Posted inଜାତୀୟ

ମରଣ ମୁହଁରେ ସ୍ବାମୀ: ତାଙ୍କ ଶୁକ୍ରାଣୁରୁ ମା’ ହେବାକୁ ଚାହୁଁଛନ୍ତି ସ୍ତ୍ରୀ, ହାଇକୋର୍ଟ ଦେଲେ ଅନୁମତି

ଅହମଦାବାଦ,୨୧।୭: ସ୍ବାମୀଙ୍କ ଶୁକ୍ରାଣୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ଜଣେ ସ୍ତ୍ରୀ ଗୁଜରାଟ ହାଇକୋର୍ଟ ଏକ ପିଟିଶନ ଦାଖଲ କରିଥିଲେ। ହାଇକୋର୍ଟ ଏନେଇ ଅନୁମତି ଦେଇଛନ୍ତି। ମହିଳାଙ୍କ ସ୍ବାମୀ ଚଳିତ ବର୍ଷ ମେ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ। ସେବେଠାରୁ ସେ ଭେଣ୍ଟିଲେଟରରେ ଅଛନ୍ତି। ଡାକ୍ତରମାନେ ସୂଚନା ଦେଇଥିଲେ ଯେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଅତିବେଶୀରେ ଆଉ ମାତ୍ର ୩ ଦିନ ବଞ୍ଚିପାରିବେ। ଏହା ପରେ ପରିବାର ଲୋକଙ୍କୁ ଝଟ୍‌କା ଲାଗିଥିଲା। ଏନେଇ ସ୍ତ୍ରୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ସ୍ତ୍ରୀ କୋର୍ଟଙ୍କୁ କହିଥିଲେ- ମୁଁ ମୋ ସ୍ବାମୀଙ୍କ ଶୁକ୍ରାଣୁରୁ ମା’ ହେବାର ଆନନ୍ଦ ପାଇବାକୁ ଚାହୁଁଛି। କିନ୍ତୁ ଚିକିତ୍ସା ଆଇନ ଏହାକୁ ଅନୁମତି ଦିଏ ନାହିଁ। ଆମ ଦୁହିଁଙ୍କ ପାଇଁ ପ୍ରେମର ଶେଷ ସନ୍ତକ ଭାବରେ ସ୍ବାମୀଙ୍କ ଶୁକ୍ରାଣୁ ଦିଆଯିବା ଉଚିତ୍‌। ମୋ ସ୍ବାମୀଙ୍କର ବହୁତ କମ ସମୟ ଅଛି। ସେ ଦୁଇ ମାସ ଭେଣ୍ଟିଲେଟରରେ ଅଛନ୍ତି। ସ୍ତ୍ରୀଙ୍କ ଆବେଦନ ଉପରେ ଶୁକ୍ରାଣୁ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।
ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁହେଁ ଚାରି ବର୍ଷ ପୂର୍ବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରିଥିଲୁ ଏବଂ ଗତବର୍ଷ ସେଠାରେ ମଧ୍ୟ ବିବାହ କରିଥିଲୁ। ଚାରି ମାସ ପରେ ଅର୍ଥାତ୍‌ ଫେବୃଆରୀ ୨୦୨୧ରେ, ଶ୍ୱଶୁରଙ୍କର ହୃଦଘାତ ହୋଇଥିଲା। ଯାହା ପରେ ଆମେ ଭାରତ ଆସିଥିଲୁ। ଏଠାରେ ମେ ମାସରେ ସ୍ବାମୀ କରୋନା ପାଇଲେ। ସଂକ୍ରମିତ ହେବା ପରେ ତାଙ୍କର ଫୁସଫୁସ ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଛି। ସେ ଦୁଇମାସ ଧରି ଭେଣ୍ଟିଲେଟରରେ ଅଛନ୍ତି। ତିନି ଦିନ ପୂର୍ବେ ଡାକ୍ତରମାନେ ପରିବାର ଲୋକଙ୍କୁ କହିଥିଲେ ଯେ ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବାର କୌଣସି ସମ୍ଭାବନା ନାହିଁ। ତାଙ୍କର କେବଳ ତିନି ଦିନର ସମୟ ଅଛି। ଏହା ପରେ ମୁଁ ଡାକ୍ତରମାନଙ୍କୁ କହିଲି ଯେ ମୁଁ ମୋ ସ୍ବାମୀଙ୍କ ଶୁକ୍ରାଣୁରୁ ମା’ ହେବାକୁ ଚାହୁଁଛି, କିନ୍ତୁ ସେମାନେ କହିଥିଲେ ଯେ ମୁଁ ସ୍ବାମୀଙ୍କ ବିନା ଅନୁମତିରେ ଶୁକ୍ରାଣୁ ନମୁନା ନେଇ ପାରିବି ନାହିଁ। ମୁଁ ହାର ମାନି ନଥିଲି ଏବଂ ମୋର ଶାଶୁଙ୍କ ସମର୍ଥନ ମଧ୍ୟ ପାଇଲି। ା ତେଣୁ ହାଇକୋର୍ଟ ଗଲୁ। ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଆମକୁ କୁହାଯାଇଥିଲା ଯେ ସ୍ବାମୀଙ୍କ ପାଖରେ ମାତ୍ର ୨୪ ଘଣ୍ଟା ଥିଲା। ଆମେ ସୋମବାର ଆବେଦନ କରିଥିଲୁ। ମଙ୍ଗଳବାର ଦିନ ବେଞ୍ଚ ସମ୍ମୁଖରେ ପହଞ୍ଚିଥିଲା। ୧୫ ମିନିଟ ପରେ କୋର୍ଟ ଏହାର ରାୟ ଦେଇଥିଲେ। କୋର୍ଟ ରୋଗୀର ଶୁକ୍ରାଣୁ ସଂଗ୍ରହ କରିବାକୁ ଅନୁମତି ଦେଇଥିଲେ ଏବଂ ଏହାକୁ ସଂରକ୍ଷଣ କରିବାକୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୋର୍ଟ କୃତ୍ରିମ ପ୍ରଜନନକୁ ଅନୁମତି ଦେଇ ନାହାଁନ୍ତି। ଗୁରୁବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri