉଲ୍ଲେଖ ଥିଲା। ତେବେ ନିର୍ଭୁଲ ତାଲିକା ପ୍ରସ୍ତୁତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ଗୋଟିଏ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ବ୍ଲକକୁ ତଦନ୍ତ ପାଇଁ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟ ତଦନ୍ତ ପରେ ମୋଟ୍‌ ୩୪ ହଜାର ୬୭୧ ହିତାଧିକାରୀଙ୍କ ମଧ୍ୟରୁ ୯ ହଜାର ୪୬୬ ଜଣଙ୍କୁ ଅଯୋଗ୍ୟ ବିବେଚିତ କରାଯାଇଥିଲା। ୨ୟ ପର୍ଯ୍ୟାୟରେ ଆଉ ୬ ହଜାର ୧୨୫ ଜଣଙ୍କୁ ବିଭିନ୍ନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତେବେ ତାଲିକାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ଚିଠି ସଂଖ୍ୟା ୫୭୪/ ୧୫ା୧ା୨୦୨୩ ଅନୁଯାୟୀ ୧୮ ହଜାର ୪୨୦ ହିତାଧିକାରୀଙ୍କ ତାଲିକା ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଜାନୁୟାରୀ ୧୬ରୁ ୨୪ ତାରିଖ ଯାଏ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ଜନସାଧାରଣଙ୍କ ଠାରୁ ୨ ହଜାର ୩୩୭ଟି ଅଭିଯୋଗ ଗ୍ରହଣ କରାଯାଇ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଉପରୋକ୍ତ ତାଲିକାରୁ ଆଉ ୧ ହଜାର ୭୭ ଜଣଙ୍କୁ ଅଯୋଗ୍ୟ ବୋଲି ବିବେଚନା କରାଗଲା। ତେଣୁ ମୋଟ୍‌ ଉପରେ ୧୬ ହଜାର ୬୪୨ ହିତାଧିକାରୀଙ୍କ ନାମ ଆବାସ ତାଲିକାରୁ ବାଦ୍‌ ଦିଆଯାଇ ବଳକା ୧୮ ହଜାର ୨୯ ହିତାଧିକାରୀଙ୍କୁ ଯୋଗ୍ୟ ବୋଲି ଚିହ୍ନଟ କରାଗଲା। ଏହାପରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଗତ ୨୬ରୁ ୩୦ ତାରିଖ ମଧ୍ୟରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇ ଉଭୟ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଅନୁମୋଦନ କରାଯାଇଥିବା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଯୋଗ୍ୟଙ୍କୁ ପ୍ରଦାନ କରାଯାଉଛି
ଗ୍ରାମସଭା କରାଯାଇ ଯୋଗ୍ୟଙ୍କୁ ଆବାସ ପ୍ରଦାନ କରାଯାଉଛି। ଯେଉଁମାନେ ଆବାସ ପାଇବାକୁ ହକ୍‌ଦାର ସେମାନଙ୍କୁ ଏହି ଛାତ ଘର ଦିଆଯାଉଛି। ନିର୍ବାଚନ ଆସିଲେ ଭାଜପାର ବିଭିନ୍ନ ଭେଳିକି ବାହାରେ। ଅପପ୍ରଚାର କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଦଳ ପକ୍ଷରୁ ଉଦ୍ୟମ କରାଯାଏ।
-ମହେନ୍ଦ୍ର ବସ୍ତିଆ, ଜିଲା ବିଜେଡି ସଭାପତି, ଅନୁଗୋଳ
ଥିଲାବାଲାଙ୍କୁ ଦିଆଯାଇଛି ଘର
ଆବାସ ଯୋଜନା ପାଇଁ ଯେଉଁମାନେ ବାସ୍ତବରେ ଯୋଗ୍ୟ, ସେହି ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ନାହିଁ। ଯେଉଁମାନେ ଏଥିପାଇଁ ଅଯୋଗ୍ୟ ସେମାନଙ୍କ ନାମକୁ ସାମିଲ ହେଉଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ପ୍ରକୃତ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆବାସ ବଣ୍ଟନ କରାଯିବା ଜରୁରୀ।
-ଜୟନ୍ତ କୁମାର ସାହୁ, ପିସିସି ସଭ୍ୟ, ଅନୁଗୋଳ
ଗରିବଙ୍କ ମୁଣ୍ଡ ଉପରେ ଛାତ ନାହିଁ
ପ୍ରକୃତ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ପାଇଁ ଏହି ଆବାସ ଯୋଜନା ହୋଇଛି। ହେଲେ ରାଜ୍ୟ ସରକାର ଯୋଗ୍ୟଙ୍କୁ ନୁହେଁ, ଅଯୋଗ୍ୟ ତଥା ଥିଲାବାଲାଙ୍କୁ ଏହା ପ୍ରଦାନ କରୁଥିଲେ। ପ୍ରଶାସନ ପ୍ରସ୍ତୁତ କରିଥିବା ତାଲିକାରେ ଏବେ ବି ଆଯୋଗ୍ୟ ରହିଛନ୍ତି। ଏହାର ତର୍ଜମା କରାଯିବା ଆବଶ୍ୟକ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri