ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍ଆଇ ଟିମ୍କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍ଆଇ ଟିମ୍ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ ଜବତ କରିଛି।
ମିଳିଥିବା ସୂଚନା ମୁତାବକ, ଜୟପୁରରେ ବାଘ ଛାଲ କାରବାର ହେଉଥିବା ନେଇ ଖବବ ମିଳିଥିଲା। ଏନେଇ ସ୍ବତନ୍ତ୍ର ଗୋଇନ୍ଦା ଟିମ୍ ଚଢାଉ କରି ବାଘ ଛାଲ ସହ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ଇରିଗେଶନ କଲୋନୀ ଅଞ୍ଚଳର ବିଭୁତି ଭୂଷଣ ପାତ୍ର।
ଏପରିକି ଜବତ କାରକୁ ଜୟପୁର ବନାଞ୍ଚଳକୁ ହସ୍ତାନର କରାଯାଇଛି। ସୂଚନା ଯୋଗ୍ୟ, ବାଘକୁ ୬ ମାସ ତଳେ ହତ୍ୟା କରାଯାଇଥିଲା।