Posted inଫୁରସତ

କଳା ଓ ସଂସ୍କୃତିରେ ଭରା ଗୁଜରାଟ

ଗୁଜରାଟ ଭାରତର ଏକ ପ୍ରମୁଖ ରାଜ୍ୟ। ଏହା ନିଜର ସ୍ବତନ୍ତ୍ର କଳା, ସଂସ୍କୃତି, ସ୍ଥାପତ୍ୟ, ପ୍ରାକୃତିକ ପରିଦୃଶ୍ୟ ତଥା ସ୍ବାଦିଷ୍ଟ ଭୋଜନ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି ଏଠି ରହିଛି। ତେବେ କରୋନା ମହାମାରୀ ପାଇଁ ଅନେକ ଦିନର ବ୍ୟବଧାନ ପରେ ଗୁଜରାଟ ପୁଣିଥରେ ପର୍ଯ୍ୟଟକଙ୍କ ଆଗମନକୁ ସ୍ବାଗତ କରିବା ଆରମ୍ଭ କରିଛି…

କ’ଣ ଦେଖିବେ
ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ଗୁଜରାଟର ମଧ୍ୟ ସ୍ବତନ୍ତ୍ର ପରିଚିତି ରହିଛି। ଏଠାରେ ଦେଖିବା ପାଇଁ ବହୁ ଧାର୍ମିକପୀଠ, ବନ୍ୟଜୀବ ଅଭୟାରଣ୍ୟ, ସମୁଦ୍ରତଟ, ସଂଗ୍ରହାଳୟ ଇତ୍ୟାଦି ଅଛି। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ବରୋଦା ମ୍ୟୁଜିୟମ୍‌ ଆଣ୍ଡ ପିକ୍‌ଚର୍‌ ଗ୍ୟାଲେରି, ମହାରାଜା ଫତେ ସିଂ ମ୍ୟୁଜିୟମ୍‌, କଚ୍‌ ମ୍ୟୁଜିୟମ୍‌, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ନ୍ୟାଶନାଲ୍‌ ମେମୋରିଆଲ୍‌, କୀର୍ତ୍ତି ମନ୍ଦିର, ସାବରମତୀ ଆଶ୍ରମ ଆଦି ହେଉଛି ଗୋଟିଏ ଗୋଟିଏ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ସେହିପରି ଧାର୍ମିକ ପୀଠ ମଧ୍ୟରେ ରହିଛି ସୋମନାଥ ମନ୍ଦିର, ଦ୍ୱାରକାଧୀଶ ମନ୍ଦିର, ସୂର୍ଯ୍ୟ ମନ୍ଦିର, ଭଦ୍ରେଶ୍ୱର ଜୈନ ମନ୍ଦିର ଇତ୍ୟାଦି। ଅନ୍ୟପକ୍ଷେ ଏଠାକାର ଅମ୍ବାଜୀ, ଡାକୋର୍‌, ଚୋଟିଲା, ବେଚରାଜି, ମାହୁଦି, ଶଙ୍ଖେଶ୍ୱର ନାମକ ସ୍ଥାନରେ ମଧ୍ୟ ଅନେକ ଦେବସ୍ଥଳୀ ଦେଖିବାକୁ ମିଳିଥାଏ। ଏହାଛଡ଼ା ଗୁଜରାଟରେ ଆଖି ଲାଖିଗଲା ଭଳି ଅନେକ ଆକର୍ଷଣୀୟ ମହଲ ବି ରହିଛି, ଯେଉଁଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଗହଳି ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଏହି କରୋନା ମହାମାରୀ ସମୟରେ ଗୁଜରାଟକୁ ପର୍ଯ୍ୟଟକଙ୍କର ଆଗମନକୁ ଅନୁମତି ମିଳିଥିଲେ ବି ଏଠାକାର କେଉଁ କେଉଁ ପର୍ଯ୍ୟଟନସ୍ଥଳୀକୁ ବୁଲିଯିବା ପାଇଁ କ’ଣ କ’ଣ ନିୟମ ମାନିବାକୁ ପଡ଼ିବ, ସେ ନେଇ ପୂର୍ବରୁ ତଥ୍ୟ ସଂଗ୍ରହ କରିନେବା ନିହାତି ଜରୁରୀ।

ଲୋକପ୍ରିୟ ଭୋଜନ
ଏଠାକାର ପ୍ରମୁଖ ଖାଦ୍ୟ ମଧ୍ୟରେ ରହିଛି ଦାଲ୍‌ ଢୋକ୍‌ଲି, ମେଥି କା ଥେପ୍‌ଲା, ବାର୍‌ଦୋଲି କି ଖିଚ୍‌ଡି, ଢୋକ୍‌ଲା, ଗୁଜରାଟୀ କଢ଼ି, ଶ୍ରୀଖଣ୍ଡ, ଗୁଜରାଟୀ ସମୋସା, ଖାଣ୍ଡଭି ଇତ୍ୟାଦି। ତା’ଛଡ଼ା ଏଠାରେ ସବୁ ବର୍ଗର ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ କିସମର ସ୍ବାଦିଷ୍ଟ ଖାଦ୍ୟ ବି ମିଳିଥାଏ।

ଜାଣିବା କଥା
-ଏଠାରେ ପର୍ଯ୍ୟଟକଙ୍କୁ କେବଳ ଥର୍ମାଲ ସ୍କ୍ରିନିଂ ଟେଷ୍ଟ ଦେଇ ଗତି କରିବାକୁ ହୋଇଥାଏ। ଯଦି କାହାଠାରେ ସଂକ୍ରମଣର ଲକ୍ଷଣ ନ ଥାଏ ତ’ହେଲେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼େନାହିଁ।
– ଏଥିସହିତ ସମସ୍ତ ପର୍ଯ୍ୟଟକଙ୍କୁ ନିଜ ସାଥିରେ ଚାରି ଦିନ ତଳର କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ନେଇକି ଆସିବା ନିହାତି ଜରୁରୀ।
-ଏସବୁ ପରେ ବି କରୋନା ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କେତେକ ନର୍ଦ୍ଦିଷ୍ଟ ନିୟମାବଳୀ ଯେମିତିକି : ସାମାଜିକ ଦୂରତା ରକ୍ଷାକରିବା, ମାସ୍କ ଓ ସାନିଟାଇଜର୍‌ ବ୍ୟବହାର କରିବା ଇତ୍ୟାଦିକୁ ସମସ୍ତଙ୍କୁ ମାନିବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri