Posted inଫୁରସତ

ପଟ୍ଟଚିତ୍ର ଦେଇଛି ପରିଚୟ

ଓଡ଼ିଆ ଶିଳ୍ପୀଙ୍କ ରଙ୍ଗତୂଳୀର କାନ୍‌ଭାସରେ ଅଙ୍କିତ ଚିତ୍ର ହେଉ କି ନିହାଣ ମୁଗୁରର ସ୍ପର୍ଶରେ ପଥର ଖୋଦନ କିମ୍ବା କାଠ ଖୋଦେଇ ମୂର୍ତ୍ତି ହେଉ। ଶିଳ୍ପୀ ସୃଷ୍ଟିକରେ ସଜ ଫୁଟା ଫୁଲ ପରି ସତେଜ ଓ ଜୀବନ୍ତ ମନେ ହେଉଥିବା ନିଆରା ଶିଳ୍ପୀକଳାର ଦୁନିଆ। ତେବେ ଓଡ଼ିଶାର ପାରମ୍ପରିକ ଚିତ୍ରକଥା ମନକୁ ଆସିଲେ ପ୍ରଥମେ ନଜର ପଡ଼େ ପଟ୍ଟଚିତ୍ର ଉପରେ। ବିଭିନ୍ନ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ କାହାଣୀର ଚରିତ୍ରମାନଙ୍କୁ ପଟ୍ଟଚିତ୍ରରେ ସ୍ଥାନିତ କରିଥିବା ଜଣେ ଯୁବଶିଳ୍ପୀ ହେଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଏଥିପାଇଁ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇପାରିଛି। ପୁରୁଣା ଭୁବନେଶ୍ୱର ଶାସନ ପଡ଼ିଆରେ ରହୁଥିବା ପୂର୍ଣ୍ଣଚନ୍ଦ୍ର କୁହନ୍ତି, ମୋ ବାପା ପୁରୁଷୋତ୍ତମ ମହାପାତ୍ରଙ୍କର ରାଜ୍ୟରେ ଜଣେ କାଗଜମୁଖା ଶିଳ୍ପୀ ଭାବେ ସ୍ବତନ୍ତ୍ର ପରିଚୟ ରହିଛି। ବାପାଙ୍କର ପ୍ରଭାବ ମୋ ଉପରେ ବି ପଡିଥିଲା। ଯେଉଁଥିପାଇଁ ପିଲାଟିଦିନରୁ ଚିତ୍ରକଳା ପ୍ରତି ମୋର ବେଶ୍‌ ଆଗ୍ରହ ଥିଲା। ସ୍କୁଲ୍‌ ବୟସରୁ ହିଁ ବିଭିନ୍ନ ଜୀବଜନ୍ତୁ, ବୃକ୍ଷଲତା ଓ ଦେବଦେବୀଙ୍କ ଚିତ୍ର ଅଙ୍କନ କରି ଖୁସି ହୋଇପଡ଼ୁଥିଲି।

ବେଳେବେଳେ କିଛି ନୂଆ ଚିନ୍ତା ମନକୁ ମନ ଆପେଆପେ ଜୁଟେ। ସେହି ଚିନ୍ତନର ଦୃଶ୍ୟକୁ କିପରି ଚିତ୍ରରେ ରୂପାନ୍ତରିତ କରିପାରିବି ସେନେଇ ଚେଷ୍ଟା କରିଥାଏ। ପ୍ରାୟତଃ ପ୍ରାଚୀନ ସଂସ୍କୃତି ଆଧାରିତ ତଥା ବିଭିନ୍ନ ପୁରାଣ କାହାଣୀର କଥାବସ୍ତୁକୁ ନେଇ ଚିତ୍ର ଅଙ୍କନ କରିଥାଏ। ମାତ୍ର ମୋର ଗ୍ରାଜୁଏଶନ ସରିଲାପରେ ସରକାରୀ ହସ୍ତଶିଳ୍ପ ପ୍ରତିଷ୍ଠାନ ଗଣ୍ଡମୁଣ୍ଡାଠାରେ ପ୍ରାୟ ୨ ବର୍ଷ ଧରି ପଟ୍ଟଚିତ୍ର ବିଭାଗରେ ତାଲିମ ନେଇ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲି। ଏହାପରେ ଏହି ପଟ୍ଟଚିତ୍ର କଳାକାରିଗରି ମୋର ରୋଜଗାରର ମାଧ୍ୟମ ହୋଇଛି। ରାମାୟଣ, ମହାଭାରତ, କୃଷ୍ଣଲୀଳା, ମାନଭଞ୍ଜନ, ଶ୍ରୀଜଗନ୍ନାଥଙ୍କ ମନ୍ଦିର ତୋଳା ଆଦି ବିଭିନ୍ନ ପୌରାଣିକ ଓ ଏତିହାସିକ ବିଷୟର ଚରିତ୍ରମାନଙ୍କୁ ପଟ୍ଟଚିତ୍ରରେ ସ୍ଥାନ ଦେଇଥାଏ। ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ଓ୍ବାର୍କଶପ୍‌ରେ ଭାଗ ନେଇ ଏହି ପଟ୍ଟଚିତ୍ର କାମ କରୁଥିଲି। ଓଡ଼ିଶା ଲଳିତ କଳା ଏକାଡେମୀ ଓ ଭାରତୀୟ ବିଦ୍ୟାଭବନ ଦ୍ୱାରା ବେଙ୍ଗାଲୁରୁଠାରେ ଆୟୋଜିତ ପଟ୍ଟଚିତ୍ର ଓ୍ବାର୍କଶପ୍‌ରେ ଯୋଗଦେଇଥିଲି। ପୁଣି ଦିଲ୍ଲୀ, ହାଇଦ୍ରାବାଦ୍‌, କୋଲ୍‌କାତା ଆଦି ରାଜ୍ୟର କେତେକ ଚିତ୍ରକଳା ପ୍ରଦର୍ଶନୀରେ ଭାଗନେଇ ମୋର ଚିତ୍ର ପ୍ରଦର୍ଶନ କରିଥିଲି। ଯେଉଁଥିରେ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ଓ ପରମ୍ପରା ସ୍ଥାନ ପାଇଥିଲା। ମୁଁ ମୋ ପଟ୍ଟଚିତ୍ରରେ ବିଶେଷକରି ରାଧାକୃଷ୍ଣଙ୍କ ପ୍ରେମଲୀଳା, ମାତା ଯଶୋଦା ଓ ଦେବକୀଙ୍କ ବାତ୍ସଲ୍ୟ ମମତାର ଭାବକୁ ପରିପ୍ରକାଶ କରିବାକୁ ପ୍ରୟାସ କରିଥାଏ। ଏଥିପାଇଁ ଅନେକ ପୁରସ୍କାର ମିଳିଛି। ଏକ ହସ୍ତଶିଳ୍ପ ଅନୁଷ୍ଠାନରେ ଏବେ ମୁଁ ମୁଖ୍ୟ ଡିଜାଇନର ଭାବେ କାଯର୍‌ୟ କରୁଛି। ଏଯାଏ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ପଟ୍ଟଚିତ୍ର କାମ କରି ସାରିଲିଣିି। ଏହି ପଟ୍ଟଚିତ୍ର କଳାକାରିଗରି ପାଇଁ ଚଳିତବର୍ଷ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ମିଳିଛି। ଯାହାଦ୍ୱାରା ମୋତେ ହସ୍ତଶିଳ୍ପ କଳା ସାଧନାରେ ଆଗକୁ ଯିବା
ପାଇଁ ଅଧିକ ଉତ୍ସାହ ମିଳିଛି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri