Categories: ଜାତୀୟ

ଆଜି ଭାରତ ଆସିବେ ଗୁଟେରସ୍‌

ନୂଆଦିଲ୍ଳୀ,୧୮।୧୦: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ ମଙ୍ଗଳବାର ଭାରତ ଆସିବେ। ଦ୍ୱିତୀୟଥର ପାଇଁ ଜାତିସଂଘର ମହାସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଟେରସ୍‌ଙ୍କ ଏହା ପ୍ରଥମ ଭାରତ ଗସ୍ତ। ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସକାଶେ ସେ ଭାରତ ଆସୁଛନ୍ତି। ଆଇଆଇଟି ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁଟେରସ୍‌ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ୨୦ତାରିଖରେ ଗୁଜରାଟରେ ମିଶନ୍‌ ଲାଇଫ୍‌ (ଲାଇଫ୍‌ଷ୍ଟାଇଲ୍‌ ଫର୍‌ ଏନ୍‌ଭାରନ୍‌ମେଣ୍ଟ)ର ବୁକ୍‌ଲେଟ୍‌, ଲୋଗୋ ଏବଂ ଟାଗ୍‌ଲାଇନ୍‌ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ସାମିଲ ହେବେ। ୨୦୧୮ ଅକ୍ଟୋବର ୧ରେ ଗୁଟେରସ୍‌ ୪ ଦିନିଆ ଭାରତ ଗସ୍ତରେ ଆସିଥିଲେ।

Share