ହାଟରେ ଗଣ୍ଡଗୋଳ କରି ବନ୍ଧା ହେଲେ

ଲହୁଣୀପଡ଼ା,୨୦।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ରାଜାମୁଣ୍ଡା ପଞ୍ଚାୟତ ଗମଲେଇ ସାପ୍ତାହିକ ହାଟରେ ବନ୍ଧୁକ ଦେଖାଇ ଡକାୟତି କରୁଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ତାଙ୍କ ପାଖରୁ ଗୋଟିଏ ପିସ୍ତଲ, ୬ଟି ଜୀବନ୍ତ ଗୁଳି, ଗୋଟିଏ ଖୋଖା, ୪ଟି ମୋବାଇଲ, ନଗଦ ୬ ହଜାର ଟଙ୍କା, ଗୋଟିଏ ସ୍କର୍ପିଓ ଗାଡି ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ଲହୁଣୀପଡ଼ାର ମହମ୍ମଦ ତାଲିବ ୧୧ ତାରିଖରେ ବାଇକ୍‌ ଯୋଗେ ସାପ୍ତାହିକ ହାଟ ଗମଲେଇକୁ ଯାଇଥିବା ବେଳେ ବିଶ୍ରା ଅଞ୍ଚଳର କିଛି ଯୁବକ ଉକ୍ତ ହାଟକୁ ଆସିଥିଲେ। ହାଟରେ ବିଶ୍ରା ଅଞ୍ଚଳର ଯୁବକଙ୍କ ବାଇକ ସହିତ ମହମ୍ମଦ ତାଲିବଙ୍କ ବାଇକ୍‌ ଧକ୍କା ଦେଇଥିଲା। ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ଏହା ସେତିକିରେ ସୀମିତ ନ ରହି ଶନିବାର ଗମଲେଇ ସାପ୍ତାହିକ ହାଟରେ ଏହା ଉଗ୍ର ରୂପ ନେଇଥିଲା।

ବିଶ୍ରା ଥାନା ଅନ୍ତର୍ଗତ ଗୁଡୁଗୁଡ଼ଜୋର ଗ୍ରାମର ମଜମିଲ ଆନ୍‌ସାରି(୨୭), ମହମ୍ମଦ ଆନ୍‌ସାରି(୨୬), ବିଶ୍ରା ବ୍ଲକ ରୋଡ଼ର ସାହିଲ ଖାନ ଓରଫ ସାନୁ (୨୫)ଏକ ସ୍କର୍ପିଓ ଓଆର-୨୩ଡ଼ି-୯୬୩୬ରେ ଆସି ମହମ୍ମଦ ତାଲିବଙ୍କୁ ଖୋଜାଖୋଜି କରିଥିଲେ। ପରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ୭୧୫୦ ଟଙ୍କା ଲୁଟି ନେଇଥିଲେ। କିଛି ଲୋକ ଜାଣିପାରି ପାଟିତୁଣ୍ଡ କରିବା ସହି ତାଙ୍କୁ ଘେରାଉ କରି ଲହୁଣୀପଡ଼ା ପୋଲିସକୁ ଖବର ଦେଇଥିଲେ। ଖବରପାଇ ଲହୁଣୀପଡ଼ା ଥାନା ଅଧିକାରୀ ବିଜୟ ବିହାରୀ ପୋଲିସ ଫୋର୍ସ ସହ ହାଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ପୋଲିସ ଧରି ଥାନାକୁ ନେଇଥିଲେ। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri