Posted inଜାତୀୟ

ହୀରା ଅଳଙ୍କାର ପ୍ରିୟ ଗୁଜରାଟ ମୁଖ୍ୟମନ୍ତ୍ରୀ: ପାଖରେ ଅଛି ଏତିକି ସମ୍ପତ୍ତି

ଅହମ୍ମଦାବାଦ୍‌,୧୨।୧୨: ଦ୍ୱିତୀୟ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ। ରେକର୍ଡ ଭୋଟରେ ଜିତିଥିବା ଭୂପେନ୍ଦ୍ର ଭାଜପାର ଆଗଧାଡିର ନେତାଙ୍କ ମଧ୍ୟରେ ଜଣାଶୁଣା। ୧୫ ଜୁଲାଇ ୧୯୬୨ରେ ଅହମ୍ମଦାବାଦରେ ଜନ୍ମ ହୋଇଥିବା ବୃତ୍ତି ଅନୁଯାୟୀ ସେ ସିଭିଲ ଇଞ୍ଜିନିୟର ତଥା ବିଲଡର ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ପିତାଙ୍କ ନାମ ରଜନୀକାନ୍ତ ପଟେଲ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଅହମ୍ମଦାବାଦ ନଗର ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ରହିସାରିଛନ୍ତି।
ଭୂପେନ୍ଦ୍ର ଅହମ୍ମଦାବାଦର ଜେବି ଶାହା ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ  ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ। ୧୯୮୨ରେ ଅହମ୍ମଦାବାଦ ସରକାରୀ ପଲିଟେକ୍‌ନିକ ଠାରୁ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ। ୧୯୯୫ରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ)ରେ ସକ୍ରିୟ ଥିବା ଭୁପେନ୍ଦ୍ର ରାଜନୀତିରେ ଯୋଗ ଦେଇଥିଲେ। ୧୯୯୯ରେ ସେ ମେମନଗର ପୌରପାଳିକାର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ତା’ପରେ ୨୦୦୮ ରୁ ୨୦୧୦ ପର୍ଯ୍ୟନ୍ତ ସେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ଉପାଧ୍ୟକ୍ଷ ମଧ୍ୟ ଥିଲେ।
ଭୁପେନ୍ଦ୍ର ପଟେଲ ମୋଟ ୮,୨୨,୮୦,୬୮୮  ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କର ମୋଟ ୩,୬୩,୪୦,୬୮୮ ସ୍ଥାବର ଏବଂ ୪,୫୯,୪୦,୦୦୦ ଅସ୍ଥାବର ସମ୍ପତ୍ତି ରହିଛି। ନିର୍ବାଚନ ଆଫିଡେଭିଟ୍‌ରେ ଭୂପେନ୍ଦ୍ର ତାଙ୍କ ଆୟର ଉତ୍ସକୁ ବେତନ, ଭଡା ଏବଂ ଅନ୍ୟାନ୍ୟ ଆୟ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ନାଁାରେ ଗୋଟିଏ ଆକ୍ଟିଭା ସ୍କୁଟର ରହିଛି।
ଭୂପେନ୍ଦ୍ରଙ୍କ ସ୍ତ୍ରୀ ଅଳଙ୍କାରକୁ ବହୁତ ଭଲ ପାଆନ୍ତି। ତାଙ୍କ ପାଖରେ ୪ କିଲୋଗ୍ରାମରୁ ଅଧିକ ସୁନା ଓ ରୂପା ଅଳଙ୍କାର ଅଛି।  ସେହିଭଳି ଭୂପେନ୍ଦ୍ରଙ୍କ ପାଖରେ ୨୫ ଲକ୍ଷ ଟଙ୍କା ମୂଲ୍ୟର ହୀରା ଅଳଙ୍କାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri