Posted inଫୁରସତ

୫ ମାସ ହେବ ହେଉଥିଲା ପ୍ରବଳ ମୁଣ୍ଡବିନ୍ଧା,ଡାକ୍ତରଙ୍କ ପାଖକୁ ଯିବାରୁ ମୁଣ୍ଡ ଭିତରୁ ବାହାରିଲା…

ଭିଏତନାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ପ୍ରାୟ ପାଞ୍ଚ ମାସ ଧରି ପ୍ରବଳ ମୁଣ୍ଡବିନ୍ଧାର ଶିକାର ହୋଇଥିଲେ। ସେ ଗତ ନଭେମ୍ବର ୨୫ରେ ଚିକିତ୍ସା ପାଇଁ ଡୋଙ୍ଗ ହୋଇର କ୍ୟୁବା ଫ୍ରେଣ୍ଡସିପ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରବଳ ମୁଣ୍ଡବ୍ୟଥା ହେବା ସହ ତରଳ ପଦାର୍ଥ ନିର୍ଗତ ହେବା ନେଇ ସେ ଡାକ୍ତରଙ୍କୁ କହିଥିଲେ।
ସିଟି ସ୍କାନ କରିବା ପରେ ଜଣାପଡିଥିଲା ଯେ, ବ୍ୟକ୍ତି ଜଣକ ଟେନସନ ନିମୋସେଫାଲସ ରୋଗରେ ପୀଡିତ। ଏହି ବିରଳ ସ୍ନାୟୁଗତ ଅବସ୍ଥା ଇଣ୍ଟାକ୍ରାନିଆଲ ଚାପର ବିପଜ୍ଜନକ ବୃଦ୍ଧି ଦ୍ୱାରା ହୋଇଥାଏ। ପରବର୍ତ୍ତୀ ଯାଞ୍ଚର ବ୍ୟକ୍ତିର ଲକ୍ଷଣର ଏକ ଅସାଧାରଣ କାରଣ ପ୍ରକାଶ ପାଇଲା। ଏକ ଯୋଡା ଚପ୍‌ଷ୍ଟିକ (chopsticks) ତାଙ୍କ ନାକ ବାଟେ ମସ୍ତିଷ୍କରେ ପହଞ୍ଚିଥିଲା।
ପ୍ରାରମ୍ଭରେ ତାଙ୍କ ମସ୍ତିଷ୍କରେ ଚପଷ୍ଟିକ୍ସର ଉପସ୍ଥିତି ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବ୍ୟକ୍ତି ଜଣକ ପାଞ୍ଚ ମାସ ପୂର୍ବରୁ ଭିଏତନାମରେ ମଦ୍ୟପାନ କରିବା ସମୟରେ ଝଗଡା କରିଥିବା କଥା ମନେ ପଡିଥିଲା। ସେଠାରେ ଘଟିଥିବା ଝଗଡା ବିଷୟରେ ସେ କିଛି ସ୍ପଷ୍ଟ ଭାବରେ ମନେ ରଖିପାରି ନ ଥିଲେ, କିନ୍ତୁ ଏକ ଅଜ୍ଞାତ ବସ୍ତୁ ସହିତ ମୁହଁରେ ଆଘାତ ହେବାର ତାଙ୍କର ଅସ୍ପଷ୍ଟ ସ୍ମୃତି ଥିଲା।
ସୌଭାଗ୍ୟବଶତଃ ନାକ ମାଧ୍ୟମରେ କରାଯାଇଥିବା ଏଣ୍ଡୋସ୍କୋପିକ ସର୍ଜରୀ ମାଧ୍ୟମରେ ଡାକ୍ତରମାନେ ଚପଷ୍ଟିକ୍‌କୁ ସଫଳତାର ସହ ବାହାର କରିବାରେ ସକ୍ଷମ ହୋଇଥିଲେ। କୁହାଯାଉଛି ଯେ, ରୋଗୀର ଅବସ୍ଥା ସ୍ଥିର ଅଛି ଏବଂ ସେ ଖୁବ୍‌ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri