ବନ୍ଧୁକ କାରବାର ମାମଲା: ବିହାରରୁ ଧରାପଡ଼ିଲେ କିଙ୍ଗପିନ

କଟକ, ୨୪ା୩ (କାର୍ତ୍ତିକ ସାହୁ)- ବେଆଇନ ବନ୍ଧୁକ କାରବାର ମାମଲାରେ କମିଶନରେଟ୍‌ ପୋଲିସ ୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ କାରବାରର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ବିହାର ମୁଙ୍ଗେର ଅଞ୍ଚଳର ଗୋଲ୍‌ଡେନ୍‌ ସିଂ(୩୪) ଓ କଟକ କେଶରପୁର ଅଞ୍ଚଳର ୱାସିମ୍‌ ଖାନ୍‌ (୨୫)। ଗୋଲ୍‌ଡେନ୍‌ଙ୍କଠାରୁ ୨ଟି ବନ୍ଧୁକ ଓ ଗୁଳି ଏବଂ ଓ୍ବାସିମ୍‌ଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ଗୁଳି ଜବତ କରାଯାଇଛି। ତେବେ ଜଗତ୍‌ପୁର ଓ ମଙ୍ଗଳାବାଗ ଥାନାରେ ରୁଜୁ ୨ଟି ମାମଲାରେ ଏହି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି ବୋଲି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିସିପି କେ.ବି. ସିଂ ସୂଚନା ଦେଇଛନ୍ତି।

କଟକ ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲାଗୁଡ଼ିକରେ ଗୋଲ୍‌ଡେନ୍‌ ସିଂ ଚୋରା ବନ୍ଧୁକ କାରବାର ଚଳାଇ ଆସୁଥିଲେ। ଏ ସମ୍ପର୍କରେ ଜଗତ୍‌ପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୧୪୭/୨୪) ରୁଜୁ କରି ତଦନ୍ତ କରିଥିଲା। ଏହାପରଠାରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ କରିବାବେଳେ ଗୋଲ୍‌ଡେନ୍‌ ବିହାରର ମୁଙ୍ଗେର ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା। ତୁରନ୍ତ ତାଙ୍କୁ ଧରିବା ପାଇଁ କଟକ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନ ଓ ସ୍ପେଶାଲ ସ୍କ୍ବାଡ୍‌ ଏସ୍‌ଆଇ ସୁନୀଲ ଯାଦବଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ବିହାର ଯାଇଥିଲା। ସେଠାରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ମୁଙ୍ଗେର ଅଞ୍ଚଳରୁ ଗୋଲ୍‌ଡେନ୍‌ଙ୍କୁ ଗିରଫ କରିଥିଲା। ତାଙ୍କୁ ଓଡ଼ିଶା ଅଣାଯାଇ ରବିବାର କୋର୍ଟରେ ହାଜର କରାଯାଇଥିଲା। ବେଆଇନ ବନ୍ଧୁକ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଜଗତ୍‌ପୁର ପୋଲିସ ଗତ ୧୦ ତାରିଖରେ ବନ୍ଧୁକ ବେପାରୀ ବାବୁଆ ଓରଫ ପ୍ରକାଶ ବେହେରାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୩ଟି ଗୁଳି ଜବତ କରିଥିଲା। ବାବୁଆଙ୍କ ସହିତ ବେଆଇନ ବନ୍ଧୁକ କାରବାରରେ ସାମିଲ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ ଓ ମିହିର କୁମାର ରାୟଙ୍କୁ ପୋଲିସ ଗିରଫ କରିଥିଲା। ପୁନର୍ବାର ୧୭ ତାରିଖରେ ଆଉ ଜଣେ ଅଭିଯୁକ୍ତ ଢେଙ୍କାନାଳ ସଦର ଥାନା ଅଧୀନ ଗୋବିନ୍ଦ ପ୍ରସାଦ ଅଞ୍ଚଳର ପିଙ୍କୁ ଓରଫ ପ୍ରିୟବ୍ରତ ସାମଲକୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା। ଏହି ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଜେରା କରିବାବେଳେ ବନ୍ଧୁକ କାରବାରର ମୂଳ ବିହାରର ମୁଙ୍ଗେର ଓ ଜମ୍ମୁଇ ଜିଲାର ଅଞ୍ଚଳର ବୋଲି ଜଣାପଡିଥିଲା। ଅଭିଯୁକ୍ତମାନଙ୍କଠାରୁ ହାସଲ ହୋଇଥିବା ତଥ୍ୟ ଆଧାରରେ କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଟିମ୍‌ ବିହାରର ମୁଙ୍ଗେର ଅଞ୍ଚଳକୁ ଯାଇ ବନ୍ଧୁକ କାରବାରର ମୁଖ୍ୟ ଗୋଲ୍‌ଡେନ୍‌ଙ୍କୁ ଗିରଫ କରିଥିଲା।
ସେହିପରି ବେଆଇନ ବନ୍ଧୁକ କାରବାରରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତ ୱାସିମ୍‌ ଖାନ୍‌ଙ୍କୁ ମଙ୍ଗଳାବାଗ ପୋଲିସ କେଶରପୁର ଅଞ୍ଚଳରୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ତାଙ୍କୁ ପଚରାଉଚରାବେଳେ ସେ ଗୋଲ୍‌ଡେନ୍‌ଙ୍କଠାରୁ ବନ୍ଧୁକ କିଣି ଅନ୍ୟମାନଙ୍କୁ ବିକ୍ରି କରୁଥିବାବେଳେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ.୯୫/୨୪) ରୁଜୁ ହୋଇଛି। ଓ୍ବାସିମ୍‌ଙ୍କ ନଁାରେ କଟକର ବିଭିନ୍ନ ଥାନାରେ ୮ଟି ମାମଲା ରୁଜୁ ହେଇଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri