Posted inଖେଳ

ଭାରତର ସମ୍ମାନ ରଖିଲା ଗୁରଜନ୍ତଙ୍କ ଗୋଲ

ଭୁବନେଶ୍ୱର, ୧୭।୨(ତପନ ସ୍ବାଇଁ): ଶେଷ କ୍ଷଣରେ ଗୁରଜନ୍ତ ସିଂଙ୍କ ଫିଲ୍ଡ ଗୋଲ ଭାରତର ସମ୍ମାନ ରଖିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଫଳରେ ୪ ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ୮ ପଏଣ୍ଟ ପାଇ ଘରୋଇ ଦଳ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଏଥିସହିତ ପ୍ରୋ ଲିଗ୍‌ର ଭୁବନେଶ୍ୱର ପର୍ଯ୍ୟାୟ ଶେଷ ହୋଇଛି।

ପରବର୍ତ୍ତୀ ପର୍ଯ୍ୟାୟ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ୧୯ ତାରିଖରୁ ଆରମ୍ଭ ହେବ। ସେଠାରେ ପ୍ରଥମ ଦିନରେ ଆୟର୍ଲାଣ୍ଡ-ନେଦରଲାଣ୍ଡ୍ସ ଏବଂ ଭାରତ-ସ୍ପେନ୍‌ ମଧ୍ୟରେ ମୁକାବିଲା ହେବ।
ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୧ଶ ସ୍ଥାନରେ ଥିବା ଆୟର୍ଲାଣ୍ଡ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିଲେ ହେଁ ୪ର୍ଥ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ଭାରତକୁ କଡ଼ା ଟକ୍କର ଦେଇଥିଲା। ଫଳରେ ଭାରତ ପ୍ରଥମ କ୍ୱାର୍ଟରରେ ଗୋଟିଏ ଓ ଦ୍ୱିତୀୟ କ୍ୱାର୍ଟରରେ ୨ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ଅନୁରୂପ ଫଳ ମିଳିଥିଲା। ୪୨ତମ ମିନିଟରେ ଭାରତ ପେନାଲ୍ଟି କର୍ନର ସୁଯୋଗର ସଦୁପଯୋଗ କରିପାରି ନ ଥିଲା। ଅନ୍ତିମ କ୍ୱାର୍ଟର ସ୍ବାଭାବିକଭାବେ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତର ୨ଟି ଏବଂ ଆୟର୍ଲାଣ୍ଡର ୩ଟି ପେନାଲ୍ଟି ସୁଯୋଗ ବ୍ୟର୍ଥ ହୋଇଥିଲା। ମ୍ୟାଚଟି ଗୋଲଶୂନ୍ୟ ରହିବା ସହ ଶୁଟ୍‌ଆଉଟକୁ ଯିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ଶେଷ ହ୍ବିସିଲ ବାଜିବାର ଅଳ୍ପକିଛି କ୍ଷଣ ପୂର୍ବରୁ ଭାରତର ଗୁରଜନ୍ତ ସିଂ ଏକ ଗୋଲ ଦେଇ ଭାରତୀୟ ଶିବିରରେ ଖୁସି ଖେଳାଇ ଦେଇଥିଲେ। ଆୟର୍ଲାଣ୍ଡ ପାଇଁ ଆଉ ପ୍ରତ୍ୟାବର୍ତ୍ତନ ପାଇଁ ଭାବିବାର ସୁଯୋଗ ନ ଥିଲା। ୫୧ତମ ମିନିଟରେ ଆୟର୍ଲାଣ୍ଡର ଜେରେମି ଡନ୍‌କାନ୍‌ ଏକମାତ୍ର ଗ୍ରୀନ୍‌ କାର୍ଡ ପାଇଥିଲେ। ଆୟର୍ଲାଣ୍ଡ ୪ ମ୍ୟାଚରୁ ୪ର୍ଥ ପରାଜୟ ବରଣ କରିଥିଲେ ହେଁ ଏଠାରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇ ମନୋବଳ ବୃଦ୍ଧି କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri