Posted inଜାତୀୟ

ଭାଙ୍ଗିଲା ଝୁଲା ପୋଲ: ଅନେକ ଲୋକ ନଦୀରେ ଫଶିଥିବା ଆଶଙ୍କା

ଅହମ୍ମଦାବାଦ,୩୦।୧୦: ଗୁଜରାଟର ମୋର୍ବିରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ମଚ୍ଛୁ ନଦୀରେ ନିର୍ମିତ ଝୁଲା ପୋଲ ହଠାତ୍‌ ଭାଙ୍ଗି ଯାଇଛି। ଦୁର୍ଘଟଣା ସମୟରେ ପୋଲ ଉପରେ ଅନେକ ଲୋକ ଉପସ୍ଥିତ ଥିଲେ। ସମସ୍ତେ ସେଠାରେ ଛଠ୍‌ ପର୍ବ ପାଳନ ପାଇଁ ଏକତ୍ର ହୋଇଥିଲେ। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ନିକଟରେ ନବୀକରଣ ପରେ ଏହି ପୋଲକୁ କାର୍ଯ୍ୟକ୍ଷମ କରାଯାଇଥିଲା।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟୁଇଟ୍‌ କରି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମୋର୍ବିରେ କେବୁଲ ପୋଲ ଭାଙ୍ଗିବା ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ। ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମୋର୍ବିରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପରିସ୍ଥିତିକୁ ନିରନ୍ତର ନଜର ରଖିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍‌ରୁ ମୃତଦେହ ମିଳିବା ଘଟଣା: ୫ ଦିନ ହେଲା ରେଳବାଇ ପୋଲିସ ପାଉନାହିଁ ମୁଣ୍ଡ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ବଲାଙ୍ଗୀର ଦେଓଗାଁ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ…

ବିଜେଡିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଆଉ ଜଣେ ନେତା

ଧର୍ମଶାଳା,୯।୨(ଶିବ ପ୍ରସାଦ ମହାନ୍ତି): ଆଜିକାଲି ଜଣେ ପରେ ଜଣେ ନେତା ବିଜେଡି ଛାଡୁଛନ୍ତି। ଏହି କ୍ରମରେ ସୋମବାର ବିଜୁ ଜନତା ଦଳରୁ ଇସ୍ତଫା ଦେଉଛନ୍ତି ଯାଜପୁର ଜିଲାର…

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ଆସିଲା ନୂଆ ଟ୍ବିଷ୍ଟ୍‌: ବୟକଟ ମଧ୍ୟରେ ବାଂଲାଦେଶର ଏଣ୍ଟ୍ରି

ନୂଆଦିଲ୍ଲୀ,୯।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ସମ୍ପର୍କରେ ଆଲୋଚନା ଚାଲିଛି। ରିପୋର୍ଟ ଅନୁଯାୟୀ, ଆଇସିସି ଦୁଇ ଦେଶ ମଧ୍ୟରେ ଏକ…

Vaibhav Suryavanshiଙ୍କ ସାମ୍ନାରେ ଏବେ ନୂଆ ଚ୍ୟାଲେଞ୍ଜ! ଦେବେ କି ପରୀକ୍ଷା? ଜାଣନ୍ତୁ ବଡ଼ ଅପଡେଟ

ନୂଆଦିଲ୍ଲୀ,୯।୨: କ୍ରିକେଟ ପଡ଼ିଆରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିବା ସମସ୍ତିପୁରର ଜଣେ ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ CBSE ଦଶମ…

T20 World Cupରୁ ବାଦ ପଡ଼ିଥିବା ହର୍ଷିତ ରାଣାଙ୍କର ହେଲା ସର୍ଜରୀ, କେବେ ପୁଣି ଖେଳିବେ ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହୋଇଛି । ସେ ଏହି ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।  ସେ…

‘ସତ୍‌ସଙ୍ଗ ମଣିଷ ଭିତରେ ସକାରାତ୍ମକ ଭାବ ସୃଷ୍ଟି କରୁଛି’

ଭୁବନେଶ୍ୱର,୯ା୨(ବନ୍ଦନା ସେଠୀ): ସତ୍‌ସଙ୍ଗ ମଣିଷ ଭିତରେ ଏକ ସକାରାତ୍ମକ ଭାବ ସୃଷ୍ଟି କରିଚାଲିଛି। ଏହା ମଣିଷ ଭିତରେ ପାରସ୍ପରିକତା ବୃଦ୍ଧି କରୁଛି। ଭ୍ରାତୃଭାବ ସୃଷ୍ଟି ସହ ସୁସ୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ! ବିରୋଧୀ ହେଉଛନ୍ତି ସଜବାଜ

ନୂଆଦିଲ୍ଲୀ,୯।୨: ବିରୋଧୀ ଦଳ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ବିରୋଧୀ ଦଳ ନେତାମାନେ…

ବଡ଼ ସଙ୍କେତ ଦେଲେ ସୁର: ଆମ ପାଖରେ ପଇସା ଅଛି, ଜଟଣୀରୁ ନିର୍ବାଚନ…

ଭୁବନେଶ୍ବର,୯।୨: ପୁଣି ନିର୍ବାଚନ ଲଢ଼ିବେ ସୁର ରାଉତରାୟ । ଏନେଇ ଆଜି ସେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ଘୋଷଣା କରିଛନ୍ତି । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri