ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ଗୁଳି ଓ ବନ୍ଧୁକ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଶୁକ୍ରବାର କମିଶନରେଟ ପୋଲିସ ଚଢାଉ କରି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ କରିଛି। ଏ ନେଇ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଡିସେମ୍ବର ୧୦ରେ କମିଶନରେଟ ପୋଲିସ ଡି-ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ଚଢାଉ କରିଥିଲା। ଚଢ଼ାଉବେଳେ ୮ଟି ଚୋରା ବନ୍ଧୁକ, ୧୦୫୫ ଗୁଳି ମୋବାଇଲ, ବନ୍ଧୁକ ଜବତ କରିଥିଲା।