Posted inଜାତୀୟ

ଗାଁରେ ନିର୍ବାଚନ ପ୍ରଚର ବନ୍ଦ, ହେଲେ ଭୋଟ ନଦେଲେ ଦେବାକୁ ପଡିବ ଜରିମାନା

ରାଜକୋଟ,୨୪ ।୧୧: ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୌତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ହେଲେ ଗୁଜରାଟରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ନିର୍ବାଚନ ପ୍ରଚାର କରାଯାଇ ନ ଥାଏ । ହେଲେ ଯେଉଁମାନେ ଭୋଟ ଦେଇ ନ ଥାଆନ୍ତି ସେମାନଙ୍କୁ ୫୧ ଟଙ୍କା ଜରିମାନା ଦେବାକୁ ପଡିଥାଏ । ଏମିତି ନିୟମ ଉକ୍ତ ଗାଁରେ ୩୯ ବର୍ଷ ଧରି ଚାଲି ଆସିଛି । ସେଥିପାଇଁ ଏଠାକାର ଗାଁ ଲୋକେ ଭୋଟ ଦେବାକୁ ନେଇ ଶହେ ପ୍ରତିଶତ ସଚେତନ । ଏଠାରେ ପ୍ରାୟ ସବୁବେଳେ ୧୦୦ ପ୍ରତିଶତ ମତଦାନ ହୋଇଥାଏ ।
ଗୁଜରାଟରେ ୧ ଓ ୫ ଡିସେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ରାଜକୋଟରୁ ୨୦ କିଲୋମିଟର ଦୂରରେ ଥିବା ରାଜ ସାମାଧିୟାଲା ଗାଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ଏଠାକାର ଗ୍ରାାମବାସୀ ଗ୍ରାମ ବିକାଶ ସମିତି(ବିଡିସି)ର ନିୟମରେ ବନ୍ଧା । ନିୟମ ନ ମାନିଲେ ଜରିମାନା ଦେବାକୁ ପଡିଥାଏ । ଏଥିରେ ନିର୍ବାଚନ ସମୟରେ ଭୋଟ ନ ଦେବାର ମାମଲା ବି ସାମିଲ ରହିଛି । ଏବେ ପର୍ଯ୍ୟନ୍ତ ଗାଁରେ ୧୦୦ ପ୍ରତିଶତ ମତଦାନ ହେଉଛି । ଗାଁର ସରପଞ୍ଚ ବି ଗ୍ରାମବାସୀଙ୍କ ସହମତିରେ ନିର୍ବାଚିତ ହୋଇଥାଆନ୍ତି । ସରପଞ୍ଚ କୁହନ୍ତି ଜରିମାନା କାରଣରୁ ଗାଁରେ ୧୦ ପ୍ରତିଶତ ମତଦାନ ହୋଇଥାଏ ।
ରାଜ ସମାଧିୟାଲା ଗାଁରେ ମୋଟ ଜନସଂଖ୍ୟା ୧,୭୦୦ । ଏମାନଙ୍କ ମଧ୍ୟରୁ ୯୯୫ ଭୋଟର ରହିଛନ୍ତି । ସମସ୍ତେ ନିଜ ଇଚ୍ଛାରେ ଭୋଟ ଦେଇଥାଆନ୍ତି । ଗାଁରେ ଏକ ସମିତି ରହିଛି । ଭୋଟ ଦେବାର କିଛିଦିନ ପୂର୍ବରୁ ଏହି ସମିତି ଗ୍ରାମବାସୀଙ୍କ ଏକ ବୈଠକ ଡାକିଥାଆନ୍ତି । ଯଦି କେହି ଭୋଟ ଦେବାକୁ ଅସମର୍ଥ ଦର୍ଶାନ୍ତି ତେବେ ତାହାର ଅସଲ କାରଣ ଜଣାଇବାକୁ ପଡିଥାଏ ।
ତେବେ ଗାଁରେ ନିର୍ବାଚନ ପ୍ରଚାର ନ କରାଯିବାର ପରମ୍ପରା ୧୯୮୩ ମସିହାରୁ ଚଳି ଆସୁଛି । ଏହା ସମସ୍ତ ରାଜନେତାଙ୍କୁ ଜଣା । ରାଜନେତା ଜାଣିଛନ୍ତି ଗାଁରେ ପ୍ରଚାର କଲେ କ୍ଷତି ସହିବାକୁ ପଡିପାରେ ।
ଜଣେ ସ୍ଥାନୀୟ ବାସିନ୍ଦା କୁହନ୍ତି ଯେଉଁମାନେ ଗାଁ ପାଇଁ ଭଲ କାମ କରନ୍ତି ସେମାନଙ୍କୁ ଭୋଟ ଦିଆଯାଇଥାଏ । ହେଲେ ବ୍ୟାନର, ପୋଷ୍ଟର ଲଗାଇବାକୁ କାହାକୁ ଅନୁମତି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri