ଗନ୍‌ ପଲିଟିକ୍ସ: ଅସ୍ପଷ୍ଟ ଆଭିମୁଖ୍ୟ

ଓ୍ବାଶିଂଟନ୍‌, ୨୬ା୫: ଆମେରିକାରେ ବନ୍ଧୁକ ହିଂସା ଏକ ମହାମାରୀ ରୂପ ନେଇସାରିଛି । ଏହା ଆମ ପାଇଁ ଏକ ଆନ୍ତର୍ଜାତିକ ଲଜ୍ଜା। ବହୁତ ହୋଇଗଲାଣି। ଏବେ କାର୍ଯ୍ୟାନୁଷ୍ଠାନର ବେଳ ବୋଲି ୨୦୨୧ ଏପ୍ରିଲ ୮ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ନାଗରିକମାନଙ୍କୁ ସତର୍କ କରାଇଥିଲେ। ସାଉଥ୍‌ କାରୋଲିନା ସ୍ଥିତ ରକ୍‌ହିଲ୍‌ ବାସଭବନରେ ୭୦ ବର୍ଷୀୟ ଡାକ୍ତର ରବର୍ଟ ଲେସ୍‌ଲି ଓ ତାଙ୍କ ପରିବାରର ୪ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ବାଇଡେନ୍‌ ଏହି ମନ୍ତବ୍ୟ ଦେଇଥିଲେ। କିନ୍ତୁ ଏହା ପରେ ବନ୍ଧୁକ ନିୟନ୍ତ୍ରଣ ଉପରେ ବାଇଡେନ୍‌ ପ୍ରଶାସନ କୌଣସି ବଡ଼ ପଦକ୍ଷେପ ନେଇ ନ ଥିବା ଏପ୍ରିଲ ୮ ଗୁଳିକାଣ୍ଡ ପରଠୁ ଅଦ୍ୟାବଧି ଘଟିଥିବା ଅନେକ ବନ୍ଧୁକ ହିଂସାରୁ ସ୍ପଷ୍ଟ ହେଉଛି।
ଗଲେ ଆମେରିକାରେ ବ୍ୟକ୍ତିଗତ ବନ୍ଧୁକ ମାଲିକାନାକୁ ନେଇ ଦୁଇଟି ବିରୋଧୀ ବିଚାରଧାରା ‘ଗନ୍‌ ପଲିଟିକ୍ସ’କୁ ପ୍ରଭାବିତ କରିଥାଏ। ଗୋଟିଏ ଗୋଷ୍ଠୀ ବନ୍ଧୁକ ନିୟନ୍ତ୍ରଣ ସପକ୍ଷରେ ଓକିଲାତି କରୁଥିବାବେଳେ ଆଉ ଏକ ଗୋଷ୍ଠୀ ବନ୍ଧୁକ ଉପରେ ନାଗରିକଙ୍କ ଅଧିକାର ସାବ୍ୟସ୍ତ ପାଇଁ ଉଦ୍ୟମ ଚଳାଇ ଆସିଛନ୍ତି। ଉଭୟ ଗୋଷ୍ଠୀ ସର୍ବସାଧାରଣରେ ବନ୍ଧୁକ ଧାରଣର ପ୍ରଭାବ ଏବଂ ଏହା ସମ୍ପର୍କିତ ଆଇନର ସମୀକ୍ଷାକୁ ନେଇ ପରସ୍ପର ବିରୋଧୀ ମନୋଭାବ ପୋଷଣ କରିଥାନ୍ତି। ଆମେରିକା ସମ୍ବିଧାନର ଦ୍ୱିତୀୟ ସଂଶୋଧନ ଲୋକଙ୍କୁ ବନ୍ଧୁକ ଧାରଣର ସୁରକ୍ଷା ଦେଇଥାଏ। ଆମତ୍ରକ୍ଷା, ଶିକାର ଓ ଅବସର ବିନୋଦନ ପାଇଁ ବନ୍ଧୁକ ବ୍ୟବହାର ସେଠାରେ ସାଧାରଣ କଥା। କିନ୍ତୁ ଏହି ସୁବିଧା ଆମେରିକୀୟଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଉଛି। ନ୍ୟାଶନାଲ ରାଇଫଲ ଆସୋସିଏଶନ (ଏନ୍‌ଆର୍‌ଏ) ମତରେ ନାଗରିକଙ୍କ ହାତରେ ଯେତେ ଅଧିକ ବନ୍ଧୁକ ରହିବ ଆମେରିକା ସେତେ ସୁରକ୍ଷିତ ରହିପାରିବ। ଏହି ସଙ୍ଗଠନ ବନ୍ଧୁକ ନିୟନ୍ତ୍ରଣକୁ ବିରୋଧ କରେ। ଆମେରିକାରେ ଏହା ହେଉଛି ସବୁଠୁ ପ୍ରଭାବଶାଳୀ ସ୍ପେଶାଲ ଇଣ୍ଟ୍ରେଷ୍ଟ ଲବି ଗ୍ରୁପ୍‌, ଯାହା ପାଖରେ ବନ୍ଧୁକ ନୀତି ଉପରେ କଂଗ୍ରେସ ସଦସ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସ୍ବତନ୍ତ୍ର ବଜେଟ ରହିଛି।
ଡୋନାଲ୍ଡ ଟ୍ରମ୍ପ୍‌ ୨୦୧୬ ରାଷ୍ଟ୍ରପତି ନିର୍ବାଚନବେଳେ ବନ୍ଧୁକ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚିତ ହେବା ପରେ ବି ସେ ଏକାଧିକ ଥର ବନ୍ଧୁକ ଉପରେ କଟକଣା ପାଇଁ ମନ୍ତବ୍ୟ ଦେଇଥିଲେ। ତେବେ ତାଙ୍କ କାର୍ଯ୍ୟକାଳରେ ଟ୍ରମ୍ପ୍‌ ବନ୍ଧୁକର ଉପଲବ୍ଧତାକୁ ସଙ୍କୁଚିତ କରିବା ପାଇଁ କୌଣସି ଆଇନଗତ ବଡ଼ ପଦକ୍ଷେପ ନେଇ ନ ଥିଲେ। ବାଇଡେନ୍‌ ମଧ୍ୟ ବନ୍ଧୁକର ଅବାଧ ପ୍ରଚଳନକୁ ଅନେକ ସମୟରେ ବିରୋଧ କରିଥିବା ଜଣାଯାଏ। ଟେକ୍ସାସ ସ୍କୁଲ ଗୁଳିକାଣ୍ଡ ପରେ ରାଷ୍ଟ୍ରପତି ନିଜ ଆଭିମୁଖ୍ୟ ଦୋହରାଇଛନ୍ତି। ଡେମୋକ୍ରାଟିକ୍‌ ସିନେଟରମାନେ ବନ୍ଧୁକ ବ୍ୟବହାର ନିଷିଦ୍ଧ କରିବା ପାଇଁ କଂଗ୍ରେସରେ ଉଦ୍ୟମ କରୁଥିବା ସତ୍ତ୍ୱେ ଏ ନେଇ ବାଇଡେନ୍‌ କଠୋର ନ ଥିବା ମନେହୁଏ।

ଆମେରିକୀୟଙ୍କ ପାଖରେ ଏକାଧିକ ବନ୍ଧୁକ

ହିଂସା ଅପରାଧ ରୋକିବା ଏବେ ଆମେରିକା ପାଇଁ କାଠିକର ପାଠ ହୋଇଛି। ବିଶେଷକରି ବନ୍ଧୁକଜନିତ ହିଂସା ବୃଦ୍ଧି ଏହି ଦେଶ ଆଗରେ ଏକ ବଡ଼ ଆହ୍ବାନ ହୋଇ ଛିଡ଼ାହୋଇଛି। ମାତ୍ର ୧୦ ଦିନରେ ଦୁଇ ଦୁଇଟା ଗୁଳିକାଣ୍ଡ ଏବଂ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଜୀବନ ଯିବା ଏଠାକାର ବନ୍ଧୁକ ସଂସ୍କୃତିର ଭୟାବହତାକୁ ଦର୍ଶାଉଛି। ସଂଖ୍ୟାଲଘୁ ତଥା କୃଷ୍ଣକାୟ ଏପରି କି ଛୋଟ ଶିଶୁ ମଧ୍ୟ ଆତତାୟୀଙ୍କ ଗୁଳିମାଡ଼ର ଶିକାର ହେଉଛନ୍ତି। ମସ୍କେଟଠାରୁ ଆରମ୍ଭ କରି ମେଶିନ୍‌ ଗନ୍‌ ଆମେରିକୀୟମାନଙ୍କ ନିକଟରେ ମିଳିବା ବେଶ୍‌ ସାଧାରଣ କଥା। ବନ୍ଧୁକ ବ୍ୟବହାର ଉପରେ ନିୟନ୍ତ୍ରଣ ତଥା ଗନ୍‌ ଲବି ଅଭାବରୁ ଘରକରଣା ସାମଗ୍ରୀ ଭଳି ପ୍ରତି ଆମେରିକୀୟଙ୍କ ଘରେ ବନ୍ଧୁକ ରହିଛି। ସୁଇଜରଲାଣ୍ଡର ଏକ ପ୍ରମୁଖ ରିସର୍ଚ୍ଚ ପ୍ରୋଜେକ୍ଟ ସ୍ମଲ ଆର୍ମ୍‌ସ ସର୍ଭେ ଅନୁଯାୟୀ, ଆମେରିକାରେ ୩୯୩ ନିୟୁତରୁ ଊର୍ଦ୍ଧ୍ୱ ବନ୍ଧୁକ ଆମେରିକାବାସୀ ରଖିଛନ୍ତି। ଏହି ଦେଶର ଲୋକସଂଖ୍ୟା ୩୩୨ ନିୟୁତ ହୋଇଥିବାବେଳେ ଜଣକ ପିଛା ବନ୍ଧୁକ ସଂଖ୍ୟା ଅଧିକ ରହିଛି। ହାରାହାରି ଦେଖିବାକୁ ଗଲେ ପ୍ରତି ଶହେ ଜଣଙ୍କ ନିକଟରେ ୧୨୦ରୁ ଅଧିକ ବନ୍ଧୁକ ରହିଥିବା ଜଣାପଡ଼ିଛି।
ପ୍ରତିବର୍ଷ ଗୁଳିକାଣ୍ଡଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୩୦ ହଜାର ରହିଛି। ଏହି ମୃତ୍ୟୁର ଦୁଇ-ତୃତୀୟାଂଶ ହେଉଛି ଆତ୍ମହତ୍ୟା। ପିଉ ରିସର୍ଚ୍ଚ ସେଣ୍ଟରର ଏକ ସର୍ଭେ ଅନୁସାରେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ଆମେରିକାର ୬୭% ଲୋକ ସେମାନଙ୍କ ଘରେ ବନ୍ଧୁକ ରଖିଛନ୍ତି। ଅଧିକାଂଶ ଆମେରିକୀୟ ବନ୍ଧୁକର ମାଲିକାନାକୁ ଏକ ମୌଳିକ ଅଧିକାର ଭାବେ ଉପଭୋଗ କରିଥାନ୍ତି। ଆମେରିକା ସମ୍ବିଧାନର ଦ୍ୱିତୀୟ ସଂଶୋଧନ ଅନୁସାରେ, ମୁକ୍ତ ରାଷ୍ଟ୍ରର ନିରାପତ୍ତା ନିମନ୍ତେ ଏକ ସୁନିୟନ୍ତ୍ରିତ ମିଲିସିଆ (ଜରୁରୀ ପରିସ୍ଥିତିରେ ବେସାମରିକ ଲୋକଙ୍କୁ ନେଇ ଗଠିତ ସାମରିକ ବାହିନୀ) ନିହାତି ଆବଶ୍ୟକ। ନିଜ ପାଖରେ ଅସ୍ତ୍ରଶସ୍ତ୍ର ରଖିବା ନେଇ ଲୋକଙ୍କ ଅଧିକାରରେ ହସ୍ତକ୍ଷେପ କରାଯାଇପାରିବ ନାହିଁ।

ଲାସ୍‌ ଭେଗାସ୍‌ରୁ ଟେକ୍ସାସ୍‌

ଅକ୍ଟୋବର ୧ ସନ୍ଧ୍ୟାରେ ଲାସ୍‌ ଭେଗାସ୍‌ର ନେଭାଡାସ୍ଥିତ ପାରାଡାଇଡ୍‌ ସହରରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୫୮ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିଲେ ଓ ୮୬୯ ଜଣ ଆହତ ହୋଇଥିଲେ। ୧୦୦୦ରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିବା ୬୪ ବର୍ଷୀୟ ଷ୍ଟିଫେନ୍‌ ପେଡୋକ୍‌ ଗିରଫ ହୋଇଥିଲେ।
ଜୁନ୍‌ ୧୨ରେ ଫ୍ଲରିଡାର ଓର୍ଲାଣ୍ଡୋ ନାଇଟ୍‌ କ୍ଲବ୍‌ରେ ଶୁଟିଂ ହୋଇଥିଲା। ୫୦ ନିହତ ଓ ୫୮ ଆହତ ହୋଇଥିଲେ। ୩ ଘଣ୍ଟାର ଗୁଳି ବିନିମୟ ପରେ ୪୯ ବର୍ଷୀୟ ଆତତାୟୀ ଓମାର ମଟିନଙ୍କ ଜୀବନ ଯାଇଥିଲା ସୁରକ୍ଷା ବଳ ହାତରେ।
ଏପ୍ରିଲ ୧୬ରେ ଭର୍ଜିନିଆ ଟେକ୍‌ ଶୁଟିଂରେ ୩୨ ମୃତ ଓ ୨୩ ଆହତ ହୋଇଥିଲେ। ବ୍ଲାକ୍ସବର୍ଗ ଟାଉନ୍‌ର ଦୁଇଟି ବିଲ୍ଡିଂରେ ହୋଇଥିଲା ଏହି ଘାତକ ଆକ୍ରମଣ।
ଡିସେମ୍ବର ୧୪ରେ ନ୍ୟୁଟାଉନ୍‌ର ସାଣ୍ଡି ହୁକ୍‌ ଏଲିମେଣ୍ଟାରି ସ୍କୁଲ ଗୁଳିକାଣ୍ଡ ଆମେରିକାର ଅନ୍ୟତମ ଚର୍ଚ୍ଚିତ ଘାତକ ହିଂସା। ୨୦ ବର୍ଷୀୟ ଆଡାମ୍‌ ଲାଞ୍ଜା ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରୁ ୨୦ ଜଣ ଶିଶୁଙ୍କ ବୟସ ଥିଲା ୬ରୁ ୭ ବର୍ଷ।
ନଭେମ୍ବର ୫ରେ ଟେକ୍ସାସର ସଥରଲାଣ୍ଡ ସ୍ପ୍ରିଙ୍ଗ୍‌ ଶୁଟିଂ ସମସ୍ତଙ୍କୁ ଚକିତ କରିଦେଇଥିଲା। ଫାଷ୍ଟ ବାପ୍ଟିଷ୍ଟ ଚର୍ଚ୍ଚ ସମ୍ମୁଖରେ ଗୁଳିବର୍ଷା ଧୋଇନେଇଥିଲା ୨୬ ଜୀବନ। ଏଥିରେ ୨୦ ଜଣ ଆହତ ହୋଇଥିଲେ।
ମାର୍ଚ୍ଚ ୧୬ରେ ଜର୍ଜିଆର ଆଟଲାଣ୍ଟା ସହରରେ ଥିବା ଅନେକ ସ୍ପା ଓ ମସାଜ ପାର୍ଲରରେ ଆଖିବୁଜା ଗୁଳି ଚଳାଇଥିଲେ ୨୧ ବର୍ଷୀୟ ଆତତାୟୀ ରବର୍ଟ ଆରୋନ୍‌ ଲଙ୍ଗ୍‌। ଏଥିରେ ୮ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରୁ ୬ ଜଣ ଥିଲେ ଏସୀୟ ମହିଳା।
ମାର୍ଚ୍ଚ ୨୨ କଲରାଡୋର ବୋଲ୍ଡର ସହରସ୍ଥିତ କିଙ୍ଗ୍‌ ସୁପର୍ସ ସୁପରମାର୍କେଟ ଦେଖିଥିଲା ଆଉ ଏକ ଗୁଳିକାଣ୍ଡ। ୨୧ ବର୍ଷୀୟ ଅହମ୍ମଦ ଅଲ୍‌ ଅଲିଓ୍ବି ଅଲ୍‌-ଇସାଙ୍କ ଗୁଳିମାଡ଼ରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କ ଜୀବନ ଯାଇଥିଲା।
ଏପ୍ରିଲ ୧୫ରେ ଇଣ୍ଡିଆନାପୋଲିସ୍‌ରେ ଥିବା ଫେଡ୍‌ଏକ୍ସ ଫାସିଲିଟି ନିକଟରେ ବ୍ରାନ୍‌ଡୋନ୍‌ ସ୍କଟ୍‌ ହୋଲ ନାମକ ଜଣେ ୧୯ ବର୍ଷୀୟ ଯୁବକଙ୍କ ଗୁଳିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।
ମେ ୨୬ରେ ସାନ୍‌ ଜୋସସ୍ଥିତ ଭିଟିଏ କଣ୍ଟ୍ରୋଲ ସେଣ୍ଟର ନିକଟରେ ଆତତାୟୀଙ୍କ ଗୁଳିରେ ୯ ଜଣଙ୍କ ଜୀବନ ଯାଇଥିଲା।
ଜାନୁୟାରୀ ୨୩ରେ ମିଲଓ୍ବାଉକିରେ ଗୁଳିକାଣ୍ଡରେ ୬ ଜଣ ଜୀବନ ହରାଇଥିଲେ।
ଏପ୍ରିଲ ୩ରେ କାଲିଫର୍ନିଆରେ ଆତତୀୟଙ୍କ ଗୁଳିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା।
ମେ ୧୪ରେ ନ୍ୟୁୟର୍କର ବଫାଲୋ ସହରରେ ଥିବା ଏକ ସୁପରମାର୍କେଟରେ ୧୮ ବର୍ଷୀୟ ପେଟୋନ୍‌ ଗେନ୍‌ଡ୍ରୋନ୍‌ଙ୍କ ଗୁଳିରେ ୧୦ ଜଣଙ୍କ ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri