ବନ୍ଧୁକ କାରବାର ମାମଲା: ବିହାରରୁ ଧରାପଡ଼ିଲେ କିଙ୍ଗପିନ

କଟକ, ୨୪ା୩ (କାର୍ତ୍ତିକ ସାହୁ)- ବେଆଇନ ବନ୍ଧୁକ କାରବାର ମାମଲାରେ କମିଶନରେଟ୍‌ ପୋଲିସ ୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ କାରବାରର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ବିହାର ମୁଙ୍ଗେର ଅଞ୍ଚଳର ଗୋଲ୍‌ଡେନ୍‌ ସିଂ(୩୪) ଓ କଟକ କେଶରପୁର ଅଞ୍ଚଳର ୱାସିମ୍‌ ଖାନ୍‌ (୨୫)। ଗୋଲ୍‌ଡେନ୍‌ଙ୍କଠାରୁ ୨ଟି ବନ୍ଧୁକ ଓ ଗୁଳି ଏବଂ ଓ୍ବାସିମ୍‌ଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ଗୁଳି ଜବତ କରାଯାଇଛି। ତେବେ ଜଗତ୍‌ପୁର ଓ ମଙ୍ଗଳାବାଗ ଥାନାରେ ରୁଜୁ ୨ଟି ମାମଲାରେ ଏହି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି ବୋଲି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିସିପି କେ.ବି. ସିଂ ସୂଚନା ଦେଇଛନ୍ତି।

କଟକ ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲାଗୁଡ଼ିକରେ ଗୋଲ୍‌ଡେନ୍‌ ସିଂ ଚୋରା ବନ୍ଧୁକ କାରବାର ଚଳାଇ ଆସୁଥିଲେ। ଏ ସମ୍ପର୍କରେ ଜଗତ୍‌ପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୧୪୭/୨୪) ରୁଜୁ କରି ତଦନ୍ତ କରିଥିଲା। ଏହାପରଠାରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ କରିବାବେଳେ ଗୋଲ୍‌ଡେନ୍‌ ବିହାରର ମୁଙ୍ଗେର ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା। ତୁରନ୍ତ ତାଙ୍କୁ ଧରିବା ପାଇଁ କଟକ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନ ଓ ସ୍ପେଶାଲ ସ୍କ୍ବାଡ୍‌ ଏସ୍‌ଆଇ ସୁନୀଲ ଯାଦବଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ବିହାର ଯାଇଥିଲା। ସେଠାରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ମୁଙ୍ଗେର ଅଞ୍ଚଳରୁ ଗୋଲ୍‌ଡେନ୍‌ଙ୍କୁ ଗିରଫ କରିଥିଲା। ତାଙ୍କୁ ଓଡ଼ିଶା ଅଣାଯାଇ ରବିବାର କୋର୍ଟରେ ହାଜର କରାଯାଇଥିଲା। ବେଆଇନ ବନ୍ଧୁକ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଜଗତ୍‌ପୁର ପୋଲିସ ଗତ ୧୦ ତାରିଖରେ ବନ୍ଧୁକ ବେପାରୀ ବାବୁଆ ଓରଫ ପ୍ରକାଶ ବେହେରାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୩ଟି ଗୁଳି ଜବତ କରିଥିଲା। ବାବୁଆଙ୍କ ସହିତ ବେଆଇନ ବନ୍ଧୁକ କାରବାରରେ ସାମିଲ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ ଓ ମିହିର କୁମାର ରାୟଙ୍କୁ ପୋଲିସ ଗିରଫ କରିଥିଲା। ପୁନର୍ବାର ୧୭ ତାରିଖରେ ଆଉ ଜଣେ ଅଭିଯୁକ୍ତ ଢେଙ୍କାନାଳ ସଦର ଥାନା ଅଧୀନ ଗୋବିନ୍ଦ ପ୍ରସାଦ ଅଞ୍ଚଳର ପିଙ୍କୁ ଓରଫ ପ୍ରିୟବ୍ରତ ସାମଲକୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା। ଏହି ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଜେରା କରିବାବେଳେ ବନ୍ଧୁକ କାରବାରର ମୂଳ ବିହାରର ମୁଙ୍ଗେର ଓ ଜମ୍ମୁଇ ଜିଲାର ଅଞ୍ଚଳର ବୋଲି ଜଣାପଡିଥିଲା। ଅଭିଯୁକ୍ତମାନଙ୍କଠାରୁ ହାସଲ ହୋଇଥିବା ତଥ୍ୟ ଆଧାରରେ କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଟିମ୍‌ ବିହାରର ମୁଙ୍ଗେର ଅଞ୍ଚଳକୁ ଯାଇ ବନ୍ଧୁକ କାରବାରର ମୁଖ୍ୟ ଗୋଲ୍‌ଡେନ୍‌ଙ୍କୁ ଗିରଫ କରିଥିଲା।
ସେହିପରି ବେଆଇନ ବନ୍ଧୁକ କାରବାରରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତ ୱାସିମ୍‌ ଖାନ୍‌ଙ୍କୁ ମଙ୍ଗଳାବାଗ ପୋଲିସ କେଶରପୁର ଅଞ୍ଚଳରୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ତାଙ୍କୁ ପଚରାଉଚରାବେଳେ ସେ ଗୋଲ୍‌ଡେନ୍‌ଙ୍କଠାରୁ ବନ୍ଧୁକ କିଣି ଅନ୍ୟମାନଙ୍କୁ ବିକ୍ରି କରୁଥିବାବେଳେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ.୯୫/୨୪) ରୁଜୁ ହୋଇଛି। ଓ୍ବାସିମ୍‌ଙ୍କ ନଁାରେ କଟକର ବିଭିନ୍ନ ଥାନାରେ ୮ଟି ମାମଲା ରୁଜୁ ହେଇଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri