Posted inଜାତୀୟ

ମହିଳା କନଷ୍ଟେବଳଙ୍କୁ ଭାଜପା ମନ୍ତ୍ରୀଙ୍କ ପୁଅ ଦେଲେ ଧମକ: ‘ଏକ ବର୍ଷ ପର୍ଯ୍ୟନ୍ତ ତୁମକୁ ଏଭଳି ଛିଡ଼ା କରି ରଖିପାରିବି’

ନୂଆଦିଲ୍ଲୀ,୧୨।୭: ଗୋଟିଏ ବର୍ଷ ପର୍ଯ୍ୟନ୍ତ ତୁମକୁ ଏଭଳି ଛିଡ଼ା କରି ରଖିପାରିବି। ଜଣେ ମହିଳା କନଷ୍ଟେବଳଙ୍କୁ ଏଭଳି କିଛି ଧମକ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଭାଜପାର ଜଣେ ମନ୍ତ୍ରୀଙ୍କ ପୁଅ। ଗୁଜରାଟ ର ସ୍ବାସ୍ଥ୍ୟମନ୍ତ୍ରୀ କୁମାର କନାନୀଙ୍କୁ ପୁଅ ପ୍ରକାଶଙ୍କ ଏକ ଅଡିଓ ଏବେ ଭାଇରାଲ ହେଉଛି। ଏଥିରେ ପ୍ରକାଶ ମହିଳା ପୋଲିସ କର୍ମଚାରୀ ସୁନୀତା ଯାଦବଙ୍କୁ ଧମକ ଦେଉଥିବା ଦେଖାଯାଇଛି। ତେବେ ଘଟଣା ପରେ ସୁନିତା ଚାକିରିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ସୁନିତା ବୁଧବାର ରାତିରେ ସୁରଟର ମାନଗଡ଼ଠାରେ ପ୍ରକାଶ ଏବଂ ତାଙ୍କ ବନ୍ଧୁମାନଙ୍କୁ କର୍ଫ୍ୟୁ ନିୟମ ଉଲ୍ଲଂଘନ କରୁଥିବାକୁ ନେଇ ରୋକିଥିଲେ। ପ୍ରକାଶ ମାସ୍କ ମଧ୍ୟ ପିନ୍ଧି ନ ଥିଲେ। ଏହାକୁ ନେଇ ପ୍ରଶ୍ନ କରାଯିବା ପରେ ପ୍ରକାଶ ତାଙ୍କୁ ଧମକ ଦେଇଥିଲେ। ମୋ ପାଖରେ ପାଓ୍ବାର ଅଚି। ୩୬୫ ଦିନ ପର୍ଯ୍ୟନ୍ତ ତୁମକୁ ଏହିଠାରେ ଛିଡ଼ା କରି ରଖିପାରିବେ। ଏହାର ଜବାବ ରଖି ସୁନିତା କହିଥିଲେ, ମୁଁ ତୁମ ବାପାଙ୍କ ଚାକର ନୁହେଁ ଯେ ଏକ ବର୍ଷ ଧରି ଏଠାରେ ଛିଡ଼ା ହୋଇ ରହିବି।

ଏହାପରେ ସୁନିତା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଫୋନ୍‌ରେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ରାତିରେ କର୍ଫ୍ୟୁ ଭାଙ୍ଗି ବୁଲୁଥିବା ୫ଜଣଙ୍କୁ ସେ ରୋକିଥିବା କହିଥିଲେ। ସେଥିରେ ଜଣେ ବିଧାୟକ କନାନୀଙ୍କ ପୁଅ ଅଛନ୍ତି। ସେ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ଏହା ଶୁଣି ଅଧିକାରୀଜଣଙ୍କ ତାଙ୍କୁ ସେଠାରୁ ଚାଲି ଆସିବାକୁ କହିଥିଲେ।

ହେଲେ ଘଟଣାକୁ ନେଇ ବ୍ୟଥିତ ହୋଇ ଶେଷରେ ସୁନିତା ଇସ୍ତଫା ଦେଇ ଦେଇଛନ୍ତି। ଅପରପକ୍ଷେ ଘଟଣାର ଭିଡିଓ ଭାଇରାଲ ହେବା ପରେ ସୁରଟ ପୋଲିସ କମିଶନର ଘଟଣାର ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ କମିଶନର ପି ଏଲ୍‌ ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri