ଲୋପ ପାଇବାକୁ ବସିଲାଣି ହାବସପୁରୀ ଶାଢ଼ି

ଭବାନୀପାଟଣା,୧୮।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଢ଼ି ପ୍ରସ୍ତୁତ କରାଯାଏ। ସେଗୁଡିକ ହେଲା ବରପାଲି ଶାଢ଼ି, ସୋନପୁରୀ ଶାଢ଼ି, ବାନ୍ଧ ଶାଢ଼ି, ବଉଦ ଶାଢ଼ି, ସମ୍ବଲପୁରୀ ଶାଢ଼ି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥି ମଧ୍ୟରୁ କଳାହାଣ୍ଡିର ଜିଲାର ହାବସପୁରୀ ଶାଢ଼ି ମଧ୍ୟ ଜିଲା, ରାଜ୍ୟ, ଦେଶ ତଥା ଦେଶବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରିକି ରାଜ୍ୟ ସରକାର ଏହାକୁ ଜିଆଇ ଟେଗ ମାନ୍ୟତା ଦେଇସାରିଛନ୍ତି। ସେହିପରି ଭାରତର ପ୍ରସିଦ୍ଧ ଟାଟା ଟି ‘ଚା’ ର ଖୋଳରେ ମଧ୍ୟ ହାସପୁରୀ ଶାଢ଼ିର ବାନ୍ଧ କଳା ଦେଖିବାକୁ ମିଳେ। ତେବେ ହାବସପୁରୀ ଶାଢ଼ିର ପ୍ରଚାର ଓ ପ୍ରସାର ପାଇଁ ସରକାର କିମ୍ବା ପ୍ରଶାସନ ଆଗଭର ହେଉନାହାନ୍ତି। ତେଣୁ ଏହି ଶାଢ଼ୀ ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ବୁଣାକାରମାନେ ମଧ୍ୟ ରୋଜଗାର ହରାଇ ବସିଛନ୍ତି। କଳାହାଣ୍ଡି ଜିଲାରେ ଉନବିଂଶ ଶତାବ୍ଦୀରେ କନ୍ଧ ଜନଜାତିର ଲୋକମାନେ ହାବସପୁରୀ ଶାଢ଼ୀ ବୁଣାକାମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଭୁଲିଆ ସମ୍ପ୍ରଦାୟର ଲୋକମାନେ ଏହାକୁ କୌଳିକ ବୃତ୍ତି ହିସାବରେ ଗ୍ରହଣ କଲେ ବୋଲି କୁହାଯାଏ। ବର୍ତ୍ତମାନ ଯୁଗରେ ବିଭିନ୍ନ ଶାଢ଼ୀ ବଜାରକୁ ଆସିବା ଯୋଗୁ ହାତବୁଣା ଶାଢ଼ୀର ଚାହିଦା କମିବାକୁ ଲାଗିଲା। ବୁଣାକାରମାନେ ବେପାର କମିଯିବାରୁ ଶାଢ଼ୀବୁଣା ଛାଡି ଅନ୍ୟ କାମରେ ସମୟ ଦେଇ ପରିବାର ପ୍ରତିପୋଷଣ କଲେ। ଫଳରେ ହାବସପୁରୀ ଶାଢ଼ୀ ଆଉ ବଜାରରେ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ଏହି ଶାଢ଼ି ବିଲୁପ୍ତ ହେବାକୁ ବସିଲାଣି। ଜିଲାର ଜୁନାଗଡ଼ ବ୍ଲକ ହାବସପୁରଠାରେ ଥିବା ଭୁଲିଆ ବା ମେହେର ସମ୍ପ୍ରଦାୟର ଲୋକମାନେ ନିଜର କଳାକୌଶଳ ଓ କାରିଗରୀର ବିଦ୍ୟାରେ ପରିଚୟ ଏହି ଶାଢ଼ିକୁ ହାବସପୁରୀ ଶାଢ଼ି ବୋଲି କୁହାଯାଏ। ହେଲେ ହାସପୁରୀ ଶାଢ଼ୀ ଏବେ ହାସପୁର ଗାଁରେ ଲୋପ ପାଇବାକୁ ବସିଲାଣି। ସରକାରୀ ପ୍ରୋତ୍ସାହନ ସାଙ୍ଗକୁ କଞ୍ଚାମାଲର ଅଭାବ ଯୋଗୁ ଗତ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଗାଁର ବୁଣାକାରମାନେ ନିଜ କୌଳିକ ବୃତ୍ତିକୁ ଛାଡି ଦେଇଛନ୍ତି। ପୂର୍ବରୁ ଗ୍ରାମର ପ୍ରାୟ ୨୦ ପରିବାର ସଦସ୍ୟ ଏହି କାମରେ ନିୟୋଜିତ ରହି ଅନେକ ହାବସପୁରୀ ଶାଢ଼ି, ଗାମୁଛା, ଲୁଙ୍ଗି, ଶାଳ, ଡୋର ସ୍କ୍ରିନ ଆଦି ତିଆରି କରୁଥିଲେ। ଯାହାକି ଜିଲା ତଥା ଦେଶରେ ମଧ୍ୟ ବେଶ ଆଦୃତ ହୋଇପାରୁଥିଲା। କାଳକ୍ରମେ କଞ୍ଚାମାଲର ଦର ଅଧିକ ଓ ବଜାରରେ ଫେନ୍ସି ଶାଢି ଆସିଯିବା ପରେ ହାସପୁରୀ ଚାହିଦା କମିବା ଯୋଗୁ ସେମାନେ ତାଙ୍କ ମଜୁରୀ ମଧ୍ୟ ପାଇଲେ ନାହିଁ। ଫଳରେ ଏହି ବୁଣାକାର ନିଜ କୌଳିକ ବୃତ୍ତି ଛାଡିବାକୁ ବାଧ୍ୟ ହେଇଥିବା ପ୍ରକାଶ କରିଛନ୍ତି। ୨୦୨୨ରେ ଗ୍ରାମରେ ଥିବା କଳା ଓ ହସ୍ତତନ୍ତ ବାୟ କେନ୍ଦ୍ରର ପୁନରୁଦ୍ଧାର ନିମନ୍ତେ ଜିଲା ପ୍ରଶାସନର ଓ ବେଦାନ୍ତ ଆଲୁମିନା ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା କରାଯାଇଥିଲା। ବର୍ତ୍ତମାନ ଏହି ଘର ପୁନରୁଦ୍ଧାର କାମ ଶେଷ ହୋଇଥିବାବେଳେ ବୁଣାକାରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇ ନ ଥିଲା। ଅନ୍ୟପଟେ ହାବସପୁର ଗ୍ରାମରୁ ଆରମ୍ଭ ହୋଇଥିବା ଏହି ହାବସପୁରୀ ଶାଢୀ ବ୍ଲକର କିଛି ଗ୍ରାମରେ କାଁ ଭା ବୁଣା ଯାଉଛି । କିନ୍ତୁ ଯେଉଁ ଗାଁରେ ଏହା ଆରମ୍ଭ ହେଇଥିଲା ସେହି ଗାଁରେ ଏହା ଲୋପ ପାଇଥିବାବେଳେ ଅନ୍ୟ ଗାଁରେ ତିଆରି ହୋଇ ନା କମାଉଛି। ସମ୍ବଲପୁରୀ ଶାଢିର ମୁହଁରେ ବାନ୍ଧ କଳା ଝଟକୁ ଥିବା ବେଳେ ହାବସପୁରୀ ଶାଢିରେ ୬୦ ବର୍ଷ ପୂର୍ବରୁ ଶାଢିର ମୁହଁ ଆଉ ଦେହରେ ବାନ୍ଧ ରହିଛି। ହାବସପୁରୀ ଶାଢିରେ କଳାହାଣ୍ଡି ଜିଲାର ଆଦିବାସୀମାନଙ୍କ ବିଭିନ୍ନ କଳାକୃତିକୁ ବୁଣାଯାଉଥିଲା। ୧୯୫୧ରେ ହାବସପୁରୀ ଶାଢି ଦିଲ୍ଲୀର ପ୍ରଦର୍ଶନୀ ପଡ଼ିଆରେ ଭାଗ ନେଇ ଆଦୃତ ହୋଇଥିଲା । ସେହି ସମୟରେ ଥିବା ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ହାବସପୁରୀ ଶାଢିକୁ ଦେଖି ମୋହିଯାଇଥିଲେ ବୋଲି ବୁଣାକାରମାନେ କହନ୍ତି। ବୟନଶିଳ୍ପକୁ ଭାରତ ବିଭିନ୍ନ ରାଜ୍ୟରେ ପ୍ରଚାର ପ୍ରସାର ସରକାରୀ ସହାୟତା ଯୋଗାଇଦେବାରୁ ଆଗକୁ ବଢି ପାରିଛି। ହେଲେ ଓଡ଼ିଶାରେ ବୟନ ଶିଳ୍ପକୁ ସରକାର ଅଣଦେଖା କରୁଥିବାରୁ ହାବସପୁରୀ ଶାଢି ଭଳି ବୟନ ଶିଳ୍ପ ଏବେ ଲୋପ ପାଇବାକୁ ବସିଲାଣି। ଯଦି ରାଜ୍ୟ ସରକାର କିମ୍ବା କୌଣସି ସଂସ୍ଥା ପକ୍ଷରୁ ବୁଣାକାରମାନଙ୍କୁ ସୁବିଧା ସୁଯୋଗ ଦିଆଯାଇ ପାରନ୍ତା ତାହେଲେ ଦିନେ ଚହଳ ପକାଉଥିବା ହାବସପୁରୀ ଶାଢି ନିଜର ପୂର୍ବ ପରିଚୟ ଫେରି ପାରନ୍ତା ଓ କଳାହାଣ୍ଡି ଜିଲାର କୁଟୀର ଶିଳ୍ପ କିଛି ଲୋକଙ୍କ ଜୀନ ରେଖା ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri