Posted inଜାତୀୟ

ଭାରତରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା

ନୂଆଦିଲ୍ଲୀ, ୧୧ା୩: ଇନ୍‌ଫ୍ଲୁଏଞ୍ଜାର ଏଚ୍‌୩ଏନ୍‌୨ ଉପପ୍ରଜାତି ଭୂତାଣୁ ସଂକ୍ରମଣରେ ଭାରତରେ ପ୍ରଥମ ମୃତ୍ୟୁ ଘଟିଛି। କର୍ନାଟକ ଓ ହରିୟାଣାରେ ଜଣେ ଲେଖାଏ ଏହି ରୋଗରେ ପ୍ରାଣ ହରାଇଛନ୍ତି। କର୍ନାଟକର ୮୨ ବର୍ଷୀୟ ହିରେ ଗୌଡ଼ା ଏଚ୍‌୩ଏନ୍‌୨ ଭୂତାଣୁ ସଂକ୍ରମଣରେ ମାର୍ଚ୍ଚ ୧ରେ ପ୍ରାଣ ହରାଇଥିବା ହାସନ ଜିଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଗୌଡ଼ା ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତାଙ୍କୁ ଫେବୃୟାରୀ ୨୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୬ରେ ନମୁନା ପରୀକ୍ଷାରୁ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ସ୍ପଷ୍ଟ ହୋଇଥିଲା। ସେହିପରି ହରିୟାଣା ଜିନ୍ଦ୍‌ ଜିଲାର ଜଣେ ୫୬ ବର୍ଷୀୟ ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋଗୀଙ୍କର ଏଚ୍‌୩ଏନ୍‌୨ ସଂକ୍ରମଣରେ ଗତ ମାସ ୮ ତାରିଖରେ ମୃତ୍ୟୁ ଘଟିଛି। ସେ ଏହି ଭୂତାଣୁରେ ସଂକ୍ରମିତ ଥିବା ଜାନୁୟାରୀ ୧୭ରେ ଜଣାପଡ଼ିଥିଲା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଂକ୍ରମଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ମାସ ଶେଷ ସୁଦ୍ଧା ଏହା ହ୍ରାସ ଘଟିବ ବୋଲି ଆଶା କରିଛି। ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଗତ ଜାନୁୟାରୀ ୨ରୁ ମାର୍ଚ୍ଚ ମଧ୍ୟରେ ଦେଶରେ ୫,୪୫୧ ଜଣ ଏହି ଇନ୍‌ଫ୍ଲୁଏଞ୍ଜାରେ ସଂକ୍ରମିତ ଥିବା ରିପୋର୍ଟ ହୋଇଛି। ମାର୍ଚ୍ଚ ୯ ସୁଦ୍ଧା ୩,୦୩୮ ଜଣ ସଂକ୍ରମିତ ଥିବା ଲାବରେଟୋରି ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଛୋଟ ପିଲା ଏବଂ ବହୁବିଧ ରୋଗ ଥିବା ବରିଷ୍ଠ ନାଗରିକ ଇନ୍‌ଫ୍ଲୁଏଞ୍ଜା ଦ୍ୱାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି।
ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ହେଉଛି ଅତ୍ୟଧିକ ଶ୍ୱାସନଳୀ ସଂକ୍ରମଣ। ସାରା ବିଶ୍ୱରେ ନିର୍ଦ୍ଦିଷ୍ଟ ଋତୁରେ ଏହି ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇଥାଏ। ଭାରତରେ ପ୍ରତିବର୍ଷ ଦୁଇଥର ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ଶୀର୍ଷ ଛୁଇଁଥାଏ। ତାହା ହେଲା ଜାନୁୟାରୀରୁ ମାର୍ଚ୍ଚ ଏବଂ ବର୍ଷାଋତୁ ପରବର୍ତ୍ତୀ ସମୟ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଯୋଗୁ ଜ୍ୱର ଓ କାଶ ହୋଇଥାଏ। ସଂକ୍ରମଣ ବଢ଼ିଲେ ଏହା ଗୁରୁତର ନିମୋନିଆ, ଶ୍ୱାସନଳୀ ଅତ୍ୟଧିକ ସଂକ୍ରମିତ ହୋଇ ଚେତାଶୂନ୍ୟ ହେବା ସହ ମୃତ୍ୟୁ ଘଟିପାରେ। ଥଣ୍ଡା ଲାଗିବା, କାଶ, ଜ୍ୱର, ବାନ୍ତି ହେବା, ମୁଣ୍ଡ ବୁଲାଇବା, ଗଳା ଦରଜ ହେବା ଓ ଦେହ ଘୋଳାବିନ୍ଧା ହେବା ଏଚ୍‌୩ଏନ୍‌୨ ଭୂତାଣୁ ସଂକ୍ରମଣର ଲକ୍ଷଣ। କେତେକ କ୍ଷେତ୍ରରେ ପତଳା ଝାଡ଼ା, ଶର୍ଦ୍ଦି ହୋଇଥାଏ। ଶ୍ୱାସକ୍ରିୟାରେ କଷ୍ଟ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ କ୍ରମାଗତ ଜ୍ୱର ଲାଗିରହିଲେ ଓ ଗଳାରେ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସଂକ୍ରମଣ ବୃଦ୍ଧିକୁ ନେଇ ଜନସ୍ବାସ୍ଥ୍ୟଜନିତ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବାବେଳେ ଏହାକୁ ରୋକିବା ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂରା ଦମ୍‌ରେ ଉଦ୍ୟମ ଚାଲିଛି। ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଗ୍ରାମ୍‌ (ଆଇଡିଏସ୍‌ପି) ନେଟ୍‌ଓ୍ବର୍କ ଜରିଆରେ ସଂକ୍ରମଣ ଉପରେ ପୂରା ନଜର ରଖାଯାଇଥିବା ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri