କର୍କଟ ପୀଡ଼ିତାଙ୍କ ପାଇଁ କେଶ ଦାନକଲେ ସଂଯୁକ୍ତା

ରାଜକନିକା,୧୦ା୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ବଜରପୁରର ସୁରେଶ ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ସଂଯୁକ୍ତା ନାୟକ କର୍କଟ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ତାଙ୍କର ୨୫ ଇଞ୍ଚର କେଶ ଦାନ କରିଛନ୍ତି। ସେ ଜଣେ ଗୃହିଣୀ। ସେ ତାଙ୍କ ବାନ୍ଧବୀ ଦୀପାଲି ଭୋଳଙ୍କର ୧୪ ବର୍ଷର କନ୍ୟା ଆଶ୍ରୀୟା କର୍କଟ ପୀଡିତା। ତାଙ୍କ ଉଦ୍ଦେଶ୍ୟରେ ଏହି କେଶଦାନ କରିଛନ୍ତି। କୁନି ଝିଅର ପ୍ରେରଣା ପାଇଁ ସେ କେଶ ଦାନ କରିଥିବା କହିଛନ୍ତି। ସମସ୍ତ ମହିଳାଙ୍କ ପରି ସଂଯୁକ୍ତା ମଧ୍ୟ କେଶ ରଖିବାକୁ ଭଲ ପାଆନ୍ତି। ସାହାଯ୍ୟ କରିବାକୁ ହୃଦୟଙ୍ଗମ କରି ତାଙ୍କର ଏପରି ଛୋଟ ସହାୟତା ବା ଉପହାର କାହା ମୁହଁରେ ହସ ଫୁଟାଇ ପାରିବ। ଉଦାର ହୃଦୟରେ ଖୋଲା ମନରେ ସ୍ବଇଚ୍ଛାରେ କେଶଦାନ କରିବା ପାଇଁ ନିଷ୍ପତ୍ତି ନେଇ ୨୫ ଇଞ୍ଚର କେଶଦାନ କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ସୋପାଭା ଟ୍ରଷ୍ଟ ପକ୍ଷରୁ କେଶ ଥିଲେ ଦିଅନ୍ତୁ ଓ କେଶ ନ ଥିଲେ କେଶୀ (ଡବ୍ଲୁଆଇଜି) ନିଅନ୍ତୁ ଅଭିଯାନ ସେ ଆରମ୍ଭ କରିଛନ୍ତି। ଦୁଇବର୍ଷ ମଧ୍ୟରେ ୨୫ ଜଣ କ୍ୟାନ୍‌ସର ପୀଡ଼ିତାଙ୍କୁ କେଶୀ ଉପହାର ଦେବା ସହିତ ୧୫୦ ଜଣ କ୍ୟାନ୍‌ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିବା ସହ ୫ଟି ବିୟୁଟି ପାର୍ଲରର ଭଉଣୀମାନେ ୭୦ଟି ୧୨ଇଞ୍ଚରୁ ଅଧିକ କେଶ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି। ଏହି କେଶରୁ କେଶୀ ତିଆରି କରଯାଉଛି। ଜଣେ କେଶ ଦାତ୍ରୀଙ୍କ କେଶ ୩୦ରୁ ୪୦ ଗ୍ରାମ ହୋଇଥାଏ। ସେହିପରି ୩ଶହ ଗ୍ରାମରୁ ଅଧିକ କେଶରେ ଗୋଟିଏ କେଶୀ (ଡବ୍ଲୁଆଇଜି) ତିଆରି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri