ଲୋପ ପାଇବାକୁ ବସିଲାଣି ହାବସପୁରୀ ଶାଢ଼ି

ଭବାନୀପାଟଣା,୧୮।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଢ଼ି ପ୍ରସ୍ତୁତ କରାଯାଏ। ସେଗୁଡିକ ହେଲା ବରପାଲି ଶାଢ଼ି, ସୋନପୁରୀ ଶାଢ଼ି, ବାନ୍ଧ ଶାଢ଼ି, ବଉଦ ଶାଢ଼ି, ସମ୍ବଲପୁରୀ ଶାଢ଼ି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥି ମଧ୍ୟରୁ କଳାହାଣ୍ଡିର ଜିଲାର ହାବସପୁରୀ ଶାଢ଼ି ମଧ୍ୟ ଜିଲା, ରାଜ୍ୟ, ଦେଶ ତଥା ଦେଶବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରିକି ରାଜ୍ୟ ସରକାର ଏହାକୁ ଜିଆଇ ଟେଗ ମାନ୍ୟତା ଦେଇସାରିଛନ୍ତି। ସେହିପରି ଭାରତର ପ୍ରସିଦ୍ଧ ଟାଟା ଟି ‘ଚା’ ର ଖୋଳରେ ମଧ୍ୟ ହାସପୁରୀ ଶାଢ଼ିର ବାନ୍ଧ କଳା ଦେଖିବାକୁ ମିଳେ। ତେବେ ହାବସପୁରୀ ଶାଢ଼ିର ପ୍ରଚାର ଓ ପ୍ରସାର ପାଇଁ ସରକାର କିମ୍ବା ପ୍ରଶାସନ ଆଗଭର ହେଉନାହାନ୍ତି। ତେଣୁ ଏହି ଶାଢ଼ୀ ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ବୁଣାକାରମାନେ ମଧ୍ୟ ରୋଜଗାର ହରାଇ ବସିଛନ୍ତି। କଳାହାଣ୍ଡି ଜିଲାରେ ଉନବିଂଶ ଶତାବ୍ଦୀରେ କନ୍ଧ ଜନଜାତିର ଲୋକମାନେ ହାବସପୁରୀ ଶାଢ଼ୀ ବୁଣାକାମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଭୁଲିଆ ସମ୍ପ୍ରଦାୟର ଲୋକମାନେ ଏହାକୁ କୌଳିକ ବୃତ୍ତି ହିସାବରେ ଗ୍ରହଣ କଲେ ବୋଲି କୁହାଯାଏ। ବର୍ତ୍ତମାନ ଯୁଗରେ ବିଭିନ୍ନ ଶାଢ଼ୀ ବଜାରକୁ ଆସିବା ଯୋଗୁ ହାତବୁଣା ଶାଢ଼ୀର ଚାହିଦା କମିବାକୁ ଲାଗିଲା। ବୁଣାକାରମାନେ ବେପାର କମିଯିବାରୁ ଶାଢ଼ୀବୁଣା ଛାଡି ଅନ୍ୟ କାମରେ ସମୟ ଦେଇ ପରିବାର ପ୍ରତିପୋଷଣ କଲେ। ଫଳରେ ହାବସପୁରୀ ଶାଢ଼ୀ ଆଉ ବଜାରରେ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ଏହି ଶାଢ଼ି ବିଲୁପ୍ତ ହେବାକୁ ବସିଲାଣି। ଜିଲାର ଜୁନାଗଡ଼ ବ୍ଲକ ହାବସପୁରଠାରେ ଥିବା ଭୁଲିଆ ବା ମେହେର ସମ୍ପ୍ରଦାୟର ଲୋକମାନେ ନିଜର କଳାକୌଶଳ ଓ କାରିଗରୀର ବିଦ୍ୟାରେ ପରିଚୟ ଏହି ଶାଢ଼ିକୁ ହାବସପୁରୀ ଶାଢ଼ି ବୋଲି କୁହାଯାଏ। ହେଲେ ହାସପୁରୀ ଶାଢ଼ୀ ଏବେ ହାସପୁର ଗାଁରେ ଲୋପ ପାଇବାକୁ ବସିଲାଣି। ସରକାରୀ ପ୍ରୋତ୍ସାହନ ସାଙ୍ଗକୁ କଞ୍ଚାମାଲର ଅଭାବ ଯୋଗୁ ଗତ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଗାଁର ବୁଣାକାରମାନେ ନିଜ କୌଳିକ ବୃତ୍ତିକୁ ଛାଡି ଦେଇଛନ୍ତି। ପୂର୍ବରୁ ଗ୍ରାମର ପ୍ରାୟ ୨୦ ପରିବାର ସଦସ୍ୟ ଏହି କାମରେ ନିୟୋଜିତ ରହି ଅନେକ ହାବସପୁରୀ ଶାଢ଼ି, ଗାମୁଛା, ଲୁଙ୍ଗି, ଶାଳ, ଡୋର ସ୍କ୍ରିନ ଆଦି ତିଆରି କରୁଥିଲେ। ଯାହାକି ଜିଲା ତଥା ଦେଶରେ ମଧ୍ୟ ବେଶ ଆଦୃତ ହୋଇପାରୁଥିଲା। କାଳକ୍ରମେ କଞ୍ଚାମାଲର ଦର ଅଧିକ ଓ ବଜାରରେ ଫେନ୍ସି ଶାଢି ଆସିଯିବା ପରେ ହାସପୁରୀ ଚାହିଦା କମିବା ଯୋଗୁ ସେମାନେ ତାଙ୍କ ମଜୁରୀ ମଧ୍ୟ ପାଇଲେ ନାହିଁ। ଫଳରେ ଏହି ବୁଣାକାର ନିଜ କୌଳିକ ବୃତ୍ତି ଛାଡିବାକୁ ବାଧ୍ୟ ହେଇଥିବା ପ୍ରକାଶ କରିଛନ୍ତି। ୨୦୨୨ରେ ଗ୍ରାମରେ ଥିବା କଳା ଓ ହସ୍ତତନ୍ତ ବାୟ କେନ୍ଦ୍ରର ପୁନରୁଦ୍ଧାର ନିମନ୍ତେ ଜିଲା ପ୍ରଶାସନର ଓ ବେଦାନ୍ତ ଆଲୁମିନା ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା କରାଯାଇଥିଲା। ବର୍ତ୍ତମାନ ଏହି ଘର ପୁନରୁଦ୍ଧାର କାମ ଶେଷ ହୋଇଥିବାବେଳେ ବୁଣାକାରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇ ନ ଥିଲା। ଅନ୍ୟପଟେ ହାବସପୁର ଗ୍ରାମରୁ ଆରମ୍ଭ ହୋଇଥିବା ଏହି ହାବସପୁରୀ ଶାଢୀ ବ୍ଲକର କିଛି ଗ୍ରାମରେ କାଁ ଭା ବୁଣା ଯାଉଛି । କିନ୍ତୁ ଯେଉଁ ଗାଁରେ ଏହା ଆରମ୍ଭ ହେଇଥିଲା ସେହି ଗାଁରେ ଏହା ଲୋପ ପାଇଥିବାବେଳେ ଅନ୍ୟ ଗାଁରେ ତିଆରି ହୋଇ ନା କମାଉଛି। ସମ୍ବଲପୁରୀ ଶାଢିର ମୁହଁରେ ବାନ୍ଧ କଳା ଝଟକୁ ଥିବା ବେଳେ ହାବସପୁରୀ ଶାଢିରେ ୬୦ ବର୍ଷ ପୂର୍ବରୁ ଶାଢିର ମୁହଁ ଆଉ ଦେହରେ ବାନ୍ଧ ରହିଛି। ହାବସପୁରୀ ଶାଢିରେ କଳାହାଣ୍ଡି ଜିଲାର ଆଦିବାସୀମାନଙ୍କ ବିଭିନ୍ନ କଳାକୃତିକୁ ବୁଣାଯାଉଥିଲା। ୧୯୫୧ରେ ହାବସପୁରୀ ଶାଢି ଦିଲ୍ଲୀର ପ୍ରଦର୍ଶନୀ ପଡ଼ିଆରେ ଭାଗ ନେଇ ଆଦୃତ ହୋଇଥିଲା । ସେହି ସମୟରେ ଥିବା ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ହାବସପୁରୀ ଶାଢିକୁ ଦେଖି ମୋହିଯାଇଥିଲେ ବୋଲି ବୁଣାକାରମାନେ କହନ୍ତି। ବୟନଶିଳ୍ପକୁ ଭାରତ ବିଭିନ୍ନ ରାଜ୍ୟରେ ପ୍ରଚାର ପ୍ରସାର ସରକାରୀ ସହାୟତା ଯୋଗାଇଦେବାରୁ ଆଗକୁ ବଢି ପାରିଛି। ହେଲେ ଓଡ଼ିଶାରେ ବୟନ ଶିଳ୍ପକୁ ସରକାର ଅଣଦେଖା କରୁଥିବାରୁ ହାବସପୁରୀ ଶାଢି ଭଳି ବୟନ ଶିଳ୍ପ ଏବେ ଲୋପ ପାଇବାକୁ ବସିଲାଣି। ଯଦି ରାଜ୍ୟ ସରକାର କିମ୍ବା କୌଣସି ସଂସ୍ଥା ପକ୍ଷରୁ ବୁଣାକାରମାନଙ୍କୁ ସୁବିଧା ସୁଯୋଗ ଦିଆଯାଇ ପାରନ୍ତା ତାହେଲେ ଦିନେ ଚହଳ ପକାଉଥିବା ହାବସପୁରୀ ଶାଢି ନିଜର ପୂର୍ବ ପରିଚୟ ଫେରି ପାରନ୍ତା ଓ କଳାହାଣ୍ଡି ଜିଲାର କୁଟୀର ଶିଳ୍ପ କିଛି ଲୋକଙ୍କ ଜୀନ ରେଖା ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?