କୋଭିଡ ଭୟରେ ୧୦ ବର୍ଷର ପୁଅ ସହ ୩ ବର୍ଷ ହେଲା ଘରେ ବନ୍ଦ ଥିଲେ ମହିଳା, ସ୍ୱାମୀଙ୍କୁ ବି ଆସିବାକୁ ଦେଉ ନ ଥିଲେ ଅନୁମତି

ଗୁରୁଗ୍ରାମ,୨୩ ।୨: ଗୁରୁଗ୍ରାମ ଥାନା ସେକ୍ଟର-୨୯ରେ ମାରୁତି ବିହାର ସୋସାଇଟିରେ ଜଣେ ମହିଳା କରୋନା ସଂକ୍ରମଣ ଭୟରେ ଗତ ୩ ବର୍ଷ ହେବ ନିଜକୁ ଓ ନିଜର ୧୦ ବର୍ଷର ପୁଅକୁ ଘରେ ବନ୍ଦ କରି ରହିଥିଲେ । ୩ ବର୍ଷ ପରେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ସ୍ୱାସ୍ଥ୍ୟ ବିଭାଗର ଟିମ ସହ ମହିଳା ଓ ତାଙ୍କ ପୁଅକୁ ଘରୁ ବାହାର କରାଯାଇଛି ।
ସେକ୍ଟର ୧୦ ସ୍ଥିତି ନାଗରିକ ହସ୍ପିଟାଲରେ ମହିଳା ଓ ତାଙ୍କ ପୁଅର ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ରୋହତକର ପଣ୍ଡିତ ଭଗବାନ ଦୟାଲ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଇନଷ୍ଟିଚ୍ୟୁଟ ପଠାଇ ଦିଆଯାଇଛି । ଡାକ୍ତରଙ୍କ କହିବା କଥା ହେଲା ମହିଳାଙ୍କର ମାନସିକ ସମସ୍ୟା ରହିଛି । ସେ ସଂକ୍ରମଣ ପ୍ରତି ତାଙ୍କର ଶଙ୍କାକୁ ବାସ୍ତବିକ ବୋଲି ବୁଝି ନେଇଥିଲେ ।
ପଶ୍ଚିମବଙ୍ଗର ମୂଳ ବାସିନ୍ଦା ସୁଜାନ ମାଂଜି ଓ ତାଙ୍କ ପତ୍ନୀ ମୁନମୁନ ମାଂଜି ୧୦ ବର୍ଷର ପୁଅ ଶୋଭିତ ସହ ମାରୁତି ବିହାର କଲୋନିରେ ରହୁଥିଲେ । ହେଲେ ୨୦୨୦ରେ ଆସିଥିବା କରୋନା ମହାମାରୀ ଯୋଗୁ ଲକଡାଉନ ଘୋଷଣା କରାଯାଇଥିଲା । ଏହି ସମୟରେ ସୁଜାନ କୋଭିଡ ପ୍ରୋଟୋକଲ ପାଳନ କରି ବାହାରକୁ ଯିବାରୁ ତାଙ୍କୁ ସଂକ୍ରମଣ ଭୟରେ ପତ୍ନୀ ମୁନମୁନ ଘର ଭିତରେ ପୁରାଇ ଦେଇ ନ ଥିଲେ । ଏହାପରେ ସୁଜାନ ନିକଟରେ ଏକ ଭଡାଘର ନେଇ ରହିଥିଲେ । ନିଜ ପରିବାର ଓ ମୁନମୁନଙ୍କ ପରିବାରର ସମସ୍ତ ସଦସ୍ୟ ବହୁ ବୁଝାବୁଝି ପରେ ବି ମୁନମୁନ ମାନି ନ ଥିଲେ । ସେ କହୁଥିଲେ କି ତାଙ୍କ ପୁଅକୁ ୧୨ ବର୍ଷ ନ ହେଲେ ସେ କୋଭିଡ ଟିକା ନ ନେଲେ ଘରୁ ବାହାରିବେ ନାହିଁ । କାରଣ ତାଙ୍କୁ କୋଭିଡ ସଂକ୍ରମଣକୁ ଭୟ ଲାଗୁଛି । ତେବେ ମୁନମୁନ ଓ ତାଙ୍କ ପୁଅର ସମସ୍ତ ଆବଶ୍ୟକ ସାମଗ୍ରୀ ସୁଜାନ ଫ୍ଲାଟ ବାହାରେ ରଖିଦେଇ ଆସୁଥିଲେ । ଏମିତିକି ବିଜୁଳି ଓ ପାଣି ବିଲ୍ ବି ସୁଜାନ ଦେଉଥିଲେ । ଏହାରି ଭିତରେ ୩ ବର୍ଷ ବିତି ଯାଇଥିଲେ ବି ମୁନମୁନ ନ ବୁଝିବାରୁ ସୁଜାନ ପୋଲିସର ସହାୟତା ନେଇଥିଲେ । ଏବେ ଉଭୟ ମାଆ ପୁଅଙ୍କୁ ଘରୁ ବାହାର କରାଯାଇଥିବା ବେଳେ ଉଭୟ ସୁସ୍ଥ ଥିବା କୁହାଯାଉଛି । ହେଲେ ମୁନମୁନ ମାନସିକ ସମସ୍ୟାରେ ପିଡ଼ିତ ବୋଲି ଡାକ୍ତର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri