ଅଧା ହିତାଧିକାରୀ ଅଯୋଗ୍ୟ

ଅନୁଗୋଳ ଅଫିସ, ୫।୨: ଆବାସ ତାଲିକାରୁ କଟିଗଲା ପ୍ରାୟ ଅଧା ହିତାଧିକାରୀଙ୍କ ନାମ। ଅନୁଗୋଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସମ୍ପର୍କିତ ସୂଚନା ସାଧାରଣରେ ପ୍ରକାଶ କରାଯିବା ପରେ ଜିଲାରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ୩୪ ହଜାର ୬୭୧ ଜଣଙ୍କ ନାମ ତାଲିକାଭୁକ୍ତ କରାଯାଇଥିବା ବେଳେ ଯାଞ୍ଚ ପରେ ଆବାସ ଯୋଜନାରୁ ୧୬ ହଜାର ୬୪୨ ଜଣଙ୍କୁ ଅଯୋଗ୍ୟ ବିବେଚନା କରାଯାଇ ବାଦ୍‌ ଦିଆଯାଇଛି। ଫଳରେ ଜିଲାର ୧୮ ହଜାର ୨୯ ଜଣ ଆବାସ ପାଇଁ ଯୋଗ୍ୟ ବୋଲି ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ପ୍ରଶାସନର ସୂଚନା ଅନୁଯାୟୀ, ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଆବାସ ତାଲିକାରେ ଅନୁଗୋଳ ଜିଲାର ୩୪ ହଜାର ୬୭୧ ହିତାଧିକାରୀଙ୍କ ନାମ ଉଲ୍ଲେଖ ଥିଲା। ତେବେ ନିର୍ଭୁଲ ତାଲିକା ପ୍ରସ୍ତୁତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ଗୋଟିଏ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ବ୍ଲକକୁ ତଦନ୍ତ ପାଇଁ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟ ତଦନ୍ତ ପରେ ମୋଟ୍‌ ୩୪ ହଜାର ୬୭୧ ହିତାଧିକାରୀଙ୍କ ମଧ୍ୟରୁ ୯ ହଜାର ୪୬୬ ଜଣଙ୍କୁ ଅଯୋଗ୍ୟ ବିବେଚିତ କରାଯାଇଥିଲା। ୨ୟ ପର୍ଯ୍ୟାୟରେ ଆଉ ୬ ହଜାର ୧୨୫ ଜଣଙ୍କୁ ବିଭିନ୍ନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତେବେ ତାଲିକାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ଚିଠି ସଂଖ୍ୟା ୫୭୪/ ୧୫ା୧ା୨୦୨୩ ଅନୁଯାୟୀ ୧୮ ହଜାର ୪୨୦ ହିତାଧିକାରୀଙ୍କ ତାଲିକା ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଜାନୁୟାରୀ ୧୬ରୁ ୨୪ ତାରିଖ ଯାଏ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ଜନସାଧାରଣଙ୍କ ଠାରୁ ୨ ହଜାର ୩୩୭ଟି ଅଭିଯୋଗ ଗ୍ରହଣ କରାଯାଇ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଉପରୋକ୍ତ ତାଲିକାରୁ ଆଉ ୧ ହଜାର ୭୭ ଜଣଙ୍କୁ ଅଯୋଗ୍ୟ ବୋଲି ବିବେଚନା କରାଗଲା। ତେଣୁ ମୋଟ୍‌ ଉପରେ ୧୬ ହଜାର ୬୪୨ ହିତାଧିକାରୀଙ୍କ ନାମ ଆବାସ ତାଲିକାରୁ ବାଦ୍‌ ଦିଆଯାଇ ବଳକା ୧୮ ହଜାର ୨୯ ହିତାଧିକାରୀଙ୍କୁ ଯୋଗ୍ୟ ବୋଲି ଚିହ୍ନଟ କରାଗଲା। ଏହାପରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଗତ ୨୬ରୁ ୩୦ ତାରିଖ ମଧ୍ୟରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇ ଉଭୟ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଅନୁମୋଦନ କରାଯାଇଥିବା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଯୋଗ୍ୟଙ୍କୁ ପ୍ରଦାନ କରାଯାଉଛି
ଗ୍ରାମସଭା କରାଯାଇ ଯୋଗ୍ୟଙ୍କୁ ଆବାସ ପ୍ରଦାନ କରାଯାଉଛି। ଯେଉଁମାନେ ଆବାସ ପାଇବାକୁ ହକ୍‌ଦାର ସେମାନଙ୍କୁ ଏହି ଛାତ ଘର ଦିଆଯାଉଛି। ନିର୍ବାଚନ ଆସିଲେ ଭାଜପାର ବିଭିନ୍ନ ଭେଳିକି ବାହାରେ। ଅପପ୍ରଚାର କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଦଳ ପକ୍ଷରୁ ଉଦ୍ୟମ କରାଯାଏ।
-ମହେନ୍ଦ୍ର ବସ୍ତିଆ, ଜିଲା ବିଜେଡି ସଭାପତି, ଅନୁଗୋଳ
ଥିଲାବାଲାଙ୍କୁ ଦିଆଯାଇଛି ଘର
ଆବାସ ଯୋଜନା ପାଇଁ ଯେଉଁମାନେ ବାସ୍ତବରେ ଯୋଗ୍ୟ, ସେହି ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ନାହିଁ। ଯେଉଁମାନେ ଏଥିପାଇଁ ଅଯୋଗ୍ୟ ସେମାନଙ୍କ ନାମକୁ ସାମିଲ ହେଉଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ପ୍ରକୃତ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆବାସ ବଣ୍ଟନ କରାଯିବା ଜରୁରୀ।
-ଜୟନ୍ତ କୁମାର ସାହୁ, ପିସିସି ସଭ୍ୟ, ଅନୁଗୋଳ
ଗରିବଙ୍କ ମୁଣ୍ଡ ଉପରେ ଛାତ ନାହିଁ
ପ୍ରକୃତ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ପାଇଁ ଏହି ଆବାସ ଯୋଜନା ହୋଇଛି। ହେଲେ ରାଜ୍ୟ ସରକାର ଯୋଗ୍ୟଙ୍କୁ ନୁହେଁ, ଅଯୋଗ୍ୟ ତଥା ଥିଲାବାଲାଙ୍କୁ ଏହା ପ୍ରଦାନ କରୁଥିଲେ। ପ୍ରଶାସନ ପ୍ରସ୍ତୁତ କରିଥିବା ତାଲିକାରେ ଏବେ ବି ଆଯୋଗ୍ୟ ରହିଛନ୍ତି। ଏହାର ତର୍ଜମା କରାଯିବା ଆବଶ୍ୟକ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri