ଅଧା ବୁଲାଇ ପର୍ଯ୍ୟଟକଙ୍କୁ ଛାଡ଼ିଦେଲା ବ୍ୟାଟେରି ଗାଡ଼ି

ବାରଙ୍ଗ,୨୧।୧୦(ଡି.ଏନ୍‌.ଏ.): ନନ୍ଦନକାନନର ବ୍ୟାଟେରି ଚାଳିତ ଗାଡ଼ିକୁ ନେଇ ବୁଧବାର ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୨୫ଜଣ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବାବେଳେ ଏକକାଳୀନ ବ୍ୟାଟେରି ଅଟୋରେ ଯିବା ଓ ସଫାରି ବୁଲିବା ପାଇଁ ଟିକେଟ କାଟିଥିଲେ। କିନ୍ତୁ ଅଧା ବୁଲାଇ ଗାଡ଼ି ଚାଳକ ଛାଡ଼ିଦେବାରୁ ପର୍ଯ୍ୟଟକ ଆଉ ଫେରିପାରିଲେନି। ଏପରିକି ଟିକେଟ ଟଙ୍କା ନ ଫେରାଇ ଗାଡ଼ି କାଉଣ୍ଟର ବନ୍ଦ କରି ଚାଳକ ପଳାଇଥିବାବେଳେ ଗାଇଡ୍‌ କାଉଣ୍ଟର ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ଟଙ୍କା ଫେରିପାଇବା ପାଇଁ ନନ୍ଦନକାନନ ଗେଟ ଆଗରେ ସନ୍ଧ୍ୟାରେ ପର୍ଯ୍ୟଟକମାନେ ଧାରଣାରେ ବସିଥିଲେ। ପ୍ରାୟ ଘଣ୍ଟାଏ କାଳ ବସିବାପରେ ନନ୍ଦନକାନନର କୌଣସି ଅଧିକାରୀ ନ ଆସିବାରୁ ବାଧ୍ୟହୋଇ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ଗାଇଡ୍‌ କାଉଣ୍ଟର ଦାୟିତ୍ୱରେ ଥିବା ଗାଇଡ୍‌ମାନେ ଥାନାକୁ ଯାଇ ଟଙ୍କା ଫେରାଇବା ପରେ ରାତି ୭ଟାରେ ପର୍ଯ୍ୟଟକମାନେ ଫେରିଥିଲେ।
ସୂଚନା ଅନୁଯାୟୀ, ଅପରାହ୍ନ ୪ଟାରେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳରୁ ଅଧିକ ନିକାର ଓ ସୁନତା କରାଲ ପରିବାର ଏବଂ ସର୍ମ୍ପକୀୟଙ୍କ ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ। ଗାଇଡ୍‌ କାଉଣ୍ଟରରେ ଗାଇଡ୍‌ ମାଧ୍ୟମରେ ବୁଲିବାପାଇଁ ଟଙ୍କା ପୈଠକରି ଗାଇଡ୍‌ ଚିତ୍ତରଞ୍ଜନ ବେହେରାଙ୍କ ସହ ବୁଲିଥିଲେ। ଚିତ୍ତରଞ୍ଜନଙ୍କ କଥାରେ ପର୍ଯ୍ୟଟକମାନେ ବ୍ୟାଟେରି ଗାଡ଼ିରେ ବୁଲିବା ପାଇଁ ରାଜି ହୋଇ କାଉଣ୍ଟରରୁ ଏକକାଳୀନ ମୁଣ୍ଡପିଛା ୧୪୦ଟଙ୍କାରେ ଟିକେଟ କରି ଗାଡ଼ିରେ ଯାଇଥିଲେ। ରେପ୍‌ଟାଇଲ ପାର୍କ ଯାଏଁ ଯାଇଥିବା ଗାଡ଼ି ସେମାନଙ୍କୁ ଛାଡିଦେବା ସହ ଜନ୍ତୁ ଦେଖିଆସିବାପରେ ଅନ୍ୟ ଅଟୋରେ ଯାଇପାରିବେ କହି ଚାଲିଯାଇଥିଲା। ପାର୍କ ବୁଲି ପର୍ଯ୍ୟଟକ ଫେରିବାବେଳେ ଗାଇଡ୍‌ କି ଅନ୍ୟ ଗାଡ଼ି ମଧ୍ୟ ନ ଥିଲା। ପ୍ରାୟ ଅଧଘଣ୍ଟା ଅପେକ୍ଷା ପରେ ଖାଲି ଆସୁଥିବା ଏକ ବ୍ୟାଟେରି ଗାଡ଼ିରେ ଆସିବାକୁ ପର୍ଯ୍ୟଟକମାନେ କହିଥିଲେ। ହେଲେ ଟିକେଟ ନ ଥିବାରୁ ନେଇ ହେବ ନାହିଁ ବୋଲି ଚାଳକ କହିଥିଲେ। ସେମାନେ ବହୁ କହିବା ପରେ ମଧ୍ୟ ଚାଳକ ନ ଶୁଣି ଚାଲିଯାଇଥିଲେ। ପର୍ଯ୍ୟଟକମାନେ ଅସନ୍ତୁଷ୍ଟ ହୋଇ କାଉଣ୍ଟରକୁ ଆସିବାବେଳେ ବନ୍ଦ ଥିବାରୁ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଏହାସତ୍ତ୍ୱେ କୌଣସି ଅଧିକାରୀ ଧାରଣାସ୍ଥଳକୁ ନ ଆସିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ନନ୍ଦନକାନନ ଥାନାଧିକାରୀ ଗାଇଡ ବୁକିଂ କାଉଣ୍ଟରଙ୍କୁ ଜଣାଇବା ପରେ ଗାଇଡମାନେ ଆସି ପର୍ଯ୍ୟଟକଙ୍କୁ ଟଙ୍କା ଫେରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri