କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା ।
ସଂନ୍ଧ୍ୟା ୭ଟାରୁ ହଠାତ ଘନ ମେଘ ଛାଇଯାଇ ବର୍ଷା ସହ କୁଆପାଥର ପଡ଼ିଥିଲା। ଏହାଯୋଗୁଁ ରାସ୍ତା ଘାଟ ଶୂନଶାନ ହୋଇଥିବାବେଳେ ଲୋକେ ଏକପ୍ରକାର ଅସ୍ତବ୍ୟସ୍ତ ହୋଇଛନ୍ତି । ଏହି ପ୍ରବଳ ବର୍ଷା ଯୋଗୁଁ ସନ୍ଧ୍ୟା ୭ ଟା ରୁ ୯ଟା ସୁଦ୍ଧା ବର୍ଷା ଓ ଘଡଘଡି ହେଉଥିଲା । ତେବେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇ ନାହିଁ । ଗୁରୁବାର କ୍ଷୟକ୍ଷତି ଜଣାପଡିବ ବୋଲି ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି ।
ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ ଜିଲାରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ ବୋଲି ସତର୍କ କରିଥିଲା । ଆଗାମୀ କିଛି ଦିନ ମଧ୍ୟରେ ଏପରି ପାଣିପାଗ ଜାରି ରହିପାରେ ବୋଲି ସତର୍କ କରାଯାଇଛି ।

