Posted inଫୁରସତ

ଯୁଗେ ଯୁଗେ ଗୁରୁ ପୂଜ୍ୟ: ଜୀବନରେ ଗୁରୁଙ୍କ ଭୂମିକାକୁ ନେଇ କ’ଣ କୁହନ୍ତି ଏମାନେ…

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର…। କୁହାଯାଏ ଭଗବାନ ଓ ଗୁରୁ ସମ୍ମୁଖରେ ଥିଲେ ପ୍ରଥମେ ଗୁରୁଙ୍କୁ ପ୍ରଣାମ କରାଯାଏ। କାରଣ ଗୁରୁ ହିଁ ଆମକୁ ଈଶ୍ୱରଙ୍କ ସହ ପରିଚିତ କରାଇଥାନ୍ତି। ତେଣୁ ଯୁଗେ ଯୁଗେ ଗୁରୁଙ୍କ ସ୍ଥାନ ସ୍ବତନ୍ତ୍ର। ଅଜ୍ଞାନ ଅନ୍ଧାରରୁ ବାଟ କଢାଇ ସେ ଆଲୋକକୁ ନେଇ ଆସନ୍ତି। ସେଥିପାଇଁ ତ ତାଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ। ପ୍ରତ୍ୟେକଙ୍କ ଜୀବନରେ କେହି ନା କେହି ଗୁରୁ ଥାଆନ୍ତି। ପାଠ ହେଉ ଅବା ଖେଳକୁଦ କିମ୍ବା ନୃତ୍ୟ ସଙ୍ଗୀତ ସବୁ କ୍ଷେତ୍ରରେ ଆମକୁ ଗୁରୁଙ୍କର ଆବଶ୍ୟକତା ଥାଏ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା କେତେଜଣ ପ୍ରତିଭା ଓ ବ୍ୟକ୍ତିତ୍ୱଙ୍କ ଜୀବନରେ ଗୁରୁଙ୍କ ଭୂମିକାକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ଗୁରୁଙ୍କୁ ଚିହ୍ନିପାରି ନ ଥିଲି
ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ମୋର ପ୍ରଥମ ଦେଖା ପୁରୀ ବଡ଼ଦାଣ୍ଡରେ ହୋଇଥିଲା। ସେତେବେଳକୁ ମୁଁ ଚତୁର୍ଥ/ ପଞ୍ଚମ ଶ୍ରେଣୀରେ ପଢୁଥାଏ। ଗୋଟିଏ ନୃତ୍ୟ କାର୍ଯ୍ୟକ୍ରମରେ ମୁଁ ବଡ଼ଦାଣ୍ଡରେ ନାଚୁଥାଏ। ଗୁରୁଜୀ ସେଠାକୁ ଅତିଥି ଭାବେ ଆସିଥାନ୍ତି। ନାଚ ସରିବା ପରେ ସେ ମୋତେ ଡାକି ଗେଲ କଲେ ଓ ଭଲ ନାଚୁଛୁ ବୋଲି କହିଲେ। ତାଙ୍କ କଥା ଶୁଣିବି କ’ଣ ମୋର ନଜର ତାଙ୍କ ବେକରେ ଝୁଲୁଥିବା ଲକେଟ୍‌ ଉପରେ ପଡିଥିଲା। ଟିକେ ଦୂରକୁ ଆସି ଆଉ ଜଣଙ୍କୁ ମୁଁ ପଚାରିଲି, ସେ ବୁଢାଟା ବେକରେ ଭଲ ଲକେଟ୍‌ ପକେଇଛି। ନାଚକଲାବେଳେ ପକେଇଲେ ଭଲ ଲାଗନ୍ତା। କିଏ ସେ ବୁଢା। ଏତିକି କହିଛି ଗୁରୁଜୀ ମୋ ପାଖକୁ ଆସିକି କହିଲେ, ମୁଁ କେଳୁଚରଣ ମହାପାତ୍ର। ତାଙ୍କ ମୁହଁରୁ କଥା ଶୁଣିବା ପରେ କ’ଣ କରିବି କେମିତି ଆଗ ପ୍ରଣାମ କରିବି କିଛି ବୁଝିପାରିଲି ନାହିଁ। ପରେ ତାଙ୍କ ପାଖରୁ ନୃତ୍ୟଶିକ୍ଷା କରିଥିଲି।
– ଇଂ. ଶ୍ରୀନିବାସ ଘଟୁଆରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ

ମୋ ପ୍ରଥମ ଗୁରୁ ମା’, ବାପା
ମୋର ପ୍ରଥମ ଗୁରୁ ହେଉଛନ୍ତି ମା’, ବାପା। ତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛି। ଜୀବନରେ ଆମେ ଯେତେ ବି ଆଗକୁ ଗଲେ, ସଫଳତା କିମ୍ବା ବିଫଳତା ପାଇଲେ ସବୁଥିରେ ସେମାନେ ଆମ ସହିତ ରହିଥାନ୍ତି। ଜୀବନର ବାସ୍ତବତା ବିଷୟରେ ମା’, ବାପା ଆମକୁ ଶିକ୍ଷା ଦେଇଥାନ୍ତି। ତାଙ୍କ ଶିକ୍ଷାକୁ ମନରେ ରଖି ଆମେ ବାଟ ଚାଲିଲେ ନିଶ୍ଚିତ ଆଗକୁ ବଢ଼ିପାରିବା। ସ୍କୁଲ ଓ କଲେଜର ଜୀବନରେ ମୋ ଶିକ୍ଷୟିତ୍ରୀ, ଶିକ୍ଷକଙ୍କର ମୁଁ ସବୁବେଳେ ପ୍ରିୟ ଛାତ୍ରୀ ହୋଇ ରହିଥିଲି। ଏବେବି ସେମାନଙ୍କ ସହ ମୋର ଯୋଗାଯୋଗ ରହିଛି। ସେମାନେ ମୋ ପାଇଁ ବହୁତ ଗର୍ବିତ। ଏହା ହିଁ ମୋ ପାଇଁ ସବୁଠାରୁ ସ୍ବତନ୍ତ୍ର।
– ଏଲିନା ସାମନ୍ତରାୟ, ଅଭିନେତ୍ରୀ

ତାଙ୍କ ଆଶୀର୍ବାଦରୁ ଏମ୍‌ଫିଲ୍‌ରେ ଟପ୍ପର ହେଲି
ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିରେ ମୁଁ ଏମ୍‌ଏ ପଢୁଥିବାବେଳେ ପ୍ରଫେସର ଜି. ହରଗୋପାଳଙ୍କ ଦ୍ୱାରା ମୁଁ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏତେ ବଡ ପ୍ରଫେସର ହୋଇ ମଧ୍ୟ ସେ ମୋତେ ସବୁ କ୍ଷେତ୍ରରେ ବହୁ ସହଯୋଗ କରିଛନ୍ତି। ଏମ୍‌ଏ ପରେ ହାଇଦ୍ରାବାଦରେ ଏମ୍‌ଫିଲ୍‌ ପାଇଁ ଏଣ୍ଟ୍ରାନ୍ସ ଦେବାବେଳେ ଓ୍ବେଟିଙ୍ଗ୍‌ ଲିଷ୍ଟରେ ମୋ ନାଁ ରହିଲା। ଏହାପରେ ମୁଁ ଟିକେ ଭାଙ୍ଗିପଡିଥିଲି। ରାଜନୀତିର ଶିକାର ହୋଇ ମୋ ସହ ଏପରି ହୋଇଥିବାରୁ ସେ ମୋତେ ସାନ୍ତ୍ୱନା ଦେଇଥିଲେ। ଏମିତିକି ତାଙ୍କ ଘରେ ମୁଁ ରହିଥିଲି। ଗୁରୁଙ୍କ ତତ୍ତ୍ୱାବଧାନରେ ଜେଏନ୍‌ୟୁରେ ଏମ୍‌ଫିଲ ପାଇଁ ଏଣ୍ଟ୍ରାନ୍ସ ଦେଲି ଓ ପାଇଲି ମଧ୍ୟ। ତାଙ୍କ ଆଶୀର୍ବାଦରୁ ଏମ୍‌ଫିଲ୍‌ରେ ଟପ୍ପର ହେଲି। ଏହା ମୋ ପାଇଁ ଚିର ସ୍ମରଣୀୟ।
– ଚନ୍ଦ୍ରଶେଖର ହୋତା, ସାହିତି୍ୟକ ତଥା ଡିଏସ୍‌ପି, ନବରଙ୍ଗପୁର

ଗୁରୁଙ୍କଠାରୁ ଫୁଲତୋଡ଼ା ପାଇବା ବଡ଼ ସୌଭାଗ୍ୟ
ସଙ୍ଗୀତର ସାରେଗାମାପା ଦେବେନ୍ଦ୍ର ନାରାୟଣ ଶତପଥୀଙ୍କଠାରୁ ଶିଖିଛି। ମୋ ଜୀବନର ପ୍ରଥମ ଅଡିଆନ୍ସ ପ୍ରୋଗ୍ରାମ ଭୁବନେଶ୍ୱର ୯ନମ୍ବରସ୍ଥିତ ଏକ ମନ୍ଦିରରେ ହୋଇଥିଲା। ସେଠାକୁ ଗୁରୁ ଦେବେନ୍ଦ୍ର ମୋତେ ନେଇଥିଲେ। ପ୍ରଥମ କରି ମୀରା ଭଜନ ଗାଇଥିଲି ଓ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ। ସେଠାରେ ଗୁରୁଙ୍କ ଆଖିରେ ଯେଉଁ ଖୁସି ଦେଖିଥିଲି ତାହା କଥାରେ ବର୍ଣ୍ଣନା କରିବା ଅସମ୍ଭବ। ସେହିପରି ଆଉଏକ ଘଟଣା ହେଉଛି ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲରେ ଏକ ପ୍ରୋଗ୍ରାମ ଥିଲା। ଗୁରୁଜୀ ମୋ ଗୀତ ଶୁଣିବାକୁ ଆସିଥିଲେ। ଗୁରୁଜୀ ଷ୍ଟେଜ୍‌କୁ ଆସି ମୋତେ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ସମସ୍ତଙ୍କ ଭାଗ୍ୟରେ ନ ଥାଏ।
– ଅଭିଜିତ୍‌ ମିଶ୍ର, କଣ୍ଠଶିଳ୍ପୀ

ମୋ ପ୍ରତିଭାକୁ ଗୁରୁ ଚିହ୍ନିଥିଲେ
ଆମେ ଗୁରୁଙ୍କୁ ସେନ୍‌ସାଇ ବୋଲି କହୁ। ସେନ୍‌ସାଇ ସୁଧୀର ଚନ୍ଦ୍ର ଛତ୍ରିଆ ମୋ ପ୍ରତିଭାକୁ ଚିହ୍ନିପାରି ମୋତେ ଶିକ୍ଷା ଦେଇଥିଲେ। ୧ମିନିଟ୍‌ରେ ଗୋଟିଏ ହାତରେ ୩୭୭ ଥର ପଞ୍ଚ୍‌ କରିବା ରେକର୍ଡ ପାକିସ୍ତାନ ନାମରେ ଥିଲା। ଏହାକୁ ଭାଙ୍ଗିବା ପାଇଁ ମୁଁ ବହୁତ ଚେଷ୍ଟା କରିଥିଲି। ମାତ୍ର ସବୁବେଳେ ମୁଁ ୨୫୦, ୩ଶହ ପାଖାପାଖିରେ ରହି ଯାଉଥିଲି। ସେ ସମୟରେ ସେନ୍‌ସାଇ ମତେ ଉତ୍ସାହିତ କରିବା ସହ ମୋ ପାଇଁ ବହୁତ ପରିଶ୍ରମ କରିଛନ୍ତି। ପଞ୍ଚ୍‌ର ସମସ୍ତ ଟେକ୍‌ନିକ୍‌ ଶିଖାଇବା ସହ କିପରି ରେକର୍ଡ ଭାଙ୍ଗି ପାରିବି ସେଥିପାଇଁ ଉଦ୍ୟମ କରିଥିଲେ। ଏପରିକି ତୃତୀୟ ରେକର୍ଡ ପାଇଁ ଆଟେମ୍ପ୍ଟ କରିବା ସମୟରେ ହାତ କାମ କରିବା ବନ୍ଦ କରି ଦେଇଥିଲା। ସେ ସମୟରେ ସେନ୍‌ସାଇ ମୋ ହାତ ଷ୍ଟ୍ରେଚ୍‌ କରିବା ସହ ଏକ୍ସରସାଇଜ୍‌ କରାଇଥିଲେ। ତାଙ୍କ ପ୍ରେରଣା ଓ ଉଦ୍ୟମ ପାଇଁ ମୁଁ ଆଜି ଆଗକୁ ବଢି ପାରିଛି।
– ସତ୍ୟପୀର ପ୍ରଧାନ, ପଞ୍ଚମ୍ୟାନ୍‌


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri