Categories: ଖେଳ

ଟସ୍‌ ଜିତି ଗୁଜରାଟର ବ୍ୟାଟିଂ ଜାରି

ଲକ୍ଷ୍ନୌ,୨୨।୪: ଭରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଫଳରେ ଦଳର ଦୁଇ ଓପନର ରିଦ୍ଧିମାନ ସାହା ଏବଂ ଶୁଭମାନ୍‌ ଗିଲ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।  ହେଲେ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଦଳର ୪ ରନ୍‌ରେ ଶୁଭମାନ୍‌ ଗିଲ ଖାତା ଖୋଲି ନ ପାରି ଆଉଟ୍‌ ହୋଇଯାଇଥିଲେ। ହେଲେ ଦ୍ୱିତୀୟ ନମ୍ବରରେ ଅଧିନାୟକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସି ୬ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି। ଅନ୍ୟପକ୍ଷେ ରିଦ୍ଧିମାନ ସାହା ଧର୍ଯ୍ୟର ସହ ବ୍ୟାଟିଂ କରି ୨୮ ବଲ୍‌ରେ ୩୭ ରନ୍‌ କରିଥିବା ବେଳେ ଗୁଜରାଟ ୭ ଓଭରରେ ୧ ଉଇକେଟ ହରା ୪୬ ରନ୍‌ କରିଛି।

Share