ଏଠି ଗୁମାସ୍ତାଗିରି ଶାସନ ଚାଲିଛି: ଧର୍ମେନ୍ଦ୍ର

ଅସ୍ତରଙ୍ଗ,୩୦ା୫(ମମତା ଜେନା)ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ବୁଧବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାସକ ଦଳ ଉପରେ ଗର୍ଜିଛନ୍ତି। ସେ କହିଛନ୍ତି, କାକଟପୁର ନିର୍ବାଚନମଣ୍ଡଳୀ ସ୍ବାଭିମାନର ମାଟି, ଏଠି ଲୋକେ ଯାହାକୁ ଭୋଟ୍‌ ଦେଇ ବାଛିଥିଲେ ସେ ରବର ଷ୍ଟାମ୍ପ୍‌। କାକଟପୁରବାସୀ ଏବେ ଏକ ହୁଅ-ଭାଜପା ଜିତିଲେ ବିକାଶ ଦେଖିବ। ଉପକୂଳ ରାଜପଥ ସମେତ ପ୍ରସ୍ତାବିତ ବନ୍ଦର ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ନ ଦେବାରୁ କାମ ଆଗେଇପାରୁନାହିଁ। ରାଜ୍ୟରେ ଭାଜପା ସରକାର ଆସିଲେ କାକଟପୁର ନିର୍ବାଚନମଣ୍ଡଳୀରେ ବିକାଶ ଘଟିବ। ମତ୍ସ୍ୟଜୀବୀ ତାଙ୍କର ପ୍ରକୃତ ସହାୟତା ପାଇବେ, ଧାନର ମୂଲ୍ୟ ବଢିବ, ଅଞ୍ଚଳର ଯୁବବର୍ଗ ବାହାରକୁ ଆଉ ଦାଦନ ଖଟିବାକୁ ଯିବେନାହିଁ ବୋଲି ପ୍ରଧାନ କହିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ, ରାଜ୍ୟରେ ସିନ୍ଧି ଚୋର ପଶିଛି, ସବୁ ନେଇ ପଳାଇବ। ରାଜ୍ୟରେ ତାମିଲ୍‌ ଶାସନ ଭଳି କାକଟପୁର ଶାସନ ଆଉ କାହା ଦ୍ୱାରା ପରିଚାଳିତ ହୋଇ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଧାନ, ପାନ ଓ ମୀନର ଅଞ୍ଚଳ ଆଜି ପ୍ରଭାବିତ। ପିଇବା ପାଇଁ ବିଶୁଦ୍ଧ ପାନୀୟଜଳ ମିଳୁନି। ଲୋକଙ୍କ ସମସ୍ୟା ପୂରଣ ହେଉନି।
ତାମିଲ୍‌ ହଟାଇ ଭାଜପା ସରକାର ଗଠନ କରିବାକୁ ଯାଉଥିବାବେଳେ କାକଟପୁର ନିର୍ବାଚନମଣ୍ଡଳୀବାସୀ ଏକ ହୁଅ, ବିକାଶ ଦେଖିବ ବୋଲି ପ୍ରଧାନ କହିଥିଲେ। କାକଟପୁରରୁ ପାରିବାରିକ ଶାସନ ଓ ଗୁମାସ୍ତାଗିରି ହଟାଇ ଭାଜପା ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଏବଂ ଏମ୍‌ପି ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ। ଜିତିଲେ କାକଟପୁର ନିର୍ବାଚନମଣ୍ଡଳୀ ରାଜ୍ୟରେ ଏକ ନମ୍ବର ହେବ, ଯାହା ବିକାଶ ଦରକାର ସେଥିରେ ସହଯୋଗ କରିବେ ବୋଲି ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ପ୍ରବଳ ଜନସମାଗମ ଦେଖି ଏଇଠୁ ଅଙ୍କ ଛିଡ଼ିଗଲା, କାକଟପୁରରେ ଭାଜପା ଜିତିବା ସୁନିଶ୍ଚିତ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଭାଜପାର ଇସ୍ତାହାର ଗ୍ୟାରେଣ୍ଟି ଆଦି ସମ୍ପର୍କରେ ସେ ଭୋଟରଙ୍କୁ ଜଣାଇଥିଲେ। ସମାବେଶରେ ଜଗତ୍‌ସିଂହପୁର ଏମ୍‌ପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ, କାକଟପୁର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଜିଲା ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ମଙ୍ଗଳା ପ୍ରସାଦ ସାମନ୍ତରାୟ, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତି ନାୟକ, କାକଟପୁର ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ବରିଷ୍ଠ ନେତା ଈଶ୍ୱର ବେହେରା, ପ୍ରସନ୍ନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନମଣ୍ଡଳୀର ଭାଜପା ସଂଯୋଜକ ସୁଦର୍ଶନ ସ୍ବାଇଁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ନିକଟରେ ଅସ୍ତରଙ୍ଗରୁ ଭାଜପାରେ ମିଶିଥିବା ଦିବାକର ଛାଟୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?