ଚପଲ ଖୋଲିବାକୁ କହିବାରୁ ଆଟେଣ୍ଡାଣ୍ଟଙ୍କୁ ଅର୍ଦ୍ଧନଗ୍ନ ଘଟଣା: ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଖୋର୍ଦ୍ଧା,୨୬ା୬(ପ୍ରଭାତ ପାଣିଗ୍ରାହୀ): ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆର୍‌ଏମ୍‌)ଙ୍କ ସ୍ତ୍ରୀଙ୍କୁ ଚପଲ ଖୋଲିବାକୁ କହିବାରୁ ଝାଡ଼ଖଣ୍ଡ ଧାନବାଦ ମଣ୍ଡଳ ରେଲଓ୍ବେ ହସ୍ପିଟାଲ ଆଟେଣ୍ଡାଣ୍ଟ ବସନ୍ତ ଉପାଧ୍ୟାୟଙ୍କୁ ଅର୍ଦ୍ଧନଗ୍ନ କରାଯିବା ଘଟଣାରେ ମାନବିକ ଅଧିକାର ଉଲ୍ଲଂଘନ ହୋଇଛି। ଏନେଇ ପୁରୀର ମାନବ ଅଧିକାର କର୍ମୀ ଜୟନ୍ତ ଦାଶ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଡିଆର୍‌ଏମ୍‌ଙ୍କ ବିରୋଧରେ ଭାରତୀୟ ରେଲଓ୍ବେର ଏକ ତଦନ୍ତକାରୀ ଟିମ୍‌ ଦ୍ୱାରା ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେ ନିବେଦନ କରିଛନ୍ତି। ଏହି ଘଟଣା ପରେ ବସନ୍ତ ମାନସିକ ସ୍ତରରେ ଭାଙ୍ଗିପଡ଼ିିଛନ୍ତି। ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ତେଣୁ ତାଙ୍କୁ ମେଡିକାଲ ଖର୍ଚ୍ଚ ଓ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ। ଏହି କ୍ଷତିପୂରଣ ଟଙ୍କା ସମ୍ପୃୃକ୍ତ ଡିଆର୍‌ଏମ୍‌ଙ୍କ ଦରମାରୁ ଭରଣା କରାଯାଉ। ଭବିଷ୍ୟତରେ ଯେପରି ଏପରି ଭୁଲ୍‌ର ସେ ପୁନରାବୃତ୍ତି ନ କରନ୍ତି ସେଥିପାଇଁ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାଶ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗୁରୁବାର ଡିଆର୍‌ଏମ୍‌ଙ୍କ ସ୍ତ୍ରୀ ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ଆଟେଣ୍ଡାଣ୍ଟ ଡ୍ୟୁଟିରେ ଥିବା ବସନ୍ତ ତାଙ୍କୁ ଚପଲ ବାହାରେ ରଖି ଯିବା ପାଇଁ କହିଥିଲେ। ଚାମ୍ବରକୁ କୌଣସି ରୋଗୀ ଆସିଲେ, ଚପଲ ବାହାରେ ରଖି ଆସିବା ପାଇଁ ପୂର୍ବରୁ ଡାକ୍ତରଙ୍କ ନିର୍ଦ୍ଦେଶ ରହିଥିଲା। ତେବେ ବସନ୍ତଙ୍କ କଥାକୁ ଏଡ଼ାଇ ଯାଇ ସେ ଚପଲ ପିନ୍ଧି ଡାକ୍ତରଙ୍କ ନିକଟକୁ ଯାଇଥିଲେ। ପରେ ଡିଆର୍‌ଏମ୍‌ ମେଡିକାଲ ମୁଖ୍ୟ ଅଧୀକ୍ଷକ (ସିଏମ୍‌ଏସ୍‌)ଙ୍କ ଦ୍ୱାରା ବସନ୍ତଙ୍କୁ ଚାମ୍ବରକୁ ଡକାଇଥିଲେ। ଡିଆର୍‌ଏମ୍‌ଙ୍କ ନିକଟରେ ଉଭୟ ବସନ୍ତ ଏବଂ ସିଏମ୍‌ଏସ୍‌ ପହଞ୍ଚିଥିଲେ। ସ୍ତ୍ରୀଙ୍କୁ ଚପଲ ଖୋଲି ଡାକ୍ତରଙ୍କ ନିକଟକୁ ଯିବା ପାଇଁ କହିବାରୁ ଡିଆର୍‌ଏମ୍‌ ବସନ୍ତଙ୍କୁ ଗାଳିଗୁଲଜ କରିଥିଲେ। ଏତିକିରେ ତାଙ୍କ ମନ ଶାନ୍ତ ହୋଇ ନ ଥିଲା। ତାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଘରକୁ ପଠାଇଥିଲେ। ଡିଆର୍‌ଏମ୍‌ଙ୍କ ଏଭଳି ବ୍ୟବହାର ନେଇ ବସନ୍ତ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ। ତାଙ୍କୁ ପ୍ରଥମେ ଡିଭିଜନାଲ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଘଟଣା ନେଇ ଧାନବାଦ ମଣ୍ଡଳ ରେଲଓ୍ବେ ହସ୍ପିଟାଲ୍‌ର ଗ୍ରୁପ୍‌-ଡି କର୍ମଚାରୀମାନେ ଡିଆର୍‌ଏମ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ମାନବ ଅଧିକାର କର୍ମୀ ଦାଶ କହିଛନ୍ତି, ଏ କ୍ଷେତ୍ରରେ ଖୋଲାଖୋଲି ଭାବେ ମୌଳିକ ଅଧିକାରର ଉଲ୍ଲଂଘନ କରାଯାଇଛି। ଏଣୁ ସମ୍ପୃକ୍ତ ଡିଆର୍‌ଏମ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ, ଯେପରି କୌଣସି ଅଧିକାରୀ ଏଭଳି ଘଟଣା ଘଟାଇବାକୁ ସାହସ କରିବେ ନାହିଁ। ସମ୍ବିଧାନ ସମସ୍ତଙ୍କ ପାଇଁ ସମାନ। ଏଥିପ୍ରତି ରେଳ ବିଭାଗ ଯତ୍ନବାନ ହେବା ଉଚିତ। ଏହା ଏକ ଅକ୍ଷମଣୀୟ ଭୁଲ। ଏଥିଲାଗି ସମ୍ପୃକ୍ତ ଡିଆର୍‌ଏମ୍‌ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଦାଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri