Posted inଫୁରସତ

ପଟ୍ଟଚିତ୍ର ଦେଇଛି ପରିଚୟ

ଓଡ଼ିଆ ଶିଳ୍ପୀଙ୍କ ରଙ୍ଗତୂଳୀର କାନ୍‌ଭାସରେ ଅଙ୍କିତ ଚିତ୍ର ହେଉ କି ନିହାଣ ମୁଗୁରର ସ୍ପର୍ଶରେ ପଥର ଖୋଦନ କିମ୍ବା କାଠ ଖୋଦେଇ ମୂର୍ତ୍ତି ହେଉ। ଶିଳ୍ପୀ ସୃଷ୍ଟିକରେ ସଜ ଫୁଟା ଫୁଲ ପରି ସତେଜ ଓ ଜୀବନ୍ତ ମନେ ହେଉଥିବା ନିଆରା ଶିଳ୍ପୀକଳାର ଦୁନିଆ। ତେବେ ଓଡ଼ିଶାର ପାରମ୍ପରିକ ଚିତ୍ରକଥା ମନକୁ ଆସିଲେ ପ୍ରଥମେ ନଜର ପଡ଼େ ପଟ୍ଟଚିତ୍ର ଉପରେ। ବିଭିନ୍ନ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ କାହାଣୀର ଚରିତ୍ରମାନଙ୍କୁ ପଟ୍ଟଚିତ୍ରରେ ସ୍ଥାନିତ କରିଥିବା ଜଣେ ଯୁବଶିଳ୍ପୀ ହେଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଏଥିପାଇଁ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇପାରିଛି। ପୁରୁଣା ଭୁବନେଶ୍ୱର ଶାସନ ପଡ଼ିଆରେ ରହୁଥିବା ପୂର୍ଣ୍ଣଚନ୍ଦ୍ର କୁହନ୍ତି, ମୋ ବାପା ପୁରୁଷୋତ୍ତମ ମହାପାତ୍ରଙ୍କର ରାଜ୍ୟରେ ଜଣେ କାଗଜମୁଖା ଶିଳ୍ପୀ ଭାବେ ସ୍ବତନ୍ତ୍ର ପରିଚୟ ରହିଛି। ବାପାଙ୍କର ପ୍ରଭାବ ମୋ ଉପରେ ବି ପଡିଥିଲା। ଯେଉଁଥିପାଇଁ ପିଲାଟିଦିନରୁ ଚିତ୍ରକଳା ପ୍ରତି ମୋର ବେଶ୍‌ ଆଗ୍ରହ ଥିଲା। ସ୍କୁଲ୍‌ ବୟସରୁ ହିଁ ବିଭିନ୍ନ ଜୀବଜନ୍ତୁ, ବୃକ୍ଷଲତା ଓ ଦେବଦେବୀଙ୍କ ଚିତ୍ର ଅଙ୍କନ କରି ଖୁସି ହୋଇପଡ଼ୁଥିଲି।

ବେଳେବେଳେ କିଛି ନୂଆ ଚିନ୍ତା ମନକୁ ମନ ଆପେଆପେ ଜୁଟେ। ସେହି ଚିନ୍ତନର ଦୃଶ୍ୟକୁ କିପରି ଚିତ୍ରରେ ରୂପାନ୍ତରିତ କରିପାରିବି ସେନେଇ ଚେଷ୍ଟା କରିଥାଏ। ପ୍ରାୟତଃ ପ୍ରାଚୀନ ସଂସ୍କୃତି ଆଧାରିତ ତଥା ବିଭିନ୍ନ ପୁରାଣ କାହାଣୀର କଥାବସ୍ତୁକୁ ନେଇ ଚିତ୍ର ଅଙ୍କନ କରିଥାଏ। ମାତ୍ର ମୋର ଗ୍ରାଜୁଏଶନ ସରିଲାପରେ ସରକାରୀ ହସ୍ତଶିଳ୍ପ ପ୍ରତିଷ୍ଠାନ ଗଣ୍ଡମୁଣ୍ଡାଠାରେ ପ୍ରାୟ ୨ ବର୍ଷ ଧରି ପଟ୍ଟଚିତ୍ର ବିଭାଗରେ ତାଲିମ ନେଇ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲି। ଏହାପରେ ଏହି ପଟ୍ଟଚିତ୍ର କଳାକାରିଗରି ମୋର ରୋଜଗାରର ମାଧ୍ୟମ ହୋଇଛି। ରାମାୟଣ, ମହାଭାରତ, କୃଷ୍ଣଲୀଳା, ମାନଭଞ୍ଜନ, ଶ୍ରୀଜଗନ୍ନାଥଙ୍କ ମନ୍ଦିର ତୋଳା ଆଦି ବିଭିନ୍ନ ପୌରାଣିକ ଓ ଏତିହାସିକ ବିଷୟର ଚରିତ୍ରମାନଙ୍କୁ ପଟ୍ଟଚିତ୍ରରେ ସ୍ଥାନ ଦେଇଥାଏ। ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ଓ୍ବାର୍କଶପ୍‌ରେ ଭାଗ ନେଇ ଏହି ପଟ୍ଟଚିତ୍ର କାମ କରୁଥିଲି। ଓଡ଼ିଶା ଲଳିତ କଳା ଏକାଡେମୀ ଓ ଭାରତୀୟ ବିଦ୍ୟାଭବନ ଦ୍ୱାରା ବେଙ୍ଗାଲୁରୁଠାରେ ଆୟୋଜିତ ପଟ୍ଟଚିତ୍ର ଓ୍ବାର୍କଶପ୍‌ରେ ଯୋଗଦେଇଥିଲି। ପୁଣି ଦିଲ୍ଲୀ, ହାଇଦ୍ରାବାଦ୍‌, କୋଲ୍‌କାତା ଆଦି ରାଜ୍ୟର କେତେକ ଚିତ୍ରକଳା ପ୍ରଦର୍ଶନୀରେ ଭାଗନେଇ ମୋର ଚିତ୍ର ପ୍ରଦର୍ଶନ କରିଥିଲି। ଯେଉଁଥିରେ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ଓ ପରମ୍ପରା ସ୍ଥାନ ପାଇଥିଲା। ମୁଁ ମୋ ପଟ୍ଟଚିତ୍ରରେ ବିଶେଷକରି ରାଧାକୃଷ୍ଣଙ୍କ ପ୍ରେମଲୀଳା, ମାତା ଯଶୋଦା ଓ ଦେବକୀଙ୍କ ବାତ୍ସଲ୍ୟ ମମତାର ଭାବକୁ ପରିପ୍ରକାଶ କରିବାକୁ ପ୍ରୟାସ କରିଥାଏ। ଏଥିପାଇଁ ଅନେକ ପୁରସ୍କାର ମିଳିଛି। ଏକ ହସ୍ତଶିଳ୍ପ ଅନୁଷ୍ଠାନରେ ଏବେ ମୁଁ ମୁଖ୍ୟ ଡିଜାଇନର ଭାବେ କାଯର୍‌ୟ କରୁଛି। ଏଯାଏ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ପଟ୍ଟଚିତ୍ର କାମ କରି ସାରିଲିଣିି। ଏହି ପଟ୍ଟଚିତ୍ର କଳାକାରିଗରି ପାଇଁ ଚଳିତବର୍ଷ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ମିଳିଛି। ଯାହାଦ୍ୱାରା ମୋତେ ହସ୍ତଶିଳ୍ପ କଳା ସାଧନାରେ ଆଗକୁ ଯିବା
ପାଇଁ ଅଧିକ ଉତ୍ସାହ ମିଳିଛି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?