Posted inଫୁରସତ

କଳା ଓ ସଂସ୍କୃତିରେ ଭରା ଗୁଜରାଟ

ଗୁଜରାଟ ଭାରତର ଏକ ପ୍ରମୁଖ ରାଜ୍ୟ। ଏହା ନିଜର ସ୍ବତନ୍ତ୍ର କଳା, ସଂସ୍କୃତି, ସ୍ଥାପତ୍ୟ, ପ୍ରାକୃତିକ ପରିଦୃଶ୍ୟ ତଥା ସ୍ବାଦିଷ୍ଟ ଭୋଜନ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି ଏଠି ରହିଛି। ତେବେ କରୋନା ମହାମାରୀ ପାଇଁ ଅନେକ ଦିନର ବ୍ୟବଧାନ ପରେ ଗୁଜରାଟ ପୁଣିଥରେ ପର୍ଯ୍ୟଟକଙ୍କ ଆଗମନକୁ ସ୍ବାଗତ କରିବା ଆରମ୍ଭ କରିଛି…

କ’ଣ ଦେଖିବେ
ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ଗୁଜରାଟର ମଧ୍ୟ ସ୍ବତନ୍ତ୍ର ପରିଚିତି ରହିଛି। ଏଠାରେ ଦେଖିବା ପାଇଁ ବହୁ ଧାର୍ମିକପୀଠ, ବନ୍ୟଜୀବ ଅଭୟାରଣ୍ୟ, ସମୁଦ୍ରତଟ, ସଂଗ୍ରହାଳୟ ଇତ୍ୟାଦି ଅଛି। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ବରୋଦା ମ୍ୟୁଜିୟମ୍‌ ଆଣ୍ଡ ପିକ୍‌ଚର୍‌ ଗ୍ୟାଲେରି, ମହାରାଜା ଫତେ ସିଂ ମ୍ୟୁଜିୟମ୍‌, କଚ୍‌ ମ୍ୟୁଜିୟମ୍‌, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ନ୍ୟାଶନାଲ୍‌ ମେମୋରିଆଲ୍‌, କୀର୍ତ୍ତି ମନ୍ଦିର, ସାବରମତୀ ଆଶ୍ରମ ଆଦି ହେଉଛି ଗୋଟିଏ ଗୋଟିଏ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ସେହିପରି ଧାର୍ମିକ ପୀଠ ମଧ୍ୟରେ ରହିଛି ସୋମନାଥ ମନ୍ଦିର, ଦ୍ୱାରକାଧୀଶ ମନ୍ଦିର, ସୂର୍ଯ୍ୟ ମନ୍ଦିର, ଭଦ୍ରେଶ୍ୱର ଜୈନ ମନ୍ଦିର ଇତ୍ୟାଦି। ଅନ୍ୟପକ୍ଷେ ଏଠାକାର ଅମ୍ବାଜୀ, ଡାକୋର୍‌, ଚୋଟିଲା, ବେଚରାଜି, ମାହୁଦି, ଶଙ୍ଖେଶ୍ୱର ନାମକ ସ୍ଥାନରେ ମଧ୍ୟ ଅନେକ ଦେବସ୍ଥଳୀ ଦେଖିବାକୁ ମିଳିଥାଏ। ଏହାଛଡ଼ା ଗୁଜରାଟରେ ଆଖି ଲାଖିଗଲା ଭଳି ଅନେକ ଆକର୍ଷଣୀୟ ମହଲ ବି ରହିଛି, ଯେଉଁଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଗହଳି ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଏହି କରୋନା ମହାମାରୀ ସମୟରେ ଗୁଜରାଟକୁ ପର୍ଯ୍ୟଟକଙ୍କର ଆଗମନକୁ ଅନୁମତି ମିଳିଥିଲେ ବି ଏଠାକାର କେଉଁ କେଉଁ ପର୍ଯ୍ୟଟନସ୍ଥଳୀକୁ ବୁଲିଯିବା ପାଇଁ କ’ଣ କ’ଣ ନିୟମ ମାନିବାକୁ ପଡ଼ିବ, ସେ ନେଇ ପୂର୍ବରୁ ତଥ୍ୟ ସଂଗ୍ରହ କରିନେବା ନିହାତି ଜରୁରୀ।

ଲୋକପ୍ରିୟ ଭୋଜନ
ଏଠାକାର ପ୍ରମୁଖ ଖାଦ୍ୟ ମଧ୍ୟରେ ରହିଛି ଦାଲ୍‌ ଢୋକ୍‌ଲି, ମେଥି କା ଥେପ୍‌ଲା, ବାର୍‌ଦୋଲି କି ଖିଚ୍‌ଡି, ଢୋକ୍‌ଲା, ଗୁଜରାଟୀ କଢ଼ି, ଶ୍ରୀଖଣ୍ଡ, ଗୁଜରାଟୀ ସମୋସା, ଖାଣ୍ଡଭି ଇତ୍ୟାଦି। ତା’ଛଡ଼ା ଏଠାରେ ସବୁ ବର୍ଗର ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ କିସମର ସ୍ବାଦିଷ୍ଟ ଖାଦ୍ୟ ବି ମିଳିଥାଏ।

ଜାଣିବା କଥା
-ଏଠାରେ ପର୍ଯ୍ୟଟକଙ୍କୁ କେବଳ ଥର୍ମାଲ ସ୍କ୍ରିନିଂ ଟେଷ୍ଟ ଦେଇ ଗତି କରିବାକୁ ହୋଇଥାଏ। ଯଦି କାହାଠାରେ ସଂକ୍ରମଣର ଲକ୍ଷଣ ନ ଥାଏ ତ’ହେଲେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼େନାହିଁ।
– ଏଥିସହିତ ସମସ୍ତ ପର୍ଯ୍ୟଟକଙ୍କୁ ନିଜ ସାଥିରେ ଚାରି ଦିନ ତଳର କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ନେଇକି ଆସିବା ନିହାତି ଜରୁରୀ।
-ଏସବୁ ପରେ ବି କରୋନା ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କେତେକ ନର୍ଦ୍ଦିଷ୍ଟ ନିୟମାବଳୀ ଯେମିତିକି : ସାମାଜିକ ଦୂରତା ରକ୍ଷାକରିବା, ମାସ୍କ ଓ ସାନିଟାଇଜର୍‌ ବ୍ୟବହାର କରିବା ଇତ୍ୟାଦିକୁ ସମସ୍ତଙ୍କୁ ମାନିବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri